ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବାବେଳେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଗ୍ରାମର କିଶୋରିକାନ୍ତ ରାଉତଙ୍କ ବାଡ଼ିରେ ମୂର୍ତ୍ତିଟିକୁ ରଖାଯାଇଛି। ଖବରପାଇ ଐତିହ୍ୟ ଗବେଷକ ତଥା ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକ ଓ ଯୁବ-ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁ ଅଚ୍ୟୁତପୁର ଗ୍ରାମରେ ପହଞ୍ଚତ୍ ମୂର୍ତ୍ତିଟିକୁ ଆଦିମୂର୍ତ୍ତି ବାସୁଦେବଙ୍କ ପ୍ରତିମା ରୂପେ ଚିହ୍ନଟ କରିଥିଲେ। ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ସାଢ଼େ ୪ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୮ରୁ ୧୦ କୁଇଣ୍ଟାଲ ହେବ। ତେବେ ଏହି ବିଗ୍ରହଟିର ସ୍ଥାୟୀ ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ ପକ୍ଷରୁ ଦାବି କରାଯାଇଛି।
ନେଇ ଇନ୍‌ଟାକ ସଦସ୍ୟ ନାୟକ କହିଛନ୍ତି, ଏ ପ୍ରକାର ବିଷ୍ଣୁ ପ୍ରତିମାର ନିର୍ମାଣ କାଳ ଅତି ପ୍ରାଚୀନ ସମୟର। ଆଦିମୂର୍ତ୍ତି ବିଷ୍ଣୁ ପ୍ରତିମାଗୁଡିକରେ ଭଗବାନ ବିଷ୍ଣୁଙ୍କର ୪ଟି ହସ୍ତ ନିମ୍ନଗାମୀ ଅବସ୍ଥାରେ ରହିଥାନ୍ତି। ମୂର୍ତ୍ତିରେ ବାହନ ଗରୁଡ଼ ଅନୁପସ୍ଥିତ ଥାନ୍ତି, କିନ୍ତୁ ଆୟୁଧ ପୁରୁଷ ଓ ନାରୀଙ୍କ ଉପସ୍ଥିତି ଥାଏ। ଏଠାରୁ ଉଦ୍ଧାର ହୋଇଥିବା ଏହି ଆଦିମୂର୍ତ୍ତି ବିଷ୍ଣୁ ପଛ ଦକ୍ଷିଣ ହସ୍ତରେ ଗଦା ନାରୀ ଓ ପଛ ବାମ ହସ୍ତରେ ଚକ୍ର ପୁରୁଷଙ୍କୁ ଧାରଣ କରିଛନ୍ତି। ଆଗ ଦକ୍ଷିଣ ହସ୍ତରେ ଏକ ଜପାମାଳ ଧରିଥିବା ବେଳେ ବାମ ହସ୍ତଟି ଭାଙ୍ଗିଯାଇଛି। ଏ ପ୍ରକାର ମୂର୍ତ୍ତି ପ୍ରାୟ ଅଷ୍ଟମ ଶତାବ୍ଦୀ କିମ୍ବା ତା’ଠାରୁ ଆହୁରି ପୁରାତନ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁଙ୍କ ମତରେ ଯାଜପୁର ଜିଲାର ସିଦ୍ଧେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ବର ମନ୍ଦିର ଓ ପୁରୀ ଜିଲାର ଏକ ଗ୍ରାମରେ ଏଭଳି ଆଦି ବିଷ୍ଣୁ ପ୍ରତିମା ଦେଖାଯାଏ। ଇନଟାକର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଯେଉଁ ସ୍ଥାନରୁ ଏହି ମୂର୍ତ୍ତି ପ୍ରାପ୍ତ ହୋଇଛି, ସେ ସ୍ଥାନରେ ପ୍ରାଚୀନ କାଳରେ ଉଭୟ ବୌଦ୍ଧ ଓ ବ୍ରାହ୍ମଣ ଧର୍ମର ପ୍ରଭାବ ଥିଲା। କାଇମା, ଉଦୟଗିରି, ସିଂହପୁର, ବିରଜା କ୍ଷେତ୍ର ଆଦି ପ୍ରାଚୀନ ଐତିହାସିକ ସ୍ଥାନରୁ ଏପରି ବିଗ୍ରହ ପ୍ରାପ୍ତି ହେବା ନୂଆ କଥା ନୁହେଁ। ଅତୀତରେ ଯାଜପୁର ଅଞ୍ଚଳରେ ଘଟିଥିବା ଅନେକ ଆକ୍ରମଣ ସମୟରେ ସ୍ଥାନୀୟ ଅଧିବାସୀ ଓ ସେବାୟତ ବିଗ୍ରହକୁ ପାଣି ମଧ୍ୟରେ ଲୁଚାଇ ରଖୁଥିଲେ। ହୁଏତ ଅଚ୍ୟୁତପୁରରେ ମଧ୍ୟ କୌଣସି ପ୍ରାଚୀନ ଦେବାଳୟ ଥାଇପାରେ, ଯାହାର ବିଗ୍ରହକୁ ଏପରି କିଛି ବିପଦ ଭୟରେ ପାଣି ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ପୁରାତନ ବିଗ୍ରହର ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ କହିଛି। ଗ୍ରାମବାସୀ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri