ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯ା୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି ପର୍ଯ୍ୟବେକ୍ଷକ ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ। କେଉଁଥିପାଇଁ ତାଙ୍କୁ ଦଳର ପ୍ରମୁଖ ପରିଚାଳନା ତାଲିକାରୁ ବାଦ୍‌ ଦିଆଯାଇଛି ତାହା ଅସ୍ପଷ୍ଟ ରହିଛି। ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ବିଜେଡିକୁ ଶାଣିତ ଆକ୍ରମଣ କରିଛି। ସୁଶାନ୍ତଙ୍କ ନାଁ ନ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନବ ଦାସଙ୍କ ହତ୍ୟା ପଛରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ବିଜେଡି ଅଫିସିଆଲି ପ୍ରମାଣ କରିଛି। ପୂର୍ବରୁ ବିରୋଧୀ ଦଳ ନେତା ଯାହା କହିଥିଲେ, ବିଜେଡି ସେହି କଥାକୁ ଅଫିସିଆଲି ସ୍ବୀକାର କରିଛି। ତାଙ୍କ ଉପରେ ଝାରସୁଗୁଡ଼ାରେ ନବ ଦାସଙ୍କ ସମର୍ଥକଙ୍କ ଆକ୍ରୋଶ ରହିଛି। ଏହି ଆକ୍ରୋଶରୁ ବିଜେଡି ବର୍ତ୍ତିବାକୁ ଚାହୁଁଛି। ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାଙ୍କୁ ବାଦ୍‌ ଦିଆଯାଇଛି। ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା। ନବ ଦାସ ହତ୍ୟାକାଣ୍ଡ ସହ ତାଙ୍କର ସମ୍ପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି। ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ତଥା ଢେଙ୍କାନାଳ ଏମ୍‌ପି ମହେଶ ସାହୁ କହିଛନ୍ତି, ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। ବିଜୁ ଜନତା ଦଳରେ ସମସ୍ତେ ଦକ୍ଷ ନେତା। କିଏ କ’ଣ କହୁଛି ତାକୁ ନେଇ କିଛି କହିହେବନାହିଁ। ନବ ଦାସ ହତ୍ୟା ମାମଲାର ତଦନ୍ତ ଚାଲିଛି। ବିରୋଧୀ ଦଳ ବହୁତ କଥା କହୁଛନ୍ତି। ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯିବ କି ? ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି। ଏହା ଦଳର ନିଷ୍ପତ୍ତି ହୋଇଥିବ। ଦଳର ନିଷ୍ପତ୍ତିକୁ କାର୍ଯ୍ୟକର୍ତ୍ତାମାନେ ଗ୍ରହଣ କରିବେ। ବିରୋଧୀ ଦଳ କ’ଣ ପ୍ରତିକ୍ରିୟା ଦେଲେ, ତାଙ୍କ କଥାରେ କ’ଣ ନାଚିବୁ? ବିରୋଧୀ ଦଳ କ’ଣ ଜଜ୍‌ ବୋଲି ମହେଶ ପ୍ରଶ୍ନ କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାମ ଝାରସୁଗୁଡ଼ା ଉପନିର୍ବାଚନ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ କାଟି ଦିଆଯାଇଛି। ସେ ପୂର୍ବରୁ ବିଜେପୁର, ପଦ୍ମପୁର, ବ୍ରଜରାଜନଗର ଦାୟିତ୍ୱରେ ଥିଲେ। ଗତ ଏନ୍‌ଏସି ନିର୍ବାଚନରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ତାଙ୍କୁ ଉପନିର୍ବାଚନ ତାଲିକାରୁ ବାଦ୍‌ ଦିଆଯାଇଛି। ତାଙ୍କ ନାଁ ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା କୁହାଯାଉଛି। ଯଦି ସୁଶାନ୍ତ ଉପନିର୍ବାଚନକୁ ଯିବେ ତେବେ ନବ ଦାସଙ୍କ କର୍ମୀ, ତାଙ୍କ ଘର ଲୋକ ଯିଏ ପ୍ରାର୍ଥୀ ହୋଇଛନ୍ତି ସେ ମଧ୍ୟ ବିରୋଧ କରିବେ। ସେଥିପାଇଁ ତାଙ୍କୁ ଝାରସୁଗୁଡ଼ା ନିର୍ବାଚନରୁ ବାହାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri