ଆକାଶରେ ୯ ଘଣ୍ଟା ଉଡ଼ିଲା ବିମାନ, କେଉଁଠି କଲାନି ଅବତରଣ, କାରଣ ଜାଣିଲେ…

ନ୍ୟୁୟର୍କ,୧୩ା୬: ଭାବନ୍ତୁ ଆପଣ ଆପଣଙ୍କ ସମ୍ପର୍କୀୟଙ୍କ ଘରକୁ ବିମାନ ଯୋଗେ ଯାଉଛନ୍ତି। ସେଠାକୁ ଯିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ସମ୍ପର୍କୀୟଙ୍କ ପାଇଁ ବହୁତ ଜିନିଷ ମଧ୍ୟ ନେଇ ଯାଉଥିବେ। ମାତ୍ର ଯଦି ଆପଣ ବିମାନରେ ୯ ଘଣ୍ଟା ରହେିବ ଆଉ ୭୦୦୦ କିଲୋମିଟର ଯାତ୍ରା କରିବେ ତେବେ କିପରି ଅନୁଭବ କରିବେ? ଓହ୍ଲାଇବାକୁ ଚାହୁଁଥିଲେ ମଧ୍ୟ ପାରିବେ ନାହିଁ। ନିକଟରେ ବ୍ରିଟିଶ ଏୟାରଓ୍ବେଜ ଯାତ୍ରୀଙ୍କ ସହ ସମାନ ଘଟଣା ଘଟିଛି। ଏହି ବିମାନରେ ୩୦୦ ଯାତ୍ରୀ ଥିଲେ। ୯ ଘଣ୍ଟା ଧରି ଉକ୍ତ ବିମାନ ଆକାଶରେ ଉଡ଼ିଥିଲା। ମାତ୍ର କେଉଁଠି ବି ଅବତରଣ କରି ନଥିଲା। ଶେଷରେ ଯେଉଁଠାରୁ ଉଡ଼ାଣ କରିଥିଲା, ସେଠାକୁ ଫେରି ଆସିଥିଲା।

ଏକ ରିପୋର୍ଟ ଅନୁଯାୟୀ, ସୋମବାର ସକାଳେ ବ୍ରିଟିଶ ଏୟାରଓ୍ବେଜ୍‌ ବିମାନ ୧୯୫ ଲଣ୍ଡନରୁ ଆମେରିକାର ହ୍ୟୁଷ୍ଟନକୁ ଯାଉଥିଲା। ଏହି ଯାତ୍ରା ୧୦ ଘଣ୍ଟା ୨୦ମିନିଟ୍‌ ନେଇଥାଏ। ବୋଇଙ୍ଗ ୭୮୭-୯ ଡ୍ରିମଲିନର୍‌ ବିମାନ ଲଣ୍ଡନରୁ ବିମାନ ଉଡ଼ାଣ କରିଥିଲା। ୯ ଘଣ୍ଟା ଧରି ଉଡ଼ିଥିଲା। ସେ ନ୍ୟୁଫାଉଣ୍ଡଲାଣ୍ଡ ଉପକୂଳରେ ପହଞ୍ଚିଥିଲା। ଏହି ସମୟରେ ବିମାନଟି ସମଗ୍ର ଆଟ୍‌ଲାଣ୍ଟିକ ମହାସାଗର ପାର୍‌ ହୋଇ ଯାଇଥିଲା। ମାତ୍ର ହଠାତ୍‌ ବିମାନଟି ପାଇଲଟଙ୍କ ଦ୍ୱାରା ଫେରି ଆସିଥିଲା। ସାମାନ୍ୟ ବୈଷୟିକ ତ୍ରୁଟି ହେତୁ ବିମାନକୁ ଡାଇଭର୍ଟ କରାଯାଉଥିବା କୁହାଯାଇଥିଲା।
ଏହା ପରେ ବିମାନଟି ପୁଣିଥରେ ସମଗ୍ର ଆଟ୍‌ଲାଣ୍ଟିକ ମହାସାଗର ପାର ହୋଇ ଲଣ୍ଡନରେ ପହଞ୍ଚିଲା। ବିମାନଟି ପ୍ରାୟ ୭୦୦୦ କିଲୋମିଟର ଦୂର ଯାତ୍ରା କରିଥିଲା। ବିମାନରେ ଥିବା ୩୦୦ ଯାତ୍ରୀ ନିରାଶ ହୋଇ ଫେରିଥିଲେ। ପରେ ସେମାନେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲେ। ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।

ବିମାନ ସେବା ଏହି ସମସ୍ୟା ବିଷୟରେ ଉଲ୍ଲେଖ କରିନାହିଁ କିନ୍ତୁ ଜେଟ୍‌ର ଇଞ୍ଜିନରେ ତ୍ରୁଟି ଥିବା ସୂତ୍ରରୁ ପ୍ରକାଶ। ସେହି କାରଣରୁ, ବିମାନର ଏହି ଉଡ଼ାଣରେ କୌଣସି ଅସୁବିଧା ହେବ ନାହିଁ, ଏହା ଆମେରିକାରେ ପହଞ୍ଚିଥାନ୍ତା, କିନ୍ତୁ ପରବର୍ତ୍ତୀ ସମୟରେ ଅସୁବିଧା ହୋଇପାରେ, ତେଣୁ ବିମାନ ଫେରିଯିବା ଭଲ ବୋଲି ପାଇଲଟ ଚିନ୍ତା କରି ଫେରାଇ ଆଣିଥିଲେ।

ବିମାନ ସେବା କହିଛି, ସେମାନେ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି ଏବଂ ପରବର୍ତ୍ତୀ ବିମାନରେ ବୁକିଂ ଯୋଗାଇ ଦେଇଛନ୍ତି, ସେମାନଙ୍କୁ ରହିବା ସୁବିଧା ମଧ୍ୟ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କ ଦ୍ୱାରା ହୋଇଥିବା କୌଣସି କ୍ଷତି ପାଇଁ ସେମାନଙ୍କୁ ଫେରସ୍ତ କରିବାକୁ ମଧ୍ୟ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ବିମାନଟି ଲଣ୍ଡନକୁ ଫେରି ଆସିଥାଇପାରେ କାରଣ ଇଞ୍ଜିନ ନିର୍ମାତା ରୋଲ୍ସ-ରଏସ ଏବଂ ବ୍ରିଟିଶ ଏୟାରଓ୍ବେଜ୍‌ ରୋଲ୍ସ-ରଏସ୍‌ ସହିତ ଚୁକ୍ତି କରିଥିଲା। ଚୁକ୍ତିନାମା ସହିତ ଜଡ଼ିତ ସମସ୍ତ ଇନ୍‌ପୁଟ୍‌ ଏବଂ ସୁବିଧା ନିଶ୍ଚିତ ଭାବରେ ଇଂଲଣ୍ଡର ହିଥ୍ରୋ ବିମାନବନ୍ଦରରେ ହୋଇଥଲା, ତେଣୁ ବିମାନଟି ନିଶ୍ଚିତ ଭାବରେ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri