ରାଜନୈତିକ ଛକାପଞ୍ଝା ଜୋର ଧରିଲା

ଡେରାବିଶ, ୧୯।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ରବିବାର ଅର୍ଥାତ୍‌ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ମଧ୍ୟରୁ ୬ଟିରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ସହକାରୀ ସମବାୟ ନିବନ୍ଧକଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ଏହି ନିର୍ବାଚନରେ ନିଜ ଅକ୍ତିଆରକୁ ସମବାୟ ସମିତିଗୁଡ଼ିକୁ ଆଣିବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଆରମ୍ଭ ହୋଇଯାଇଛି। ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ସମସ୍ତ ସମବାୟ ସମିତିରେ ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନିଜ ସମର୍ଥିତ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ସେହିପିରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ପକ୍ଷରୁ ଅନୁରୂପ ଭାବେ ସମସ୍ତ ସମିତିରେ ପ୍ରାର୍ଥୀ ଦେଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେତେକ ସମିତିର ଭୋଟରମାନଙ୍କୁ ନେତୃମଣ୍ଡଳୀ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅଜ୍ଞାତବାସରେ ରଖିଥିବା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲା ସହକାରୀ ଉପନିବନ୍ଧକ ମନମୋହନ ରାଉତଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ ସମବାୟ ସମିତି ଅଧୀନରେ ୧୫ଟି ଲେଖାଏ ଜୋନ୍‌ ରହିଛି। ରବିବାର ନିର୍ବାଚନ ପାଇଁ ସମୁଦାୟ ୧୩୧ ଜଣ ପ୍ରାର୍ଥୀ ରହିଛନ୍ତ। ୬ଟି ସମିତି ପାଇଁ ୨,୩୪୮ ଜଣ ଭୋଟର ରହିଛନ୍ତି। ସକାଳ ଅପରାହ୍ନ ୪ଟା ଯାଏ ଅନୁଷ୍ଠିତ ନିର୍ବାଚନ ପାଇଁ ୬ ଜଣ ପ୍ରିଜାଇଡିଂ ଅଫିସର ଓ ୧୯ ଜଣ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି। ଯେଉଁ ସମିତିରେ ଆବଶ୍ୟକ ପଡ଼ିବ ଅଧିକ ପୋଲିଂ ଅଫିସର ପଠାଯିବ ବୋଲି ରାଉତ ସୂଚନା ଦେଇଛନ୍ତି। ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରତି ସମିତି କାର୍ଯ୍ୟାଳୟରେ ହେଉଥିବା ଭୋଟ କେନ୍ଦ୍ରରେ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିବା ରାଉତ ସୂଚନା ଦେଇଛନ୍ତି। ମାତ୍ର ଏହି ନିର୍ବାଚନରେ ନିଜ ଅକ୍ତିଆରକୁ ସମବାୟ ସମିତିଗୁଡ଼ିକୁ ଆଣିବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ କସରତ ଆରମ୍ଭ ହୋଇଛି। ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ସମସ୍ତ ସମବାୟ ସମିତିରେ ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନିଜ ସମର୍ଥିତ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ସେହିପିରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ପକ୍ଷରୁ ଅନୁରୂପ ଭାବେ ସମସ୍ତ ସମିତିରେ ପ୍ରାର୍ଥୀ ଦେଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେତେକ ସମିତିର ଭୋଟରମାନଙ୍କୁ ନେତୃମଣ୍ଡଳୀ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅଜ୍ଞାତବାସରେ ରଖିଥିବା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ରବିବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସମିତିଗୁଡ଼ିକ ହେଲା ଦାନପୁର ପ୍ରାଥମିକ କୃଷିସମବାୟ ସମିତି, ରତାଦିଆଖଣ୍ଡସାହି, କୁଶିଆପାଳ, ଗୋଲରାହାଟ, ଏଣ୍ଡର ଓ ରଘୁଦେଇପୁର ସମବାୟ ସମିତି। କାଉପଡ଼ା ସମବାୟ ସମିତିରେ ସମସ୍ତ ନିର୍ଦ୍ଦେଶକ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ଏଠାରେ ନିର୍ବାଚନ ହେବନାହିଁ ବୋଲି ସମବାୟ ନିବନ୍ଧକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri