ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବାବେଳେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଗ୍ରାମର କିଶୋରିକାନ୍ତ ରାଉତଙ୍କ ବାଡ଼ିରେ ମୂର୍ତ୍ତିଟିକୁ ରଖାଯାଇଛି। ଖବରପାଇ ଐତିହ୍ୟ ଗବେଷକ ତଥା ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକ ଓ ଯୁବ-ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁ ଅଚ୍ୟୁତପୁର ଗ୍ରାମରେ ପହଞ୍ଚତ୍ ମୂର୍ତ୍ତିଟିକୁ ଆଦିମୂର୍ତ୍ତି ବାସୁଦେବଙ୍କ ପ୍ରତିମା ରୂପେ ଚିହ୍ନଟ କରିଥିଲେ। ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ସାଢ଼େ ୪ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୮ରୁ ୧୦ କୁଇଣ୍ଟାଲ ହେବ। ତେବେ ଏହି ବିଗ୍ରହଟିର ସ୍ଥାୟୀ ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ ପକ୍ଷରୁ ଦାବି କରାଯାଇଛି।
ନେଇ ଇନ୍‌ଟାକ ସଦସ୍ୟ ନାୟକ କହିଛନ୍ତି, ଏ ପ୍ରକାର ବିଷ୍ଣୁ ପ୍ରତିମାର ନିର୍ମାଣ କାଳ ଅତି ପ୍ରାଚୀନ ସମୟର। ଆଦିମୂର୍ତ୍ତି ବିଷ୍ଣୁ ପ୍ରତିମାଗୁଡିକରେ ଭଗବାନ ବିଷ୍ଣୁଙ୍କର ୪ଟି ହସ୍ତ ନିମ୍ନଗାମୀ ଅବସ୍ଥାରେ ରହିଥାନ୍ତି। ମୂର୍ତ୍ତିରେ ବାହନ ଗରୁଡ଼ ଅନୁପସ୍ଥିତ ଥାନ୍ତି, କିନ୍ତୁ ଆୟୁଧ ପୁରୁଷ ଓ ନାରୀଙ୍କ ଉପସ୍ଥିତି ଥାଏ। ଏଠାରୁ ଉଦ୍ଧାର ହୋଇଥିବା ଏହି ଆଦିମୂର୍ତ୍ତି ବିଷ୍ଣୁ ପଛ ଦକ୍ଷିଣ ହସ୍ତରେ ଗଦା ନାରୀ ଓ ପଛ ବାମ ହସ୍ତରେ ଚକ୍ର ପୁରୁଷଙ୍କୁ ଧାରଣ କରିଛନ୍ତି। ଆଗ ଦକ୍ଷିଣ ହସ୍ତରେ ଏକ ଜପାମାଳ ଧରିଥିବା ବେଳେ ବାମ ହସ୍ତଟି ଭାଙ୍ଗିଯାଇଛି। ଏ ପ୍ରକାର ମୂର୍ତ୍ତି ପ୍ରାୟ ଅଷ୍ଟମ ଶତାବ୍ଦୀ କିମ୍ବା ତା’ଠାରୁ ଆହୁରି ପୁରାତନ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁଙ୍କ ମତରେ ଯାଜପୁର ଜିଲାର ସିଦ୍ଧେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ବର ମନ୍ଦିର ଓ ପୁରୀ ଜିଲାର ଏକ ଗ୍ରାମରେ ଏଭଳି ଆଦି ବିଷ୍ଣୁ ପ୍ରତିମା ଦେଖାଯାଏ। ଇନଟାକର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଯେଉଁ ସ୍ଥାନରୁ ଏହି ମୂର୍ତ୍ତି ପ୍ରାପ୍ତ ହୋଇଛି, ସେ ସ୍ଥାନରେ ପ୍ରାଚୀନ କାଳରେ ଉଭୟ ବୌଦ୍ଧ ଓ ବ୍ରାହ୍ମଣ ଧର୍ମର ପ୍ରଭାବ ଥିଲା। କାଇମା, ଉଦୟଗିରି, ସିଂହପୁର, ବିରଜା କ୍ଷେତ୍ର ଆଦି ପ୍ରାଚୀନ ଐତିହାସିକ ସ୍ଥାନରୁ ଏପରି ବିଗ୍ରହ ପ୍ରାପ୍ତି ହେବା ନୂଆ କଥା ନୁହେଁ। ଅତୀତରେ ଯାଜପୁର ଅଞ୍ଚଳରେ ଘଟିଥିବା ଅନେକ ଆକ୍ରମଣ ସମୟରେ ସ୍ଥାନୀୟ ଅଧିବାସୀ ଓ ସେବାୟତ ବିଗ୍ରହକୁ ପାଣି ମଧ୍ୟରେ ଲୁଚାଇ ରଖୁଥିଲେ। ହୁଏତ ଅଚ୍ୟୁତପୁରରେ ମଧ୍ୟ କୌଣସି ପ୍ରାଚୀନ ଦେବାଳୟ ଥାଇପାରେ, ଯାହାର ବିଗ୍ରହକୁ ଏପରି କିଛି ବିପଦ ଭୟରେ ପାଣି ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ପୁରାତନ ବିଗ୍ରହର ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ କହିଛି। ଗ୍ରାମବାସୀ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି ଆରମ୍ଭ

ପୁରୀ ଅଫିସ,୮।୧୦: ମୂଳାଷ୍ଟମୀଠାରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଆରମ୍ଭ ହେବା ସହ ଦୁର୍ଗାମାଧବ ଉପାସନା ଚାଲିଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର...

ଗଞ୍ଜାମ, ଗଜପତିରେ ଧସିଲା ପାହାଡ଼

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି, ୧୩ା୧୦(ସ୍ବ.ପ୍ର.)-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ...

ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି...

ଆଜି ୨୨ ଜୀବନ ନେଲା କରୋନା

ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଉଗ୍ର ହେଉଛି ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ବୋର୍ଡ ଅଫ ମେମ୍ବର(ଲେବର ଟ୍ରଷ୍ଟି) ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରଚାର ଓ ଆରୋପ ପ୍ରତ୍ୟାରୋପ ଉଗ୍ର ହୋଇଛି।...

ବର୍ଷା ପାଇଁ ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ସେବା ବ୍ୟାହତ: ୯ ଟ୍ରେନ ବାତିଲ, ୧୧ଟିର ଗତିପଥ ବଦଳିଲା

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅବିରତ ବର୍ଷା ଯୋଗୁ ବିଶେଷକରି ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ସମ୍ବଲପୁର-ଟିଟିଲାଗଡ଼ ରେଳ...

ପଟ୍ଟାମୁଣ୍ଡାଇ କେନାଲରେ ୩ ଯୁବକ ଭାସିଯିବା ଘଟଣା: ୨ ମୃତଦେହ ମିଳିଲା, ଜଣଙ୍କର ପତ୍ତା ମିଳୁନି

କଟକ ଅଫିସ,୧୩ା୧୦: କଟକ ଜିଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଧବାର ୩ ଯୁବକ ଭାସି ଯାଇଥିଲେ। ଗୁରୁବାର ୨ଜଣଙ୍କ ମୃତଦେହ ଉଦ୍ଧାର...

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ...

Advertisement
Archives

Model This Week