ଦେଶପ୍ରେମର ଊର୍ଜା

ଈଶ୍ୱରଙ୍କ ଅମୃତ ସନ୍ତାନ କହିଲେ ସମଗ୍ର ମନୁଷ୍ୟ ସମାଜକୁ ଇଙ୍ଗିତ କରେ। ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ଥିବା ମଣିଷ ସମାଜର ସାମଗ୍ରିକ ପ୍ରଚେଷ୍ଟାରେ ପ୍ରତ୍ୟେକ ଭୂଖଣ୍ଡଗୁଡ଼ିକ ଗୋଟିଏ ଗୋଟିଏ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇଛି। ବିଭିନ୍ନ ଦେଶରେ ଜନ୍ମ ନେଇଥିବା ଅନେକ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ସେମାନଙ୍କ ଦେଶ ଗୋଟିଏ ଗୋଟିଏ ବିକଶିତ ତଥା ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇଛି। ସେହିପରି ପରାଧୀନ ଭାରତରେ ଜନ୍ମ ନେଇଥିବା ଅନେକ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ବର୍ତ୍ତମାନର ସ୍ବାଧୀନ ଭାରତ ଓ ତା’ର ୧୪୦ କୋଟି ଅମୃତ ସନ୍ତାନ ଏକ ଐତିହାସିକ ମୁହୂର୍ତ୍ତକୁ ସାମ୍ନା କରିବାକୁ ଯାଉଛନ୍ତି। ବର୍ତ୍ତମାନର ପିଢ଼ି ଏତେ ଭାଗ୍ୟବାନ ଯେ ନିଜ ଜନ୍ମମାଟିରେ ପାଳିବାକୁ ଯାଉଛନ୍ତି ସ୍ବାଧୀନତାର ୭୫ ତମ ସେହି ମହାର୍ଘ୍ୟ ଦିବସ। ପ୍ରାୟ ଦୁଇ ଶହ ବର୍ଷରୁ ଊଦ୍ଧର୍‌ବ ଇଂରେଜମାନଙ୍କ କବଳରୁ ଦେଶକୁ ମୁକ୍ତ କରିବାରେ ଯେଉଁମାନଙ୍କ ଚିନ୍ତନ ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇବା ସହିତ ଯେଉଁ ବିଜୟ ତ୍ରିରଙ୍ଗା ଆମକୁ ଦେଇଥିଲେ, ସେଇମାନଙ୍କ ସମ୍ମାନାର୍ଥେ ସମଗ୍ର ଦେଶରେ ପାଳିତ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’। ୧୯୪୭ ଅଗଷ୍ଟ ୧୫ ତାରିଖର ସେଇ ସ୍ମରଣୀୟ ମଧ୍ୟରାତ୍ରର ମହତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଓ ଆଗକୁ ବଢ଼ିବା ପାଇଁ ଆମ ଓଡ଼ିଆ ଜାତିର ଗୌରବ ଭକ୍ତକବି ମଧୁସୂଦନ ଦାସଙ୍କ ସନ୍ତାନର ଉକ୍ତି କବିତାର ପ୍ରାସଙ୍ଗିକତା ଆଜିର ସମାଜ ପାଇଁ ଢେର ଆବଶ୍ୟକ। ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କର ସ୍ବାର୍ଥକୁ ଦିଅ ଆହୁତି, ସ୍ବାର୍ଥମେଧ ଯଜ୍ଞ ଚାରିଆଡ଼େ ନାଚ ଛାତିକୁ ମିଶାଇ ଛାତି। ତ୍ୟାଗ ହିଁ ଦେଇପାରିବ ପୂର୍ଣ୍ଣ ସଫଳତା, ଯାହା ସବୁଠାରୁ କଷ୍ଟସାଧ୍ୟ ହୋଇ ପଡ଼ିଛି ଆଜିର ମଣିଷ ପାଇଁ। ଏବେ ଆସିବା ମୂଳ କଥାକୁ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ସମଗ୍ର ଦେଶରେ ପାଳିତ ହେଉଛି ଦେଶ ପ୍ରେମର ଏକ ବଳିଷ୍ଠ ପ୍ରୟାସ ହର୍‌ ଘର୍‌ ତ୍ରିରଙ୍ଗା।
ଅନେକ ପରିବର୍ତ୍ତନ ଓ ସଂସ୍କରଣ ପରେ ଯେଉଁ ବିଜୟ ପତାକା ୧୯୪୭ ଅଗଷ୍ଟ ୧୫ ତାରିଖରୁ ଆମ ରାଷ୍ଟ୍ରର ସ୍ବାଭିମାନର ପ୍ରତୀକ ବହନ କରୁଛି ତା’ର ରୂପକାର ହେଉଛନ୍ତି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଗତ ତଥା ମହାନ୍‌ ସ୍ବାଧୀନତାପ୍ରେମୀ ‘ପିଙ୍ଗଳି ଭେଙ୍କୟା’। ୧୮୭୬ ଅଗଷ୍ଟ୨ ତାରିଖରେ ଆନ୍ଧ୍ରପ୍ରଦେଶ ମଚ୍ଛଲିପଟନମ୍‌ ନିକଟସ୍ଥ ପେନୁମାରୁ ନାମକ ଏକ କ୍ଷୁଦ୍ର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ବହୁ ଗୁଣର ଅଧିକାରୀ ଥିଲେ। ତାଙ୍କର ଧୀଶକ୍ତି ତଥା ବିଚକ୍ଷଣ ବୁଦ୍ଧି ଓ ଦେଶପ୍ରେମର ପରିଚୟର ଭେଟି ହେଉଛି ଆମ ତ୍ରିରଙ୍ଗା ପତାକା। ମହାତ୍ମା ଗାନ୍ଧୀଙ୍କ ପରାମର୍ଶ ଅନୁଯାୟୀ ୩୦ଟି ଦେଶର ପତାକାକୁ ଅନୁଧ୍ୟାନ କରି ପରିଶେଷରେ ସେ ଯେଉଁ ତିନୋଟି ରଙ୍ଗକୁ ସ୍ଥାନିତ କରିଛନ୍ତି ତାହା ହେଉଛି ନାରଙ୍ଗୀ, ଧଳା ଓ ସବୁଜ। ନାରଙ୍ଗୀ ରଙ୍ଗର ସଙ୍କେତ ହେଉଛି ଦେଶର ବୀରତ୍ୱ, ଶକ୍ତି ଓ ସାହସର ପ୍ରତୀକ, ଧଳା ରଙ୍ଗର ସଙ୍କେତ ହେଉଛି ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ସବୁଜ ରଙ୍ଗଟି ଦେଶର ଅଭିବୃଦ୍ଧି, ଶୁଭଚିନ୍ତା ଓ ଚେତନାକୁ ପ୍ରତିପାଦିତ କରେ। ଏହାର ଦୈର୍ଘ୍ୟ ପ୍ରସ୍ଥର ଅନୁପାତ ୩:୨ହେବା ଆବଶ୍ୟକ। ତ୍ରିରଙ୍ଗାର ମଝି ଧଳା ରଙ୍ଗ ଉପରେ ଅଶୋକ ଚକ୍ରରେ ଥିବା ୨୪ଟି ଅର ବା ଅଖ ଆମକୁ ଚବିଶଟି ସନ୍ଦେଶ ପ୍ରଦାନ କରିବା ସହିତ ବିକାଶଶୀଳ ହେବାପାଇଁ ପ୍ରେରଣା ଦେଇଥାଏ। ପ୍ରଥମ ଅଖର ସନ୍ଦେଶ ହେଲା ଠିକ୍‌-ଏକ ସରଳ ଜୀବନ ବଞ୍ଚିବାକୁ ପ୍ରବର୍ତ୍ତାଇ ଥାଏ। ଦ୍ୱିତୀୟଟି ସ୍ବାସ୍ଥ୍ୟ – ଯାହା ଶରୀର ଓ ମନକୁ ସୁସ୍ଥ ରହିବାକୁ ପ୍ରେରଣା ଦେଇଥାଏ। ତୃତୀୟଟି ଶାନ୍ତି – ଦେଶରେ ଶାନ୍ତି ବଜାୟ ରଖିବା, ଚତୁର୍ଥଟି ବଳିଦାନ- ଦେଶ ତଥା ସମାଜ ପାଇଁ କୌଣସି ସମସ୍ୟା ଲାଗି ପ୍ରସ୍ତୁତ ହେବା। ପଞ୍ଚମଟି ନୈତିକତା – ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକତା ବଜାୟ ରଖିବା। ଷଷ୍ଠଟି ସେବା – ଆବଶ୍ୟକ ବେଳେ ସମାଜର ସେବା କରିବାକୁ ପ୍ରସ୍ତୁତ ହେବା, ସପ୍ତମଟି କ୍ଷମା- ଜୀବେ ଦୟା ମନୋବୃତ୍ତି ପୋଷଣ କରିବା। ଅଷ୍ଟମଟି ପ୍ରେମ- ସମସ୍ତଙ୍କୁ ଭଲ ପାଇବା ସହ ସମ୍ବେଦନଶୀଳ ହେବା। ନବମଟି ବନ୍ଧୁତାର ବାର୍ତ୍ତା ବହନ କରେ ଅର୍ଥାତ୍‌ ସମସ୍ତ ନାଗରିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା। ଦଶମଟି ଭ୍ରାତୃତ୍ୱ ବା ଭାଇଚାରା ବଜାୟ ରଖିବା। ଏକାଦଶଟି ସଂଗଠନ- ଜାତିର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା। ଦ୍ୱାଦଶଟି କଲ୍ୟାଣ- ସମାଜର କଲ୍ୟାଣ କାର୍ଯ୍ୟରେ ବଦ୍ଧପରିକର ହେବା। ତ୍ରୟୋଦଶଟି ସମୃଦ୍ଧତା ଅର୍ଥାତ୍‌ ଦେଶ ବିକାଶରେ ସକ୍ରିୟ ଅଂଶଗ୍ରହଣ କରିବା। ଚତୁଦ୍ଦର୍ଶଟି ଶିଳ୍ପ- ଦେଶର ଶିଳ୍ପ ପ୍ରଗତିକୁ ଆଗକୁ ନେବା। ପଞ୍ଚଦଶଟି ସୁରକ୍ଷା- ଦେଶ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ହେବା। ଷୋଡ଼ଶଟି ସଚେତନତା- ଗୁଜବକୁ ବିଶ୍ୱାସ ନ କରି ସତ୍ୟ ପ୍ରତି ସଚେତନ ହେବା। ସପ୍ତଦଶଟି ସମାନତା-ସମାନତା ଆଧାରରେ ସମାଜ ପ୍ରତିଷ୍ଠା କରିବା। ଅଷ୍ଟାଦଶଟି ସୂଚିତ କରେ ଅର୍ଥ- ଯାହାର ବ୍ୟବହାର ସବୁଠାରୁ ଅଧିକ। ଊନବିଂଶଟି ନୀତି – ଦେଶର ନୀତି ପ୍ରତି ବିଶ୍ୱାସ କରିବା। ବିଂଶତମ ସନ୍ଦେଶଟି ହେଉଛି ନ୍ୟାୟ- ସମସ୍ତଙ୍କ ପାଇଁ ସମାନ ନ୍ୟାୟ ପ୍ରଦାନ। ଏକବିଂଶ ଅଖଟି ସୂଚିତ କରେ ସହଯୋଗ-ଏକତା ହିଁ ବଳ ଅର୍ଥାତ୍‌ ମିଳିମିଶି କାମ କରିବା। ବାଇଶତମ ଅଖଟି କର୍ତ୍ତବ୍ୟ- କର୍ତ୍ତବ୍ୟକୁ ସଚ୍ଚୋଟ ରୂପେ ପାଳନ କରିବା। ତେଇଶତମ ଅଖଟି ସୂଚାଏ ଅଧିକାର- ବୃତ୍ତିଗତ ଓ ବ୍ୟକ୍ତିଗତ ଅଧିକାରକୁ ଅପବ୍ୟବହାର ନ କରିବା। ଶେଷ ତଥା ଚବିଶତମ ଅଖଟି ସନ୍ଦେଶ ଦିଏ ଜ୍ଞାନ- ପୁସ୍ତକ ବାହାରେ ଜ୍ଞାନ ଆହରଣ କରିବା।
ଆମ ରାଷ୍ଟ୍ରର ଧ୍ୱଜା ତଥା ଆମେ ଧରୁଥିବା ତ୍ରିରଙ୍ଗାର ପରିଭାଷାକୁ ବିଶ୍ଳେଷଣ କଲେ, ଏହା ଆମର ମହାନ୍‌ ଗଣତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ଓ ଗରିମାକୁ ସ୍ପଷ୍ଟ ଭାବରେ ପ୍ରତିପାଦନ କରେ। ଆଜକୁ ୭୫ ବର୍ଷ ହେଲା ଏହି ମହାନ୍‌ ରାଷ୍ଟ୍ରୀୟ ଧ୍ୱଜା ଭାରତୀୟଙ୍କୁ ଦେଶଭକ୍ତି,ରାଷ୍ଟ୍ରୀୟ ଗୌରବ ଓ ସ୍ବଚ୍ଛ ଶାସନ ଆଦିର ସଚେତନତା ବାର୍ତ୍ତା ଦେବା ସହିତ ପ୍ରତ୍ୟେକ ଲୋକଙ୍କ ଭାବନା ଏବଂ ମାନସିକତାରେ ଏକ ନିଆରା ତଥା ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି।
– ଡ. ଅଜୟ କୁମାର ନନ୍ଦ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?