ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଆସିଲା ଫୋନ୍‌, ଜାଣନ୍ତୁ କାହା କାହା ପାଖକୁ ଗଲା କଲ୍‌

ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ନିକଟକୁ ଫୋନ୍‌ କଲ୍‌ ଯାଉଛି।

ଏହି କ୍ରମରେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଜେନା, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ, କୁଚିଣ୍ଡା ବିଧାୟକ ରବି ନାଏକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନିକଟକୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…

  ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ...

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୨୩।୭: ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଉତ୍ତର ଓଡ଼ିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା...

ପାରିବାରିକ ମାମଲା: ଅଡୁଆରେ ଅନୁଭବ

ଭୁବନେଶ୍ୱର,୨୩।୭: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉ ନଥିବା ବେଳେ ମଙ୍ଗଳବାର ଅନୁଭବଙ୍କୁ ଜେରା କରାଯାଇଛି। ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି...

ଆର୍‌ ସନ୍ଥଗୋପାଳନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ

ଭୁବନେଶ୍ୱର,୨୩।୭: ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ ଅଫିସର ଆର୍‌ ସନ୍ଥଗୋପାଳନ । ୨୦୦୧ ବ୍ୟାଚର ଏହି ଆଇଏଏସ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିଶନର...

ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ଭାଜପା

ଭୁବନେଶ୍ୱର,୨୩।୭: ଉପବାଚସ୍ପତି ପଦ ପାଇଁ ମଙ୍ଗଳବାର ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ...

ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri