ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ

ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ ଓ ମାଆ ଲବଙ୍ଗଙ୍କୁ ରବିବାର ହୀରାକୁଦ ଏସ୍‌ଡିପିଓ ଅଫିସରେ ପୋଲିସ ପଚରାଉଚୁରା କରିଛି। ଏହି ସମୟରେ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିବାର ଲୋକେ ଆଣିଥିବା ହତ୍ୟା ଅଭିଯୋଗର କ’ଣ ତଥ୍ୟ ପ୍ରମାଣ ରହିଛି, କାହିଁକି ସନ୍ଦେହ କରୁଛନ୍ତି ଏଭଳି ଅନେକ ପ୍ରଶ୍ନ ପୋଲିସ ଉଭୟଙ୍କୁ ପଚାରିଛି। ଅନ୍ୟପଟେ ପୋଲିସ ସ୍ଥାନୀୟ ସମଲେଶ୍ୱରୀ ଢାବା ମାଲିକ ଓ କର୍ମଚାରୀଙ୍କୁ ଦୁଇଦିନ ଧରି ପଚରାଉଚୁରା କରିଛି। ଢାବା ଓ ଅନ୍ୟ କେତେକ ସ୍ଥାନରୁ ପୋଲିସ ସିସିଟିଭି ଫୁଟେଜ ଜବତ କରିଛି। ଭିଡିଓରେ ଢାବାରେ ଯୁବତୀଯୁବକ ନିଶା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ଘଟଣା ଦିନ ପ୍ରାୟ ୧୦୦ ଗ୍ରାମରୁ ଅଧିକ ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ଯୁବଗୋଷ୍ଠୀ ନେଉଥିବା ଆଲୋଚନା ହେଉଛି। ପୋଲିସ ସେ ନେଇ ମଧ୍ୟ ତଦନ୍ତ କରୁଥିବା ଏସ୍‌ପି ଗଙ୍ଗାଧର କହିଛନ୍ତି। ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ସନ୍ଦେହ ହେଲେ ନାର୍କୋ ଟେଷ୍ଟ କରାଯିବ ବୋଲି ମଧ୍ୟ ଏସ୍‌ପି ଗଙ୍ଗାଧର କହିଛନ୍ତି।
ସୂଚନାଯୋଗ୍ୟ, ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ହୋଇଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ ୧ତାରିଖ ସକାଳେ ପାୱାର ଚ୍ୟାନେଲରୁ ଉଦ୍ଧାର କରିଥିଲା। ପ୍ରିୟଦର୍ଶିନୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୦୨, ୨୦୧ ଓ ୩୪ରେ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ପାଣିରେ ବୁଡିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ପିସି ବ୍ରିଜକୁ କାହା ସାଥିରେ ଓ କ’ଣ ପାଇଁ ସେ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ନା କେବଳ ପୁରୁଷବନ୍ଧୁ ପ୍ରୀତିମାନ ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା। ଚିନ୍ମୟୀ ପାୱାର ଚ୍ୟାନେଲକୁ ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ପୋଲିସ କେବେ ରହସ୍ୟ ଉପରୁ ପରଦା ହଟାଉଛି ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ୨ ନିଖୋଜ

କୋରାପୁଟ,୨୮ା୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ରବିବାର ଏକ ଦେଶୀ ଡଙ୍ଗା ବୁଡ଼ି ୩ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ସେମାନେ...

ଗାଁ ମଝିରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ

ହାଟଡିହୀ,୨୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍‌...

୧୫ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହୋରାଙ୍କ ପାଇଁ ସ୍ଥାନୀୟ ବିଧାୟକ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି ।...

୫୮ ପ୍ରଧାନମନ୍ତ୍ରୀ ଆବାସ କଟିଲା, ବିଡିଓଙ୍କୁ ଘେରିଲେ ହିତାଧିକାରୀ

କେନ୍ଦୁଝର,୧୮ା୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର (୨ ଏବଂ ୩ ନମ୍ବର ଓ୍ବାର୍ଡ) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହେଇଥିବା ବେଳେ...

କନ୍‌ଭେୟର ବେଲ୍ଟରେ କଞ୍ଚାମାଲ ପରିବହନ କରିବ ଟାଟା ଷ୍ଟିଲ୍‌: ଶେଷ ମୁହୁର୍ତ୍ତରେ ଜନଶୁଣାଣି ସ୍ଥଗିତ

ଯୋଡ଼ା, ୨୭।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ଟାଟା ଷ୍ଟିଲ କମ୍ପାନୀ କନ୍‌ଭେୟର ବେଲ୍ଟରେ କଞ୍ଚାମାଲ୍‌ ପରିବହନ କରିବ। ଖଣ୍ଡବନ୍ଧ ଲୌହ...

ନାବାଳିକାଙ୍କୁ ପ୍ରେମ ମହଙ୍ଗା ପଡ଼ିଲା:ଜେଲ ଗଲେ ୩ ଯୁବକ

ବିଞ୍ଝାରପୁର,୧୫।୩(ଡିଏନଏ): ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଗିରଫ...

ବିପଦସଂକୁଳ ଘରେ ରହୁଛନ୍ତି ରେମ୍ପୀ ଗ୍ରାମବାସୀ

ରାୟଗଡ଼(ଗଜପତି),୨୪ା୧୦:ଗଜପତି ଜିଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପୀ ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ୧୯୯୮ରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କାଘର...

ଆସିଛି ୫ଶହ, କିଣା ହୋଇଛି ୧୧ଶହ କୁଇଣ୍ଟାଲ ଧାନ

ବିଷମକଟକ, ୧୯।୧୨: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହାଟମୁନିଗୁଡ଼ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ଶୁକ୍ରବାର ମଣ୍ଡିକୁ ମାତ୍ର ୫ଶହ କୁଇଣ୍ଟାଲ ଧାନ ଆସିଥିବାବେଳେ ୧୧ଶହ କୁଇଣ୍ଟାଲ...

Advertisement
Archives

Model This Week