ପଣ୍ଡିତଙ୍କ ଦୁର୍ଦ୍ଦଶା

ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରୀ ପଣ୍ଡିତଙ୍କ ଗଣପଳାୟନ ଓ ଦୁର୍ଦ୍ଦଶା ଉପରେ ଗତିଶୀଳ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଉଠିଥିବା ବିବାଦ ଥମିନାହିଁ; ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ଟାର୍ଗେଟ ହତ୍ୟା ଆରମ୍ଭ କରିଥିବା କୁହାଯାଉଛି। ୨୦୨୨ ମେ’ ୧୨ରେ ବଡ଼ଗାମ୍‌ର ଚଡୁରା ତହସିଲରେ କାର୍ଯ୍ୟରତ ଥିବାବେଳେ କିରାଣି ରାହୁଲ ଭଟ୍ଟଙ୍କୁ ବନ୍ଧୁକଧାରୀମାନେ ନାମ ପଚାରି ଯେଭଳି ଗୁଳିକରି ହତ୍ୟା କଲେ ତାହା ଉପତ୍ୟକାରେ ବସବାସ କରୁଥିବା କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଇତିମଧ୍ୟରେ ସୁରକ୍ଷା ବଳ ଏହି ହତ୍ୟାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ଏନ୍‌କାଉଣ୍ଟରରେ ନିପାତ କରିଥିବା ଦାବି କରିଛି, ଯାହାର ସତ୍ୟତା ସନ୍ଦେହ ଘେରରେ।
ମୃତ ରାହୁଲଙ୍କ ସ୍ତ୍ରୀ ମୀନାକ୍ଷୀ ଭଟ୍ଟ ତାଙ୍କ ସ୍ବାମୀଙ୍କ ହତ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମୀନାକ୍ଷୀ କହିଛନ୍ତି, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବାର ପ୍ରତିଶୋଧ ରାହୁଲଙ୍କୁ ହତ୍ୟା କରି ନିଆଯାଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କ ପାଇଁ କିଛି କରିନାହାନ୍ତି ବୋଲି ରାହୁଲଙ୍କ ପରିବାର ଓ ଅନ୍ୟ କଶ୍ମୀରୀ ପଣ୍ଡିତମାନେ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ସ୍ବତନ୍ତ୍ର ନିଯୁକ୍ତି ଯୋଜନାରେ ସରକାରୀ ଚାକିରି କରୁଥିବା ଏହି ସମୁଦାୟର ଲୋକେ ସୁରକ୍ଷା ଚିନ୍ତାରେ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଦେଖିବାକୁ ଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ବନ୍ଦ ହୋଇଯାଇଥିଲା। କାରଣ ସେତେବେଳେ କେନ୍ଦ୍ର ସରକାର ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବକୁ ଗୁରୁତ୍ୱ ଦେଇ ବିସ୍ଥାପିତ ପଣ୍ଡିତମାନଙ୍କୁ ଫେରାଇଆଣି ଉପତ୍ୟକାରେ ଥଇଥାନ ଅଭିଯାନ ଚଳାଇଥିଲେ। ପଣ୍ଡିତମାନେ ଫେରିଆସି ନିଜ ଭିଟାମାଟିରେ ପୁନଃ ବସବାସ କରନ୍ତୁ ବୋଲି କଶ୍ମୀରର ମୁସଲମାନମାନେ ଚାହୁଁଥିଲେ। ଏଥିପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି ହେବାରେ ଲାଗିଥିଲା। କିନ୍ତୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ସାମ୍ପ୍ରଦାୟିକ ସଦ୍ଭାବର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା ବୋଲି ସେଠାକାର ରିପୋର୍ଟଗୁଡ଼ିକରୁ ଜଣାପଡ଼ୁଛି। ମୋଦିଙ୍କ ନେତ୍ୱତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବିଧାନ ସଂଶୋଧନ ପଦକ୍ଷେପକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା। ଏହାର ପରିଣାମ ସ୍ବରୂପ କଶ୍ମୀରୀ ପଣ୍ଡିତଙ୍କ ସମେତ ୧୪ ଜଣ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କଲେଣି। ଗତ ବର୍ଷ ଅକ୍ଟୋବର ୫ରେ ଜଣେ ଔଷଧ ଦୋକାନୀଙ୍କୁ ମଧ୍ୟ ରାହୁଲଙ୍କ ଭଳି ହତ୍ୟା କରାଯାଇଥିଲା। ସଦ୍ୟ ଘଟଣା ପରେ ଅନେକ କଶ୍ମୀରୀ ପଣ୍ଡିତ ପୁଣି ଉପତ୍ୟକା ଛାଡ଼ି ପଳାୟନ କରିବାକୁ ନିଷ୍ପତ୍ତି ନେଲେଣି। ତେଣୁ କେନ୍ଦ୍ର ସରକାରଙ୍କୁ ତାଙ୍କ ଉତ୍ତରଦାୟିତ୍ୱକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ପଡ଼ିବ। କେବଳ ନିଯୁକ୍ତି ଦେବା ଓ ବିସ୍ଥାପିତଙ୍କୁ କଶ୍ମୀରକୁ ଫେରାଇଆଣିବା ଉଦ୍ୟମରୁ ସୁଫଳ ମିଳିବ ନାହିଁ। କେନ୍ଦ୍ର ସରକାର ଓ ତାଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଚେତିବାକୁ ପଡ଼ିବ। କଶ୍ମୀରରେ ଖାଲି ଯବାନଙ୍କୁ ମୁତୟନ କରିଦେଲେ ଚଳିବ ନାହିଁ, ନୂଆ ଢଙ୍ଗରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।
ଏଭଳି ଅନେକ ଘଟଣା ବାରମ୍ବାର ଶୁଣିବାକୁ ମିଳିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସମୟରେ ଆଲୋଚନା ପାଇଁ କାର୍ଯ୍ୟ କରିବା ଦିଗରେ ଇଚ୍ଛା ପ୍ରକାଶ କରାଯାଉ ନାହିଁ। କଶ୍ମୀର ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଆନ୍ଦୋଳନ ପର୍ଯ୍ୟନ୍ତ ଦେଖିଲେ ଗଣତାନ୍ତ୍ରିକ ବିଚାରବିମର୍ଶର କୌଣସି ନାମଗନ୍ଧ ନିଆଯାଉ ନାହିଁ। ସବୁବେଳେ ଏକପାଖିଆ ସରକାରୀ ନିଷ୍ପତ୍ତି ଯୋଗୁ ଦେଶର ସୁରକ୍ଷା, ଅର୍ଥନୀତି ଏବଂ ସାମାଜିକ ଶୃଙ୍ଖଳା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଭାରତ ସରକାର ପ୍ରତିଶୋଧମୂଳକ ମନୋଭାବ ନେଇ କରୁଥିବା କାର୍ଯ୍ୟଗୁଡ଼ିକୁ ବନ୍ଦ କରି ଯଦି ଲୋକଙ୍କ କଥା ଶୁଣନ୍ତେ ତେବେ ଗଣମାଧ୍ୟମକୁ ଅକ୍ତିଆରରେ ରଖି କେବଳ ଅସତ୍ୟ ପ୍ରକାଶ କରାଇବାକୁ ପଡ଼ନ୍ତା ନାହିଁ। ମନେରଖିବାକୁ ହେବ ଯେ, ଆଜି କହିଥିବା ଅସତ୍ୟ ଆସନ୍ତା ଦିନରେ ନିଶ୍ଚିତ ଭାବେ ଧରାପଡ଼ିବ। ସେହି ସମୟରେ ସରକାର ସମେତ ଗଣମାଧ୍ୟମ ମଧ୍ୟ ତାହାର ବିଶ୍ୱସନୀୟତା ହରାଇବସିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri