Posted inଖେଳ

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ ସେନ୍‌ ଓ୍ବାର୍ନ। ଉଇକେଟ ସହ ରନ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ ହେଁ ଗୋଟିଏ ବି ଶତକ ମାରିନାହାନ୍ତି। ଏଣୁ ସେ ବିନା ଶତକରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ଭାବେ ବିବେଚିତ ହୋଇଥାନ୍ତି।

ଅଷ୍ଟ୍ରେଲିଆର ଏହି ପୂର୍ବତନ ମହାନ କ୍ରିକେଟର ଦଳ ପାଇଁ ୧୯୯୨ରୁ ୨୦୦୭ ଯାଏ କ୍ରିକେଟ ଖେଳିଥିଲେ। ସେ ୧୪୫ ଟେଷ୍ଟ ମ୍ୟାଚ୍‌ର ୧୯୯ ପାଳିରେ ୩୧୫୪ରନ୍‌ କରିଛନ୍ତି। ହେଲେ ସେଥିରେ ଗୋଟିଏ ମଧ୍ୟ ଶତକ ନାହିଁ। ଏକଦା ତାଙ୍କ ପାଖରେ ଶତକ ମାରିବାର ସୁଯୋଗ ଥିଲା। ହେଲେ ସେ ଗୋଟିଏ ରନ୍‌ ପଛରେ ରହିଯାଇଥିଲେ। ଏଣୁ ଏବେ ବି ୯୯ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଭାବେ ରହିଛି।

ଟେଷ୍ଟ କ୍ରିକେଟରେ ବିନା ଶତକ କରି ସର୍ବାଧିକ ରନ୍‌ କରିଥିବା ଟପ୍‌ ୫ ଖେଳାଳି:
ସେନ୍‌ ଓ୍ବାର୍ନ-୩୧୫୪ରନ୍‌
ଚେତନ ଚୌହାନ-୨୦୮୪ରନ୍‌
ନିରୋଶନ ଡିକବେଲା-୨୦୬୪ରନ୍‌
ଡିଏଲ୍‌ ମୁରେ-୧୯୯୩ରନ୍‌
ମେଲକମ୍‌ ମାର୍ଶଲ-୧୮୧୦ ରନ୍‌

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ବିବାହକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲେ ଯୁବରାଜ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା...

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ...

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି

ମୁମ୍ବାଇ, ୨୮ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ପୃଥିବୀ,...

ନିଜ କାର୍‌ ବିକିଲେ ବିରାଟ କୋହଲି: ଦାମ୍‌ ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କାର୍‌ କଲେକ୍ସନ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ବିଭିନ୍ନ କମ୍ପାନୀର କାର୍‌ ରହିଛି। ଏଥିରେ...

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି...

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ

ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍‌ ଦି ଇୟରରେ ଭାରତର ହ୍ବାଇଟ ବଲ୍‌ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍‌ ସ୍ପିନର...

ଦ୍ରୁତତମ ଅଲରାଉଣ୍ଡର ସାକିବ

ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍‌ କରିବା ସହ ୨୫୦ ଉଇକେଟ...

ଆର୍ଜେଣ୍ଟିନା ଟୁର୍‌: ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ

ବୁଏନ୍ସଏୟାର୍ସ, ୨୪ା୧ (ପି.ଟି.)- ଆର୍ଜେଣ୍ଟିନା ଟୁର୍‌ରେ ଥିବା ଭାରତୀୟ ସିନିୟର ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଆର୍ଜେଣ୍ଟିନାର ବି’ ଦଳଠାରୁ ୧-୨ରେ...

Advertisement


Archives

Model This Week