କାମ ସରିନି, ମାଟିତଳୁ ଉଠିଗଲା ପାଇପ୍‌

ବରଗଡ଼ ଅଫିସ୍‌,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା ଅଣଜଳସେଚିତ ଜମିକୁ ପାଣି ମାଡ଼ିବ ବୋଲି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯେଭଳି ଚାଲିଛି, ତାହା ଚାଷୀ ଏବଂ ଅଞ୍ଚଳବାସୀଙ୍କୁ ଏବେ ନିରାଶ କରିଛି। ବରଗଡ଼ ସହର ଉପକଣ୍ଠ ପଥର୍ଲା ଗ୍ରାମ ଦେଇ ପ୍ରକଳ୍ପ ପାଇଁ ଗତ କିଛିଦିନ ତଳେ ମାଟିତଳେ ବିଛାଯାଇଥିବା ପାଇପ୍‌ ସାମାନ୍ୟ ବର୍ଷାରେ ଉପରକୁ ଉଠି ଯାଇଛି। ଏଭଳି ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଏହାର ଦୀର୍ଘସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ୪ ଫୁଟ୍‌ ତଳେ ପୋତାଯାଇଥିବା ପାଇପ୍‌ ଉପରକୁ ଉଠିଯାଇଥିବାରୁ ପଥର୍ଲା ସମେତ ପଡ଼ୋଶୀ ନିଲେଶ୍ୱର, ଶସ୍ତୁପାଲି, ଗୁଡ଼େଶିରା, କଲଙ୍ଗାପାଲି, ଗୋବିନ୍ଦପୁର, ତୁରୁଙ୍ଗା ଆଦି ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି। ପଥର୍ଲା ଦେଇ ଯାଇଥିବା ରାସ୍ତା ଗୋଟିଏ ପଟେ ବରଗଡ଼-ରାୟପୁର ଏବଂ ଅନ୍ୟପଟେ ବରଗଡ଼-ବରପାଲି ରାସ୍ତାରୁ ଏକାମ୍ର ଛକ-ବିଜେପୁର ରାସ୍ତାକୁ ସଂଯୋଗ କରୁଛି। ପାଇପ ଉପରକୁ ଉଠିଯାଇଥିବାରୁ ପଥର୍ଲା-ବିଜେପୁର ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଅଞ୍ଚଳର ଚାଷୀ, ଛାତ୍ରୀଛାତ୍ର, ବ୍ୟବସାୟୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନିମ୍ନମାନର କାମ ଯୋଗୁ ଏଭଳି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ବରଗଡ଼ ଜିଲାର ବିଜେପୁର, ବରପାଲି ଓ ସୋହେଲା ବ୍ଲକ ସହିତ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ବ୍ଲକର ଚିର ମରୁଡ଼ି ପ୍ରପୀଡ଼ିତ ୧୨୯ଗ୍ରାମର ୨୫,୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ଲକ୍ଷ୍ୟ ରହିଥିଲା। ପ୍ରକଳ୍ପକୁ ଜଳ ବଣ୍ଟନ ଭାଗ (ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ) ଏବଂ ମୁଖ୍ୟ ନିର୍ମାଣ ଭାଗ (ହେଡ୍‌ ୱାର୍କ୍ସ) ହିସାବରେ ୨ଭାଗରେ ବିଭକ୍ତ କରାଯାଇଛି। ଜଳ ବଣ୍ଟନ ଭାଗ ନିର୍ମାଣ କାର୍ଯ୍ୟ ପାଇଁ ଚୁକ୍ତିନାମା କରି ୨୦୨୦ ସେପ୍ଟେମ୍ବର ୧୬ ତାରିଖରୁ ଏଜେନ୍ସି ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡ୍‌ ୧୨୭୫.୨୬ କୋଟି ଟଙ୍କାରେ ଚୁକ୍ତିନାମା ସହିତ କାମ ଆରମ୍ଭ କରିଥିଲା। ଚୁକ୍ତିନାମା ଅନୁସାରେ ୨୦୨୩ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜଳ ବଣ୍ଟନ ଭାଗର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସେହିପରି ଏଜେନ୍ସି ଏଲ୍‌ ଆଣ୍ଡ୍‌ ଟି କନ୍‌ଷ୍ଟ୍ରକ୍ସନ ମୁଖ୍ୟ ନିର୍ମାଣ ଭାଗ ନିର୍ମାଣ କାର୍ଯ୍ୟ ନେଇ ୨୦୨୧ ମାର୍ଚ୍ଚ ୩ରେ ଚୁକ୍ତିନାମା କରିଥିଲା ଏବଂ ୨୦୨୩ ସେପ୍ଟେମ୍ବର ୨ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିନାମାରେ ଉଲ୍ଲେଖ ରହିଛି।
ଜଳବଣ୍ଟନ ଭାଗର ମୁଖ୍ୟ ପାଇପ୍‌ ଲାଇନ ସଂଲଗ୍ନ ବରଗଡ଼ ଜିଲାର ୧୨ଗ୍ରାମର ଚାଷୀମାନେ ଜଳଯୋଗାଣ ସକାଶେ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପରେ ସରକାର ଅତିରିକ୍ତ ୫୭୫୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ତତ୍କାଳ ପ୍ରସ୍ତାବ ଅନୁମୋଦନ କଲେ। ଏହି ଅତିରିକ୍ତ ପ୍ରକଳ୍ପ ବରଗଡ଼ ମୁଖ୍ୟ କେନାଲର ଆର୍‌ଡି ୩୪.୧ କି.ମିରୁ ଜଳ ଉଠାଇବା ପାଇଁ ସ୍ଥିରୀକୃତ ହୋଇଛି। ୨୦୨୨ ଜୁନ ୨୧ତାରିଖରେ ଏହି କାର୍ଯ୍ୟ ପାଇଁ ଲକ୍ଷ୍ମୀ ସିଭିଲ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୭.୭୦କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ଚୁକ୍ତିନାମା କରିଥିଲା ଏବଂ ୨୦୨୪ ଜୁନ ୨୦ ତାରିଖ ସୁଦ୍ଧା ଉକ୍ତ ନିର୍ମାଣ କାର୍ଯ୍ୟ ସମାପନ କରିବାକୁ ଚୁକ୍ତିନାମା କରିଛି।
ମାତ୍ର ନିର୍ମାଣ କାର୍ଯ୍ୟ ଯେଭଳି ନିମ୍ନମାନର ଚାଲିଛି, ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ତାହା ସମାପନ ହେବ ବୋଲି ଲୋକେ ଆଶା କରୁନାହାନ୍ତି। ଅଣଜଳସେଚିତ ଚାଷଜମିକୁ ଉକ୍ତ ପ୍ରକଳ୍ପରୁ ପାଣି ମାଡ଼ିବା ବଦଳରେ ଏଭଳି ପାଇପ୍‌ ଉପରକୁ ଉଠିଗଲେ ଆଗକୁ ମଧ୍ୟ ଚାଷୀଙ୍କ ଅନେକ ଫସଲ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପଥର୍ଲା ଗ୍ରାମର ଚାଷୀ ଅନିରୁଦ୍ଧ ସାହୁ କହିଛନ୍ତି, ନିମ୍ନମାନର କାମ ହୋଇଥିବାରୁ ପାଇପ ଉପରକୁ ଉଠି ଯାଇଛି। ପାଇପ୍‌ ଉପରକୁ ଉଠିଯିବା ସ୍ଥାନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଗାତ ଯୋଗୁ ଜମିକୁ ଟ୍ରାକ୍ଟର ଯାଇ ପାରୁନାହିଁ। ଫଳରେ ସେ ଏଯାଏ ଖରିଫ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରିନାହାନ୍ତି। ସେହିପରି ଗ୍ରାମର ରଞ୍ଜନ ସାହୁ କହିଛନ୍ତି, ସେ ନିୟମିତ ତାଙ୍କ ଭଉଣୀଙ୍କୁ ସରସ୍ବତୀ ଶିଶୁ ମନ୍ଦିରକୁ ଛାଡ଼ିବାକୁ ଯାଉଥିଲେ। ମାତ୍ର ପାଇପ୍‌ ଉପରକୁ ଉଠିଯିବା ସହିତ ଗାତ ଯୋଗୁ ୫କି.ମି ବୁଲି ସ୍କୁଲ ଯିବାକୁ ପଡ଼ୁଛି। ସାମକଟା ଗ୍ରାମର ଶିବାଜୀ ପ୍ରଧାନ କୁହନ୍ତି, ସେ ପଥର୍ଲା ଦେଇ ବିଜେପୁରକୁ ଯିବା ଆସିବା କରନ୍ତି। ମାତ୍ର ପାଇପ୍‌ ଉଠିଯିବା ସହିତ ରାସ୍ତା ପାର୍ଶ୍ୱରେ ଗାତ ହୋଇଥିବାରୁ ଆଉ ଯିବାଆସିବା ସମ୍ଭବ ହେଉନାହିଁ। ଏ ସମ୍ପର୍କରେ ଉକ୍ତ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ବନମାଳୀ ସାହୁଙ୍କୁ ପଚାରିବାରୁ ସେ କହିଲେ, ୪ ଫୁଟ୍‌ ତଳେ ପୋତାଯାଇଥିବା ପାଇପ୍‌କୁ ଯେଭଳି ପାଣି ନ ପଶିବ ସେଥିପାଇଁ ବନ୍ଧ ଦିଆଯାଇଥିଲା। ମାତ୍ର କେହି ଜଣେ ତାହା ଖୋଳି ଦେଇଛି। ଫଳରେ ପାଇପ୍‌ ତଳକୁ ପାଣି ପଶିଯିବାରୁ ପାଇପ୍‌ ଉପରକୁ ଉଠିଯାଇଛି। କାମ ଚାଲିଛି ଏବଂ ତାହା ପୁଣି ତଳକୁ ଦବିଯିବ ବୋଲି ସେ କହିଥିଲେ।

ପ୍ରେମାନନ୍ଦ ଖମାରି


Enter your email to get our daily news in your inbox.

All Right Reserved By Dharitri.Com

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri