କାମ ସରିନି, ମାଟିତଳୁ ଉଠିଗଲା ପାଇପ୍‌

ବରଗଡ଼ ଅଫିସ୍‌,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା ଅଣଜଳସେଚିତ ଜମିକୁ ପାଣି ମାଡ଼ିବ ବୋଲି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯେଭଳି ଚାଲିଛି, ତାହା ଚାଷୀ ଏବଂ ଅଞ୍ଚଳବାସୀଙ୍କୁ ଏବେ ନିରାଶ କରିଛି। ବରଗଡ଼ ସହର ଉପକଣ୍ଠ ପଥର୍ଲା ଗ୍ରାମ ଦେଇ ପ୍ରକଳ୍ପ ପାଇଁ ଗତ କିଛିଦିନ ତଳେ ମାଟିତଳେ ବିଛାଯାଇଥିବା ପାଇପ୍‌ ସାମାନ୍ୟ ବର୍ଷାରେ ଉପରକୁ ଉଠି ଯାଇଛି। ଏଭଳି ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଏହାର ଦୀର୍ଘସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ୪ ଫୁଟ୍‌ ତଳେ ପୋତାଯାଇଥିବା ପାଇପ୍‌ ଉପରକୁ ଉଠିଯାଇଥିବାରୁ ପଥର୍ଲା ସମେତ ପଡ଼ୋଶୀ ନିଲେଶ୍ୱର, ଶସ୍ତୁପାଲି, ଗୁଡ଼େଶିରା, କଲଙ୍ଗାପାଲି, ଗୋବିନ୍ଦପୁର, ତୁରୁଙ୍ଗା ଆଦି ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି। ପଥର୍ଲା ଦେଇ ଯାଇଥିବା ରାସ୍ତା ଗୋଟିଏ ପଟେ ବରଗଡ଼-ରାୟପୁର ଏବଂ ଅନ୍ୟପଟେ ବରଗଡ଼-ବରପାଲି ରାସ୍ତାରୁ ଏକାମ୍ର ଛକ-ବିଜେପୁର ରାସ୍ତାକୁ ସଂଯୋଗ କରୁଛି। ପାଇପ ଉପରକୁ ଉଠିଯାଇଥିବାରୁ ପଥର୍ଲା-ବିଜେପୁର ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଅଞ୍ଚଳର ଚାଷୀ, ଛାତ୍ରୀଛାତ୍ର, ବ୍ୟବସାୟୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନିମ୍ନମାନର କାମ ଯୋଗୁ ଏଭଳି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ବରଗଡ଼ ଜିଲାର ବିଜେପୁର, ବରପାଲି ଓ ସୋହେଲା ବ୍ଲକ ସହିତ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ବ୍ଲକର ଚିର ମରୁଡ଼ି ପ୍ରପୀଡ଼ିତ ୧୨୯ଗ୍ରାମର ୨୫,୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ଲକ୍ଷ୍ୟ ରହିଥିଲା। ପ୍ରକଳ୍ପକୁ ଜଳ ବଣ୍ଟନ ଭାଗ (ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ) ଏବଂ ମୁଖ୍ୟ ନିର୍ମାଣ ଭାଗ (ହେଡ୍‌ ୱାର୍କ୍ସ) ହିସାବରେ ୨ଭାଗରେ ବିଭକ୍ତ କରାଯାଇଛି। ଜଳ ବଣ୍ଟନ ଭାଗ ନିର୍ମାଣ କାର୍ଯ୍ୟ ପାଇଁ ଚୁକ୍ତିନାମା କରି ୨୦୨୦ ସେପ୍ଟେମ୍ବର ୧୬ ତାରିଖରୁ ଏଜେନ୍ସି ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡ୍‌ ୧୨୭୫.୨୬ କୋଟି ଟଙ୍କାରେ ଚୁକ୍ତିନାମା ସହିତ କାମ ଆରମ୍ଭ କରିଥିଲା। ଚୁକ୍ତିନାମା ଅନୁସାରେ ୨୦୨୩ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜଳ ବଣ୍ଟନ ଭାଗର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସେହିପରି ଏଜେନ୍ସି ଏଲ୍‌ ଆଣ୍ଡ୍‌ ଟି କନ୍‌ଷ୍ଟ୍ରକ୍ସନ ମୁଖ୍ୟ ନିର୍ମାଣ ଭାଗ ନିର୍ମାଣ କାର୍ଯ୍ୟ ନେଇ ୨୦୨୧ ମାର୍ଚ୍ଚ ୩ରେ ଚୁକ୍ତିନାମା କରିଥିଲା ଏବଂ ୨୦୨୩ ସେପ୍ଟେମ୍ବର ୨ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିନାମାରେ ଉଲ୍ଲେଖ ରହିଛି।
ଜଳବଣ୍ଟନ ଭାଗର ମୁଖ୍ୟ ପାଇପ୍‌ ଲାଇନ ସଂଲଗ୍ନ ବରଗଡ଼ ଜିଲାର ୧୨ଗ୍ରାମର ଚାଷୀମାନେ ଜଳଯୋଗାଣ ସକାଶେ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପରେ ସରକାର ଅତିରିକ୍ତ ୫୭୫୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ତତ୍କାଳ ପ୍ରସ୍ତାବ ଅନୁମୋଦନ କଲେ। ଏହି ଅତିରିକ୍ତ ପ୍ରକଳ୍ପ ବରଗଡ଼ ମୁଖ୍ୟ କେନାଲର ଆର୍‌ଡି ୩୪.୧ କି.ମିରୁ ଜଳ ଉଠାଇବା ପାଇଁ ସ୍ଥିରୀକୃତ ହୋଇଛି। ୨୦୨୨ ଜୁନ ୨୧ତାରିଖରେ ଏହି କାର୍ଯ୍ୟ ପାଇଁ ଲକ୍ଷ୍ମୀ ସିଭିଲ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୭.୭୦କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ଚୁକ୍ତିନାମା କରିଥିଲା ଏବଂ ୨୦୨୪ ଜୁନ ୨୦ ତାରିଖ ସୁଦ୍ଧା ଉକ୍ତ ନିର୍ମାଣ କାର୍ଯ୍ୟ ସମାପନ କରିବାକୁ ଚୁକ୍ତିନାମା କରିଛି।
ମାତ୍ର ନିର୍ମାଣ କାର୍ଯ୍ୟ ଯେଭଳି ନିମ୍ନମାନର ଚାଲିଛି, ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ତାହା ସମାପନ ହେବ ବୋଲି ଲୋକେ ଆଶା କରୁନାହାନ୍ତି। ଅଣଜଳସେଚିତ ଚାଷଜମିକୁ ଉକ୍ତ ପ୍ରକଳ୍ପରୁ ପାଣି ମାଡ଼ିବା ବଦଳରେ ଏଭଳି ପାଇପ୍‌ ଉପରକୁ ଉଠିଗଲେ ଆଗକୁ ମଧ୍ୟ ଚାଷୀଙ୍କ ଅନେକ ଫସଲ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପଥର୍ଲା ଗ୍ରାମର ଚାଷୀ ଅନିରୁଦ୍ଧ ସାହୁ କହିଛନ୍ତି, ନିମ୍ନମାନର କାମ ହୋଇଥିବାରୁ ପାଇପ ଉପରକୁ ଉଠି ଯାଇଛି। ପାଇପ୍‌ ଉପରକୁ ଉଠିଯିବା ସ୍ଥାନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଗାତ ଯୋଗୁ ଜମିକୁ ଟ୍ରାକ୍ଟର ଯାଇ ପାରୁନାହିଁ। ଫଳରେ ସେ ଏଯାଏ ଖରିଫ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରିନାହାନ୍ତି। ସେହିପରି ଗ୍ରାମର ରଞ୍ଜନ ସାହୁ କହିଛନ୍ତି, ସେ ନିୟମିତ ତାଙ୍କ ଭଉଣୀଙ୍କୁ ସରସ୍ବତୀ ଶିଶୁ ମନ୍ଦିରକୁ ଛାଡ଼ିବାକୁ ଯାଉଥିଲେ। ମାତ୍ର ପାଇପ୍‌ ଉପରକୁ ଉଠିଯିବା ସହିତ ଗାତ ଯୋଗୁ ୫କି.ମି ବୁଲି ସ୍କୁଲ ଯିବାକୁ ପଡ଼ୁଛି। ସାମକଟା ଗ୍ରାମର ଶିବାଜୀ ପ୍ରଧାନ କୁହନ୍ତି, ସେ ପଥର୍ଲା ଦେଇ ବିଜେପୁରକୁ ଯିବା ଆସିବା କରନ୍ତି। ମାତ୍ର ପାଇପ୍‌ ଉଠିଯିବା ସହିତ ରାସ୍ତା ପାର୍ଶ୍ୱରେ ଗାତ ହୋଇଥିବାରୁ ଆଉ ଯିବାଆସିବା ସମ୍ଭବ ହେଉନାହିଁ। ଏ ସମ୍ପର୍କରେ ଉକ୍ତ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ବନମାଳୀ ସାହୁଙ୍କୁ ପଚାରିବାରୁ ସେ କହିଲେ, ୪ ଫୁଟ୍‌ ତଳେ ପୋତାଯାଇଥିବା ପାଇପ୍‌କୁ ଯେଭଳି ପାଣି ନ ପଶିବ ସେଥିପାଇଁ ବନ୍ଧ ଦିଆଯାଇଥିଲା। ମାତ୍ର କେହି ଜଣେ ତାହା ଖୋଳି ଦେଇଛି। ଫଳରେ ପାଇପ୍‌ ତଳକୁ ପାଣି ପଶିଯିବାରୁ ପାଇପ୍‌ ଉପରକୁ ଉଠିଯାଇଛି। କାମ ଚାଲିଛି ଏବଂ ତାହା ପୁଣି ତଳକୁ ଦବିଯିବ ବୋଲି ସେ କହିଥିଲେ।

ପ୍ରେମାନନ୍ଦ ଖମାରି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?