ରାତିରେ ଚିଲିକା ବିଧାୟକଙ୍କୁ ଜେଲରେ ଭେଟିଲେ ନେତା, ଏସ୍‌ଓପିକୁ ଭୁଲିଗଲେ

ଖୋର୍ଦ୍ଧା ଅଫିସ,୧୦। ୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ, ଗାଳିଗୁଳଜ ଘଟଣାରେ ଖୋର୍ଦ୍ଧା ଏଡିଜେ ଶୁକ୍ରବାର ଜାମିନ ଆବେଦନ ଖାରଜ କରିବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ ଯିବାକୁ ପଡ଼ିଛି। ତେବେ ସ୍ବାସ୍ଥ୍ୟଗତ ଅସୁସ୍ଥତା ଯୋଗୁ ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅପରପକ୍ଷରେ ଶନିବାର ରାତିରେ ଖୋର୍ଦ୍ଧା ସବ୍‌ ଜେଲ ପଠାଯିବା ପରେ ଜେଲ ଭିତରେ ବିଧାୟକଙ୍କୁ ସ୍ଥାନୀୟ ନେତାମାନେ ଭେଟିବା ଘଟଣାକୁ ନେଇ ଏବେ ବିବାଦ ଦେଖା ଦେଇଛି। ଜେଲ ଏସ୍‌ଓପିକୁ ଉଲ୍ଲଂଘନ କରି ରାତିରେ ଭେଟିବାକୁ କିଏ ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫଦାରିକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଅଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଉକ୍ତ ଆବେଦନକୁ ଖାରଜ କରିବା ସହ ତଳକୋର୍ଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ବିଧାୟକ ଖୋର୍ଦ୍ଧା ଏଡିଜେଙ୍କ କୋର୍ଟରେ ଶୁକ୍ରବାର ହାଜର ହୋଇ ଆତ୍ମସର୍ମପଣ କରିଥିଲେ। ହେଲେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ପୋଲିସ ବିଧାୟକଙ୍କୁ ହେପାଜତକୁ ନେଇ ମେଡିକାଲ ପରୀକ୍ଷା ପରେ ଖୋର୍ଦ୍ଧା ସବ୍‌ ଜେଲକୁ ପଠାଇ ଦେଇଥିଲେ। ତେବେ ଜେଲ ପରିସରରେ ହଠାତ୍‌ ବିଧାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅସୁସ୍ଥତା ଖବରପାଇ ସ୍ଥାନୀୟ ବିଜେଡି ନେତୃବୃନ୍ଦ ଜେଲ ଭିତରକୁ ଯାଇ ଜଗଦ୍ଦେବଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି। ଏପରି କି ସନ୍ଧ୍ୟା ୭ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଜେଡି ସ୍ଥାନୀୟ ନେତା ଓ କମୀ ଜେଲ୍‌ ଭିତରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣ ଅଭିଯୁକ୍ତଙ୍କୁ ଜେଲରେ ସାକ୍ଷାତ କରିବା ପାଇଁ ବିଭିନ୍ନ କଟକଣା ଥିବାବେଳେ ବିଧାୟକ ଜଗଦ୍ଦେବଙ୍କ କ୍ଷେତ୍ରରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଭାଜପା ମଣ୍ଡଳ ସଭାପତି ସେଠୀଙ୍କୁ ଆକ୍ରମଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜେଲ ଏସ୍‌ଓପିକୁ ଭୁଲିଗଲେ
କରୋନା ସ୍ଥିତିକୁ ଲକ୍ଷ୍ୟରେ ରଖି ଜେଲରେ ରହିଥିବା କଏଦୀଙ୍କୁ ଭେଟିବା ପାଇଁ ଜେଲ ଡିଆଇଜି ଗତ ୨୧ତାରିଖରେ ଏକ ଏସ୍‌ଓପି ଜାରି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ, କୌଣସି ବନ୍ଦୀକୁ ସାକ୍ଷାତ କରିବାକୁ ହେଲେ ଇ-ପ୍ରିଜନ ପୋର୍ଟାଲରେ ନିଜର ନାମ ପ୍ରଥମେ ପଞ୍ଜୀକୃତ କରିବାକୁ ହେବ। ସେହି ଅନୁସାରେ ସେମାନେ ପୂର୍ବାହ୍ନ ୯ଟା ଠାରୁ ଅପରାହ୍ନ ୨ଟା ମଧ୍ୟରେ ସାକ୍ଷାତ୍‌ କରିବେ। ଏପରି କି ବନ୍ଦୀଙ୍କୁ ଭେଟିବାକୁ ହେଲେ ସାକ୍ଷାତକାରୀଙ୍କୁ ୨ଟି ଯାକ କରୋନା ଟିକା ନେଇଥିବାର ସାର୍ଟିଫିକେଟ କିମ୍ବା ୭୨ଘଣ୍ଟା ମଧ୍ୟରେ କରୋନା ନେଗେଟିଭ ରିପୋର୍ଟ ଆଣିଥିବା ଆବଶ୍ୟକ। ହେଲେ ଜେଲ ଡିଆଇଜିଙ୍କ ଏସ୍‌ଓପିକୂ ବିଧାୟକ ଜଗଦ୍ଦେବଙ୍କ କ୍ଷେତ୍ରରେ ଖୋଲାଖୋଲି ଭାବେ ଉଲ୍ଳଂଘନ କରାଇଛି। ଚିଲିକା ବିଧାୟକଙ୍କୁ ଜେଲ ଭିତରେ ଭେଟିବାକୁ ଅନୁମତି ଦେବାକୁ ନେଇ ପ୍ରଶ୍ନ ଉଠିଛି। ରାତିରେ ବିଚାରାଧୀନ ବନ୍ଦୀ ଥିବା ବିଧାୟକଙ୍କୁ ଭେଟିବାକୁ କିଏ ଅନୁମତି ଦେଇଥିଲେ ସେନେଇ ଖୋର୍ଦ୍ଧା ଜେଲ ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ତାଙ୍କ ସହ କଥାବାର୍ତ୍ତା ହେବା ଲାଗି ଆସିଥିଲେ। ହେଲେ ଅନ୍ୟ କାହାରିକୁ ଜେଲ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ରାଉତ କହିଛନ୍ତି। ଏ ସମ୍ପର୍କରେ ବିଧାୟକ ମିତ୍ରଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ସୋସିଆଲ ମିଡିଆରେ କଥା କଟାକଟି
ବିଧାୟକ ଜଗଦ୍ଦେବଙ୍କ ଗିରଫକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିଧାୟକଙ୍କ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ଦେଖିବାକୁ ମିଳିଛି। ଜଗଦ୍ଦେବଙ୍କ ଗିରଫ ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ଛବି ଚିଲିକା ନିର୍ବାଚନ ମଣ୍ଡଳୀ ଏବଂ ସର୍ବସାଧାରଣରେ ମଳିନ ଲାଗି ଚକ୍ରାନ୍ତ କରାଯାଉଛି ବୋଲି ସମର୍ଥକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ବିଧାୟକଙ୍କ ଜେଲ ଯିବା ଘଟଣାକୁ ଭାଜପା ସ୍ବାଗତ କରିଛି। ଏନେଇ ଭାଜପା ଜିଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର କୁହନ୍ତି ବିଧାୟକ ଜଗଦ୍ଦେବ ନିଜର ନୈତିକତା ଏବଂ ମାନବିକତା ହରାଇ ସାରିଛନ୍ତି। ତାଙ୍କର ବିଧାୟକଙ୍କ ହେବାର ଯୋଗ୍ୟତା ନାହିଁ। ଜଣେ ଜନପ୍ରତିନିଧି ହୋଇ ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବା ପରିବର୍ତ୍ତେ ଯିଏ କର୍ମୀ, ଜନସାଧାରଣଙ୍କୁ ଗାଳିଗୁଳଜ କରେ ସେଭଳି ବ୍ୟକ୍ତିଙ୍କ ସ୍ଥାନ ବିଧାନସଭା ନୁହେଁ ବରଂ ଜେଲ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ...

କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା...

ମୁକ୍ତିକାନ୍ତଙ୍କୁ ଶିଶୁ ଭବନ ଛକରେ ଅଟକାଇଲା ପୋଲିସ୍‌

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ରାଉକେଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ବହୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ସାମାଜିକ କର୍ମୀ...

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ...

ସୁପ୍ରିମକୋର୍ଟଙ୍କ ରାୟ ସତର୍କଘଣ୍ଟି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସୁପ୍ରିମକୋର୍ଟ ୩ଟି କୃଷି ଆଇନ ବାବଦରେ ଯେଉଁ ରାୟ ଦେଇଛନ୍ତି ତାହା କେନ୍ଦ୍ରରେ ଥିବା ଏକ ଅଗଣତାନ୍ତ୍ରିକ ସରକାର ପାଇଁ ସତର୍କଘଣ୍ଟି ବୋଲି ପ୍ରଦେଶ...

ପର୍ଯ୍ୟଟନସ୍ଥଳୀର ବିକାଶ ଦାବି: ଦୁଇ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୧ା୧- ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି...

ବାର୍‌ହା ଆକ୍ରମଣରେ ୨ଆହତ

ହିଞ୍ଜିଳିକାଟୁ,୧୪ା୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗଁା ପଞ୍ଚାୟତ ବାହିଆମ୍ପଗଁାରେ ବୁଧବାର ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ପ୍ରକାଶ ରାଉତ ଓ...

ନିର୍ବାଚିତ ହେଲେ ବିଜେଡିର ୮୦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଲଗାତାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳ(ବିଜେଡି) ସଭାପତିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିସହ...

Advertisement
Archives

Model This Week