ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ ପରେ ମଙ୍ଗଳବାର ବ୍ୟବଚ୍ଛେଦ(ପୋଷ୍ଟମର୍ଟମ) ରିପୋର୍ଟ ଆସିଛି। ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିବାଦ କରିଥିଲେ। ସେମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ ବିଷକ୍ରିୟା ସମ୍ପର୍କରେ ପୋଷ୍ଟମର୍ଟମରେ ରିପୋର୍ଟରେ କୌଣସି ସୂଚନା ମିଳିନାହିଁ। ପୋଲିସ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି।
ଗତ ୧୧ତାରିଖ କୁସୁପୁର ଗ୍ରାମରେ ୫ଜଣଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ୪ଦିନ ପୂର୍ବରୁ ପ୍ରାକ୍‌ ପ୍ରସ୍ତୁତି କରିଥିଲେ ବୋଲି ପୋଲିସ ପୂର୍ବରୁ ସୂଚନା ଦେଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ରହସ୍ୟ ଅଧିକ ରୋଚକ ହୋଇଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତକମାନେ ଆକ୍ରମଣ ସମୟରେ ଭରପୂର ପ୍ରତିବାଦ କରିଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି। ଅଭିଯୁକ୍ତ ଶିବ ଯଦି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସମୟରେ ମୃତ ୫ ଜଣ ପ୍ରତିବାଦ କରିଥିଲେ, ତେବେ ଆକ୍ରମଣକାରୀଙ୍କ ଶରୀରରେ କିପରି କୌଣସି କ୍ଷତି ହୋଇନାହିଁ। ତେଣୁ ଏହି ଘଟଣାରେ ଏକାଧିକ ଆକ୍ରମଣକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହାଛଡ଼ା ପ୍ରତିବାଦ ସମୟରେ ନିଶ୍ଚିତ ଚିତ୍କାର ଶବ୍ଦ ଶୁଭିଥିବ, ଏହାକୁ କିପରି ପାଖ ଘର ଲୋକେ ଜାଣିପାରିଲେ ନାହିଁ। ଏଭଳି ବହୁ ଅସମାହିତ ପ୍ରଶ୍ନକୁ ନେଇ ପୋଲିସ ଛାନଭିନ୍‌ ଆରମ୍ଭ କରିଛି। ଫୋରେନ୍ସିକ୍‌ ରିପୋର୍ଟ, ଭିସେରା ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ଉପରେ ପୋଲିସ ତଦନ୍ତ କରୁଥିବା ଏସ୍‌ଡିପିଓ ବିମଳ କୁମାର ବାରିକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ପତ୍ତି ବିବାଦକୁ ନେଇ ଗତ ୧୧ ତାରିଖ ବିଳମ୍ବିତ ରାତିରେ କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ତାଙ୍କ ବଡ ଭାଇ ଅଲେଖ ସାହୁ , ଭାଉଜ ରଶ୍ମିତା, ଝିଆରୀ ସ୍ମୃତିସନ୍ଧ୍ୟା ଓ ୨ ପୁତୁରା ସ୍ମୃତିସ୍ବରୂପ, ସ୍ମୃତିସାଇଙ୍କ ସମେତ ୫ ଜଣଙ୍କୁ ବୀଭତ୍ସ ଭାବେ କଟୁରିରେ ହାଣି ହତ୍ୟା କରିଥିଲେ। ପରେ ମଙ୍ଗଳବାର ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିବାପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଏନେଇ ମାମଲା (ନଂ. ୮୧/୨୨) ରୁଜୁ କରିଛି। ବୁଧବାର ପୋଲିସ ଶିବଙ୍କୁ କୋର୍ଟରେ ହାଜର କରିବାପରେ ୩ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ରିମାଣ୍ଡର ପ୍ରଥମ ଦିନରେ ଶରୀର ଅସୁସ୍ଥତା ଆଳ ଦେଖାଇ ଶିବ ପୋଲିସକୁ କୌଣସି ସହଯୋଗ କରି ନ ଥିଲେ। ଶୁକ୍ରବାର ସକାଳୁ ଶିବ ନିଜ ଘର ଓ ଭଡ଼ାଘରକୁ ଯାଇ ସିନ୍‌ ରିକ୍ରିଏଟ୍‌ କରିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଶନିବାର ରିମାଣ୍ଡର ଶେଷ ଦିନରେ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ କିପରି ପୂର୍ବ ପ୍ରସ୍ତୁତି କରିଥିଲେ ସେନେଇ ବୟାନ ଦେଇଥିଲେ। ୫ଜଣଙ୍କୁ ଶିବ ଏକାକୀ ହତ୍ୟା କରିଥିବା ବାରମ୍ବାର କହୁଥିଲେ ସୁଦ୍ଧା ଘଟଣା ସମୟର ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ଏକାକୀ ୫ଜଣଙ୍କୁ ହତ୍ୟା କରିବା ସମ୍ଭବ ମନେ ହେଉନାହିଁ। ଏପରି କି ପୋଷ୍ଟମର୍ଟମ୍‌ ରିପୋର୍ଟରେ ମଧ୍ୟ ଆକ୍ରମଣ ସମୟରେ ହତ୍ୟାର ଶିକାର ହୋଇଥିବା ୫ଜଣ ପ୍ରତିବାଦ କରିଥିବା ମଧ୍ୟ ଉଲ୍ଲେଖ ହୋଇଛି। ତେଣୁ ଏବେ ପୋଲିସ ଶିବଙ୍କୁ ଆଉଥରେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିପାରେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri