କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଏସ୍ଡିପିଓ ଆହତ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ୧୬ ଜଣଙ୍କୁ ପୋଲିସ ଗିରଫ କରିଛି। ସୋମବାର ରାତିରେ ଏପରି ଏକ ଘଟଣା ମାଲକାନଗିରି ଜିଲା କାଲିମେଳା ବ୍ଲକରେ ଘଟିଛି। ୧୩/୨୧ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।
ଖବରରୁ ଜଣାପଡିଛି ମକର ସଂକ୍ରାନ୍ତି ଉପଲକ୍ଷେ କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତର ମାରନପାଲି ଗ୍ରାମ ନିକଟସ୍ଥ ଏକ ପଡିଆରେ କୁକୁଡାଗାଲି ଏବଂ ଜୁଆଖେଳ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ମାଲକାନଗିରି ଏସ୍ପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ୯ ଜଣିଆ ପୋଲିସ ଟିମ୍ ରାତି ୧୦ଟାରେ ଗ୍ରାମକୁ ଯାଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି କେତେଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉପସ୍ଥିତ ଅନ୍ୟମାନଙ୍କୁ ପୋଲିସ ଗିରଫ କରିଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମୁହଁାମୁହଁି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଟେକାପଥର ମାଡ କରି ପୋଲିସ ଉପରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଏସ୍ଡିପିଓ ଅଭିଳାଷ ଜି.ଙ୍କ ବନ୍ଧୁକ ଛଡାଇନେବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସେ ଆହତ ହୋଇଛନ୍ତି। ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ସେଠାରେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିବା ସେଠାରେ ଦୋକାନ ଦେଇଥିବା କେତେଜଣ ବ୍ୟବସାୟୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି। ତେବେ କିଛି ଅଘଟଣ ଆଶଙ୍କାରେ ଗ୍ରାମରେ ପୋଲିସ ମୁତୟନ ହୋଇଛନ୍ତି। ମଙ୍ଗଳବାର ମାଲକାନଗିରି ଏସ୍ପି କାଲିମେଳାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନକରି ଫେରିଛନ୍ତି। ଆହତ ଏସ୍ଡିପିଓଙ୍କୁ ଚିକିତ୍ସା ଲାଗି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗିରଫ ୧୬ ଜଣଙ୍କ ମଧ୍ୟରେ ମାରନପାଲି ଗ୍ରାମର ୬ ଜଣ, ଏମ୍ପିଭି-୩୩ ଗ୍ରାମର ୪, ସେରିଗୁଡା ଗ୍ରାମର ୨ ଓ ନାମକୋଣ୍ଡା ଗ୍ରାମର ୪ଜଣ ରହିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Posted inଆମ ଜିଲା ଖବର, ମାଲକାନଗିରି View All

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା
ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍ ଆମ୍ବେଡକର ରାଇଟ୍ ଫୋରମ୍ ଏବଂ...

ଝିଅକୁ ଖୋଜି ଆଣିବାକୁ ଥାନାର ଦ୍ୱାରସ୍ଥ ହେଲେ ବାପା
କୋକସରା,୩୧ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝୀଗୁଡ଼ା ପଞ୍ଚାୟତ ମହୁଳମୁଣ୍ଡା ଗାଁର ଧବଳେଶ୍ବର ରାଉତଙ୍କ ଝିଅ ଜୟନ୍ତୀ(୧୮) ଗତ ୨୬ ତାରିଖ ରାତିରୁ ନିଖୋଜ...

ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ
ଛତ୍ରପୁର,୧୫।୮(ଡି.ଏନ୍.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ...

ବିଜେଡି-ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ...

ଦନ୍ତା ପାଇଁ ବନ ବିଭାଗ ନାକେଦମ୍
ଗୋପବନ୍ଧୁ ନଗର,୯।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜରୁ ବଡ଼ସାହି ବ୍ଲକ ଭୀମଦା ଅଞ୍ଚଳ ଦେଇ ଏକ ଗୋଠଛଡ଼ା ଦନ୍ତା ରବିବାର ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ...

୧୪୪୬୪ ଫେରନ୍ତାଙ୍କ ପାଇଁ ୧୧୫ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ
ବୁଗୁଡ଼ା, ୩୦।୪(ଡି.ଏନ୍.ଏ): ବର୍ତ୍ତମାନ ସାରା ଦେଶ ଓ ରାଜ୍ୟରେ କରୋନା ମହାମାରୀରୁ ଉଦ୍ଧାର ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ...

ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା
ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ...