କୋଷ୍ଟାଲ ହାଇଓ୍ବେକୁ ନେଇ ଶ୍ରେୟ ରାଜନୀତି

ଭୁବନେଶ୍ୱର,୪ା୨(ବ୍ୟୁରୋ):ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ ହାଇଓ୍ବେ କାର୍ଯ୍ୟର ତ୍ୱରାନ୍ବିତ ନେଇ ସମୀାକ୍ଷା ହେବାପରେ କାହାକୁ ଶ୍ରେୟ ମିଳିବ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ ବିଜେଡି ଏବଂ ଭାଜପା ପରସ୍ପର ବିରୋଧରେ ଯୁକ୍ତି ବାଢିଛନ୍ତି। ଭାଜପା କହିଛି କୋଷ୍ଟାଲ ହାଇଓ୍ବେକୁ ନେଇ ଶାସକ ଦଳ ପ୍ରଥମରୁ କାର୍ଡ ଖେଳିବାକୁ ଚାହୁଁଥିଲା। ବିଜେଡି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ଏହା ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଧରାପଡିଗଲା ବୋଲି କହିଛି। ଅନ୍ୟପଟେ ବିଜେଡ଼ି ମଧ୍ୟ ଏହି ପ୍ରସଙ୍ଗରେ ରାଜନୀତି ନ କରି ପ୍ରକଳ୍ପର ଅଗ୍ରଗତି ନେଇ କାର୍ଯ୍ୟ ଆରମ୍ଭ କରିବାକୁ କହିଛି। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସାତପଡାରୁ ଗୋପାଳପୁରକୁ ଯେଉଁ ସ୍ପାନ ଥିଲା ତାକୁ ରାଜ୍ୟ ସରକାର ୨୦୧୯ ମସିହାରେ ଏକ ଚିଠି ମାଧ୍ୟମରେ କାମ ବିଳମ୍ବ କରିବାକୁ ଚେଷ୍ଚା କରିଥିଲେ। କେନ୍ଦ୍ର ସରକାରଙ୍କୁ ଚିଠି ଜରିଆରେ ରାଜ୍ୟ କହିଥିଲା ଯେ ଏବଂ ସ୍ପାନ କାମ ନ କରି ବିଳମ୍ବରେ ହେଉ। ରାଜ୍ୟ ସରକାରଙ୍କ ଅନୁରୋଧ ଅନୁଯାୟୀ ରାସ୍ତା କାମ ବିଳମ୍ବିତ କରାଯାଇଥିଲା। ମିଛ କହି ପ୍ରଦେଶ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ରାଜ୍ୟର ଅର୍ଥନୀତିକୁ ହଡପା କରିବାର ଯେଉଁ ଯୋଜନା ବେଳେବେଳେ ବିଜେଡି ଆରମ୍ଭ କରେ ବୋଲି ପୃଥ୍ବିରାଜ କହିଛନ୍ତି। ଅନ୍ୟପଟେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି, ସାତପଡା-ପୁରୀ-କୋଣାର୍କ ଦେଇ କୋଷ୍ଟାଲ ହାଇଓ୍ବେ ଯିବା ଲାଗି ଯେଉଁ ପ୍ରସ୍ତାବ ଥିଲା ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିନେଉଛନ୍ତି। ବେଶି ରାଜନୀତିକରଣ ନ କରି କିଭଳି ରାଜ୍ୟର ବିକାଶ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ। କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ପରେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ଲାଗୁଥିବା ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?