କଏଦୀଙ୍କ ହାତରେ ମଦ ବୋତଲ ଫଟୋ ଭାଇରାଲ

ଢେଙ୍କାନାଳ,୩୦ା୧(ରତନ ନାୟାର): ଏକ ହତ୍ୟା ମାମଲାରେ ଢେଙ୍କାନାଳ ଜେଲରେ ଥିବା ଜଣେ କଏଦୀ ହାତରେ ମଦ ବୋତଲ ଧରିଛନ୍ତି। ଏପରି ଏକ ଫଟୋ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଢେଙ୍କାନାଳ ଜେଲ ଅଧୀକ୍ଷକ ଊର୍ମିଳା ମିଞ୍ଜ୍‌ କହିଛନ୍ତି, ଭାଇରାଲ ହୋଇଥିବା ଫଟୋ ବହୁ ପୁରୁଣା। ତେବେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି। ଢେଙ୍କାନାଳ ଜେଲରେ କଏଦୀମାନେ କିପରି ଆରାମଦାୟକ ଜୀବନଶୈଳୀ ବିତାଉଛନ୍ତି ତାହା ଏହି ଫଟୋରୁ ଦୃଶ୍ୟମାନ ହେଉଥିବା ସହରବାସୀ ଆଲୋଚନା କରୁଛନ୍ତି। ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଫଟୋରେ ହାତରେ ମଦ ବୋତଲ, ସିଗାରେଟ ଧରିଥିବା କଏଦୀ ଜଣକ ୨୦୧୭ ମସିହା ଫେବୃଆରୀରେ ଏକ ହତ୍ୟା ମାମଲାର ଅଭିଯୁକ୍ତ। ସେହି ସମୟର ପଞ୍ଚାୟତ ନିର୍ବାଚନକୁ ନେଇ ଢେଙ୍କାନାଳ ସଦର ଥାନା ତରଭା ଗ୍ରାମରେ ଉକ୍ତ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। ଜେଲ ଯାଇଥିବା ଅଭିଯୁକ୍ତଙ୍କ ଭିତରେ ଜଣେ ଓଏସ୍‌ଏପି ବାଟାଲିୟନର କର୍ମଚାରୀ ଥିଲେ। ଅନ୍ୟ ୨ଜଣ ସେହି ସମୟରେ ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଥିଲେ। ସମ୍ପୃକ୍ତ ହତ୍ୟା ଅଭିଯୁକ୍ତମାନଙ୍କ ଭିତରୁ ଜଣେ ହାତରେ ମଦ ବୋତଲ, ସିଗାରେଟ ଧରିଥିବାର ଫଟୋ ଭାଇରାଲ ହୋଇଛି। ଫଳରେ ଜେଲ ଭିତରେ ଆଇନଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଜେଲର ଚାରିକାନ୍ଥ ଭିତରେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କଏଦୀମାନେ କିପରି ମଦ, ସିଗାରେଟ ଓ ନିଶାଦ୍ରବ୍ୟ ବ୍ୟବହାର କରୁଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲା ଜେଲ ଅଧୀକ୍ଷକ ମିଞ୍ଜ୍‌ କହିଛନ୍ତି, ଯେଉଁ ଫଟୋ ଭାଇରାଲ ହେଉଛି, ତାହା ଏବେକାର ନୁହେଁ। ଏହା ବହୁ ପୁରୁଣା। ତଥାପି ଏହା କିପରି ଘଟିଲା, ତାହା ଆଶ୍ଚର୍ଯ୍ୟ ଲାଗୁଛି। ଏହା ଦୁର୍ଭାଗ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?