ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ

ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡ଼ା ଶ୍ରୀ ଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା, ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବା, ବୁଢ଼ାରଜା ମହାଦେବ, ବଡ଼ବଜାର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ଥାଳଉଠି ଯାତ୍ରା ପାଇଁ ଅନୁକୂଳ ହୋଇଛି।
ପ୍ରାୟ ୪ଶହ ବର୍ଷର ଏହି ଥାଳଉଠା ପରମ୍ପରା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପାଳିତ ହୋଇଆସୁଛି। ହେଲେ ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ଏହାକୁ ଫିକା କରିଦେଇଛି। ପ୍ରତି ଶୈବପୀଠରେ ଯାତ୍ରା କମିଟିର ହାତଗଣତି ସଭ୍ୟ ଉପସ୍ଥିତ ଥିଲେ। ଦେବ ଦମ୍ପତିଙ୍କ ବିବାହ ପାଇଁ ଚୟନ ହୋଇଥିବା କନ୍ୟା ମାତାପିତା ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜିଠାରୁ ଯାତ୍ରା କମିଟି ଓ କନ୍ୟାପକ୍ଷ ଦେବ ଦମ୍ପତିିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। କର୍ମକର୍ତ୍ତାମାନେ ପିତଳ ଓ ରୌପ୍ୟ ଥାଳିରେ ବେଲପତ୍ର, ପଦ୍ମଫୁଲ, ହଳଦିଆ, ଲାଲ ରଙ୍ଗର ପାଟବସ୍ତ୍ର ଘୋଡାଇ ଥାଳ ପ୍ରସ୍ତୁତ କରିଥାନ୍ତି। ଭକ୍ତମାନେ ଥାଳକୁ ମାତା ପାର୍ବତୀ ଓ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଟେକିଥାନ୍ତି, ଯାହାକୁ ଥାଳଉଠା ପର୍ବ କୁହାଯାଏ। ବାଜା, ରୋଶଣିରେ ଶୈବପୀଠ ଦୁଲୁକି ଉଠିଥାଏ। କରୋନା କଟକଣା ଯୋଗୁ ଆୟୋଜକ କମିଟି ନିରାଡ଼ମ୍ବର ଭାବରେ ପାଳନ କରିଥିଲେ। କେବଳ ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଥାଳ ଉଠିଥିଲା। ମନ୍ଦିର ପୂଜକ, ପଣ୍ଡିତ, କନ୍ୟା ମାତାପିତା, ବର ମାତାପିତା, ଯାତ୍ରା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତବର୍ଷ ବାଲୁଙ୍କେଶ୍ୱର ବାବାଙ୍କ ଯାତ୍ରା କମିଟି ପକ୍ଷରୁ କନ୍ୟା ମାତାପିତା ଭାବେ ଗୋପାଳ ଚନ୍ଦ୍ର ସାହୁ ସହଧର୍ମିଣୀ ପ୍ରମିଳା ଚୟନ ହୋଇଛନ୍ତି। ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଯାତ୍ରା କମିଟି ପକ୍ଷରୁ ବାସୁଦେବ ଚିନ୍ଦ୍ରା ତାଙ୍କର ସ୍ତ୍ରୀ ଯାଜ୍ଞସେନୀ, ମୁଦିପଡ଼ାର ଜାଗେଶ୍ୱର ବାବା ଯାତ୍ରା କମିଟି ପକ୍ଷରୁ ସୁମନ୍ତ ସ୍ବାଇଁ ତାଙ୍କର ସ୍ତ୍ରୀ ବନ୍ଦିତା, ବାଲିବନ୍ଧାର ବାଲୁଙ୍କେଶ୍ୱର ବାବା କମିଟି ପକ୍ଷରୁ ପ୍ରଶ୍ନ ମହାପାତ୍ର ତାଙ୍କର ସ୍ତ୍ରୀ ସରୋଜିନୀ, ବଡ଼ବଜାର ଶୀତଳେଶ୍ୱର ବାବା କମିଟି ପକ୍ଷରୁ ଅଶୋକ ନାଏକ ତାଙ୍କର ସ୍ତ୍ରୀ ସୁଚିସ୍ମିତା, ଠାକୁରପଡ଼ା ଗୁପ୍ତେଶ୍ୱର ବାବା କମିଟି ପକ୍ଷରୁ ସୁରେନ୍ଦ୍ର ପୁରୋହିତ ତାଙ୍କର ସ୍ତ୍ରୀ ମିନତି, ବୁଢ଼ାରଜା କମିଟି ପକ୍ଷରୁ ଜଗତ କିଶୋର ଦାନି ତାଙ୍କର ସ୍ତ୍ରୀ ସବିତା ପ୍ରମୁଖ ମାତା ପାର୍ବତୀଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri