ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ

ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା ସହିତ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାର ଅବକାଶ ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଗନ୍ତୁକଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କ ଆୟର ପନ୍ଥା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଚିରସ୍ରୋତା ବୈତରଣୀ ନଦୀ ତଟରେ ନିର୍ମାଣ ହୋଇଥିବା ୨୪ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ହାଇଦ୍ରାବାଦ ସ୍ଥିତ ଆରପିପି ଗ୍ରୁପର ମୁଖ୍ୟ ଓ୍ବାଇଭି ସୁବାରାଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ସହିତ ୨।୮।୨୦୦୬ରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ପରେ ବୈତରଣୀ ନଦୀ ତଟର ସିଂନାଳୀଠାରେ ପାଓ୍ବାର ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକସ୍ତରରେ ଏହାର ଅଟକଳ ମୂଲ୍ୟ ୨୪୩ କୋଟି ଟଙ୍କା ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ଏହା ୪୧୯.୪୩ କୋଟିରେ ପହଞ୍ଚତ୍ଛି। ଆନନ୍ଦପୁର ସଦରମହକୁମାଠାରୁ ଏହି ସ୍ଥାନ ମାତ୍ର ୩୨କି.ମି. ଦୂର ହୋଇଥିବା ବେଳେ ୨୦ ନଂ. ଜାତୀୟ ରାଜପଥ କୋଳିମାଟିର କୁମୁଡ଼ ଛକରୁ ୧୫ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ଏହି ପ୍ରକଳ୍ପର ମନୋରମ ଦୃଶ୍ୟ ଦେଖିବାକୁ ମିଳିବ।
ପ୍ରକଳ୍ପର ନିର୍ମାଣ ସମୟରେ ସ୍ଥାନୀୟ ଦରଗଡ଼ିଶୀଳା, କାଦବାହାଳୀ, ସିଂହନାଳୀ ଗ୍ରାମରେ ବିଭିନ୍ନ ବର୍ଗର ଅଧିବାସୀମାନଙ୍କୁ ଏକତ୍ରିତ କରାଯିବା ସହିତ ସେମାନଙ୍କ ସହିତ ସମନ୍ବୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିଥିଲା। ସରକାରଙ୍କ ବିଭିନ୍ନ ବିଭାଗ ସହିତ ସୁସମ୍ପର୍କ ରକ୍ଷା କରାଯିବା ସହିତ ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ବିଟ୍‌ ହାଉସ୍‌ , ବିଭିନ୍ନ ଯନ୍ତ୍ରପାତି ପାଇଁ ଆବଶ୍ୟକ ଘର, ଟେଲିଫୋନ୍‌ ଟାଓ୍ବାର ନିର୍ମାଣ, ଯାନାବାହନର ଇନ୍ଧନ ପାଇଁ ପେଟ୍ରୋଲ ପମ୍ପ ଆଦି ସଫଳତାର ସହିତ ବ୍ୟବସ୍ଥା କରାଯାଇଥିଲା। କର୍ମଚାରୀଙ୍କ ରହିବା ପାଇଁ ବାସଗୃହ ନିର୍ମାଣ, ଆଗନ୍ତୁକଙ୍କ ପାଇଁ ଅତିଥିଶାଳା, ଖାଦ୍ୟର ବ୍ୟବସ୍ଥା ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଥିଲା।
ପ୍ରକଳ୍ପର ସୁପରିଚାଳନା ଦ୍ୱାରା ୨୩୦ ମିଟର ଲମ୍ବର କଙ୍କ୍ରିଟ ବ୍ୟାରେଜ, ଦୀର୍ଘ ୧ କି.ମି. ଲମ୍ବ, ୧୦ ଫୁଟ ବ୍ୟାସାର୍ଦ୍ଧର ଭୂତଳ ସୁଡ଼ଙ୍ଗ, ଜଳ ନିଷ୍କାସନ ପାଇଁ ଟେଲରେସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପାଓ୍ବାର ହାଉସରେ ୩ଟି ଟରବାଇନ୍‌ ସ୍ଥାପନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଲୋକାର୍ପଣ ଉତ୍ସବ ପରେ ବିଦ୍ୟୁତ୍‌ ଉତ୍ପାଦନ କାର୍ଯ୍ୟ ତ୍ୱରାନ୍ବିତ କରାଯାଇ ଆନନ୍ଦପୁରର ଶାଳପଡା ଗ୍ରୀଡ୍‌ ଷ୍ଟେଶନକୁ ଟାଓ୍ବାର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ଏହି ବିଦ୍ୟୁତ୍‌ ଆନନ୍ଦପୁର ଉପଖଣ୍ଡର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହିତ ଘଟଗାଁ ଅଞ୍ଚଳର କେତେକ ସ୍ଥାନକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ କରାଯିବ। ଏହି ପ୍ରକଳ୍ପର ଲୋକାର୍ପଣ ପର୍ବ ପରେ ଜିଲାର ଏହା ଏକ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବେ ବିବେଚନା ହେବା ସହିତ ଜିଲାର ଗୌରବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ବଣପାହାଡ଼ ଘେରା, ବୈତରଣୀ ନଦୀ ତଟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିବ। ସାଧାରଣତଃ ଶୀତ ଦିନେ ପ୍ରାକୃତିକ ପରିବେଶ ଭରା ସିଂନାଳୀ ଅଞ୍ଚଳରେ ଭୋଜି ଭାତର ଆସର ଜମି ଥାଏ। ତେବେ ପ୍ରକଳ୍ପର ସୁନ୍ଦରତା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସ୍ଥାନୀୟବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ‌ କଣ୍ଟେନରରେ ମହିଳାଙ୍କୁ ୨୧ ଦିନ ରଖି ବଳାତ୍କାର

ନୟାଗଡ଼ ଅଫିସ,୧୭।୪: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଖୁଲୁଡା ବଜାରରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇ ଏକ ଟ୍ରକ୍‌ କଣ୍ଟେନରରେ ୨୧ ଦିନ...

ଆଶୀର୍ବାଦ ଯୋଜନା ପାଇଁ ଲାଞ୍ଚ

ନୟାଗଡ଼ ଅଫିସ,୨୭।୧୦: ଲାଞ୍ଚ ନ ଦେଲେ ଆଶୀର୍ବାଦ ଯୋଜନାରେ ନାମ ତାଲିକାଭୁକ୍ତ କରାଯାଉନାହିଁ। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ୧ ହଜାର ଟଙ୍କା ନ ଦେଲେ ଦରଖାସ୍ତକୁ...

ବଦଳିଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ବଦଳାଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସାନି...

ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ...

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ...

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର...

ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ...

ଫକୀରପୁର ଯୁବକଙ୍କ ମୃତ୍ୟୁ ଘଟଣା : ଧୀରେ ଧୀରେ ଖୋଲୁଛି ରହସ୍ୟ

ଆନନ୍ଦପୁର,୨୪।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ଜୋର...

Advertisement
Archives

Model This Week