୨୨ରେ ପୁରୀ, କୋଣାର୍କ ଆସିବେ ରାଷ୍ଟ୍ରପତି: ଦର୍ଶନ କରାଇବେ କୌଳିକ ସେବାୟତ

ପୁରୀ ଅଫିସ,୨୦।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସ୍ବତନ୍ତ୍ର ସର୍କିଟ ହାଉସକୁ ସଜ୍ଜିତ କରାଯାଉଥିବାବେଳେ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ରାଷ୍ଟ୍ରପତିଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ପ୍ରସଙ୍ଗରେ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି।
ପୁରୀ ଜିଲା ପ୍ରଶାସନର ସୂଚନା ଅନୁଯାୟୀ, ଆସନ୍ତା ୨୨ତାରିଖ ପୂର୍ବାହ୍ନ ୮ଟା ୪୫ ମିନିଟ୍‌ରେ ରାଷ୍ଟ୍ରପତି ପୁରୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ୯ଟା ୫ରେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କ ଦର୍ଶନ କରିବେ। ସେଠାରେ ସେ ପୂର୍ବାହ୍ନ ୯ଟା ୪୫ ପର୍ଯ୍ୟନ୍ତ ରହିବେ। ଦର୍ଶନ ସହ ଶ୍ରୀମନ୍ଦିର ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଏହି ସମୟ ମଧ୍ୟରେ ଶେଷ ହେବ। ଏହାପରେ ପୂର୍ବାହ୍ନ ୧୦ଟା ୨୫ରେ କୋଣାର୍କ ହେଲିପ୍ୟାଡ୍‌ରେ ପହଞ୍ଚି ୧୦ଟା ୪୫ରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ। କୋଣାର୍କ ଯାତ୍ରୀନିବାସ ଓଟିଡିସିରେ ମଧ୍ୟାହ୍ନଭୋଜନ ସାରି ଅନ୍ୟ କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲା ଛାଡ଼ିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ନୂଆ ରୂପରେ ସର୍କିଟ ହାଉସ ସଜେଇ ହେଉଛି। ୪ଟି ସ୍ବତନ୍ତ୍ର ରୁମ୍‌କୁ ରାଷ୍ଟ୍ରପତିଙ୍କ ବିଶ୍ରାମ ଉଦ୍ଦେଶ୍ୟରେ ସଜାଯାଉଛି। ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି। କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରେ ସାମିଲ ଲାଗି ଅନୁମତି ମିଳିଛି। ରାଷ୍ଟ୍ରପତି କୋବିନ୍ଦ ଦ୍ୱିତୀୟ ଥର ଶ୍ରୀମନ୍ଦିର ଆସୁଥିବାବେଳେ ପ୍ରଥମ ଥର ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଯିବେ। କୋଣାର୍କରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲାପାଳ ସମର୍ଥ ବର୍ମା ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ରାଷ୍ଟ୍ରପତିଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ରାଷ୍ଟ୍ରପତି ସିଂହଦ୍ୱାରରେ ପ୍ରବେଶ କରିବା ପରେ ସାତପାହାଚ, ଗରୁଡ଼ ସ୍ତମ୍ଭ, ଜୟବିଜୟ ଦ୍ୱାର ଓ ଭିତରକାଠ ହୋଇ ରତ୍ନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବେ। ଉଲ୍ଲେଖଯୋଗ୍ୟ, ଗତ ଦୁଇଦିନ ଧରି ଏସ୍‌ପି କନୱର ବିଶାଲ ସିଂ ଶ୍ରୀମନ୍ଦିର ପରିସର ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ରାଷ୍ଟ୍ରପତିଙ୍କ ଆଗମନ ନେଇ ପ୍ରସ୍ତୁତିର ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri