ବିମାନରେ କାଚ ଭାଙ୍ଗିଲେ, ତଳେ ଗଡ଼ିଲେ

ଇସ୍‌ଲାମାବାଦ୍‌,୨୦ା୯:ପାକିସ୍ତାନରୁ ଦୁବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ବାଚଳାମି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଝି ଆକାଶରେ ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌ କରିଥିଲେ ସମ୍ପୃକ୍ତ ଯୁବକ। ଯେତେ ବୁଝାସୁଝା କଲେ ସୁଦ୍ଧା ସେ କାହା କଥା ଶୁଣି ନ ଥିଲେ। ଯୁବକଙ୍କ ଏ ପ୍ରକାର ଅସ୍ବାଭାବିକ ବ୍ୟବହାର ପାଇଁ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍‌ (ପିଆଇଏ) ଯୁବକଙ୍କୁ କଳା ତାଲିକାଭୁକ୍ତ କରିଦେଇଛି।
ପ୍ଲେନ୍‌ଟି ପେଶାଓ୍ବରରୁ ଦୁବାଇ ଅଭିମୁଖେ ଯାଉଥିଲା। ଉଡ଼ାଣ ଭରିବା କିଛି ସମୟ ମଧ୍ୟରେ ହଠାତ୍‌ ଯୁବକ ଜଣକ ବିମାନରୁ ଓହ୍ଲାଇବାକୁ କହିଥିଲେ। ଖାଲି ସେତିକି ନୁହେଁ ନିଜ ସିଟ୍‌ରୁ ଉଠି ପାଖରେ ବସିଥିବା ଯାତ୍ରୀଙ୍କୁ ହଟାଇ ବିମାନ ଫ୍ଲୋର୍‌ରେ ଗଡ଼ିପଡ଼ିଥିଲେ। ଯୁବକଙ୍କ ଏ ପ୍ରକାର ବ୍ୟବହାରରେ ଅନ୍ୟ ଯାତ୍ରୀ ବିବ୍ରତ ହୋଇ ଏହାର ସୂଚନା ପ୍ଲେନ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। କ୍ରିଉ ମେମ୍ବର ସେଠାରେ ପହଞ୍ଚି ଯୁବକଙ୍କୁ ଯେତେ ବୁଝାସୁଝା କରିଥିଲେ ହେଁ ସେ ବୁଝି ନ ଥିଲେ। ବିମାନ ଝରକାକୁ ଗୋଇଠା ମାରି ତା’ ସଟର ଭାଙ୍ଗିବା ସହ ସିଟ୍‌କୁ ମଧ୍ୟ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ତା’ ପରେ ସମ୍ପୃକ୍ତ ଯୁବକ ଜୋର୍‌ ପାଟିରେ ଆଜାନ୍‌ (ସାମୁହିକ ପ୍ରାର୍ଥନା) ପାଠ କରିଥିଲେ। ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେବା ନେଇ ଯୁବକଙ୍କୁ କ୍ରିଉ ମେମ୍ବର ଏଭଳି ବ୍ୟବହାର ନ କରିବା ପାଇଁ କହିଥିଲେ ହେଁ ସେ କ୍ରିଉ ମେମ୍ବରଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ। ପରିଶେଷରେ ଅତିଷ୍ଠ ହୋଇ ବିମାନ ର୍କମଚାରୀ ଏଭିଏସନ୍‌ ଆଇନ ବଳରେ ଯୁବକଙ୍କୁ ତାଙ୍କ ସିଟ୍‌ରେ ବଳପୂର୍ବକ ବାନ୍ଧି ଦେଇଥିଲେ। ବିମାନଟି ଦୁବାଇରେ ଲ୍ୟାଣ୍ଡ୍‌ କରିବା ପରେ କର୍ତ୍ତୃପକ୍ଷ ତାଙ୍କୁ କାବୁ କରିନେଲେ। ପିଆଇଏ ସମ୍ପୃକ୍ତ ଯୁବକଙ୍କୁ କଳା ତାଲିକା ଭୁକ୍ତ କରିବା ସହ ତାଙ୍କୁ ପୁଣି ପାକିସ୍ତାନ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri