ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ

ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ ଓ ମାଆ ଲବଙ୍ଗଙ୍କୁ ରବିବାର ହୀରାକୁଦ ଏସ୍‌ଡିପିଓ ଅଫିସରେ ପୋଲିସ ପଚରାଉଚୁରା କରିଛି। ଏହି ସମୟରେ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିବାର ଲୋକେ ଆଣିଥିବା ହତ୍ୟା ଅଭିଯୋଗର କ’ଣ ତଥ୍ୟ ପ୍ରମାଣ ରହିଛି, କାହିଁକି ସନ୍ଦେହ କରୁଛନ୍ତି ଏଭଳି ଅନେକ ପ୍ରଶ୍ନ ପୋଲିସ ଉଭୟଙ୍କୁ ପଚାରିଛି। ଅନ୍ୟପଟେ ପୋଲିସ ସ୍ଥାନୀୟ ସମଲେଶ୍ୱରୀ ଢାବା ମାଲିକ ଓ କର୍ମଚାରୀଙ୍କୁ ଦୁଇଦିନ ଧରି ପଚରାଉଚୁରା କରିଛି। ଢାବା ଓ ଅନ୍ୟ କେତେକ ସ୍ଥାନରୁ ପୋଲିସ ସିସିଟିଭି ଫୁଟେଜ ଜବତ କରିଛି। ଭିଡିଓରେ ଢାବାରେ ଯୁବତୀଯୁବକ ନିଶା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ଘଟଣା ଦିନ ପ୍ରାୟ ୧୦୦ ଗ୍ରାମରୁ ଅଧିକ ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ଯୁବଗୋଷ୍ଠୀ ନେଉଥିବା ଆଲୋଚନା ହେଉଛି। ପୋଲିସ ସେ ନେଇ ମଧ୍ୟ ତଦନ୍ତ କରୁଥିବା ଏସ୍‌ପି ଗଙ୍ଗାଧର କହିଛନ୍ତି। ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ସନ୍ଦେହ ହେଲେ ନାର୍କୋ ଟେଷ୍ଟ କରାଯିବ ବୋଲି ମଧ୍ୟ ଏସ୍‌ପି ଗଙ୍ଗାଧର କହିଛନ୍ତି।
ସୂଚନାଯୋଗ୍ୟ, ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ହୋଇଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ ୧ତାରିଖ ସକାଳେ ପାୱାର ଚ୍ୟାନେଲରୁ ଉଦ୍ଧାର କରିଥିଲା। ପ୍ରିୟଦର୍ଶିନୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୦୨, ୨୦୧ ଓ ୩୪ରେ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ପାଣିରେ ବୁଡିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ପିସି ବ୍ରିଜକୁ କାହା ସାଥିରେ ଓ କ’ଣ ପାଇଁ ସେ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ନା କେବଳ ପୁରୁଷବନ୍ଧୁ ପ୍ରୀତିମାନ ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା। ଚିନ୍ମୟୀ ପାୱାର ଚ୍ୟାନେଲକୁ ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ପୋଲିସ କେବେ ରହସ୍ୟ ଉପରୁ ପରଦା ହଟାଉଛି ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: ଓଡିଶାବାସୀଙ୍କ କଲେ ମଙ୍ଗଳକାମନା,ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ…

ପୁରୁଷୋତ୍ତମପୁର, ୨୮।୭(ସବିତା ମିଶ୍ର): ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ମଙ୍ଗଳବାର ରାତ୍ରିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟାଦେବୀ ମା’…

ରେମାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବତୀ: ମିଳୁନି ପତ୍ତା, କେଶଦୁରାପାଳ ଗାଁରେ ଶୋକାକୂଳ…

ଆନନ୍ଦପୁର, ୨୮।୭(ସୁଶାନ୍ତ କୁମାର ସାହୁ): ଲଗାଣ ବର୍ଷା ଯୋଗୁ ଫୁଲିଉଠିଥିବା ରେମାଳ ନଦୀରେ ଭାସିଯାଇ ଜଣେ ୨୫ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଘସିପୁରା ବ୍ଲକ୍ ଅନ୍ତର୍ଗତ…

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…

ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି…

ଲଗାଣ ବର୍ଷାରେ ଭାଙ୍ଗିଲା ଫାଫୁଡ଼ିଆ ନାଳ ପୋଲ, ଶାଳପଡ଼ା–ସରେଇଁ ଯାତାୟାତ ଠପ୍,…..

ଆନନ୍ଦପୁର/ବଞ୍ଚୋ ,୨୮।୭(ସୁଶାନ୍ତ କୁମାର ସାହୁ/ପ୍ରଦୋଷ ବିଶ୍ୱାଳ): ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ବନ୍ୟା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri