Posted inଜାତୀୟ

ଅନୁମତି ପତ୍ର ଚିରିଲେ, ପଣ୍ଡିତଙ୍କୁ ମାରିଲେ ଚାପୁଡ଼ା; ବନ୍ଦ ରହିଲା ବାହାଘର

ଅଗରତାଲା,୨୮।୪: କରୋନା ମହାମାରୀ ସମୟରେ ବିବାହକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମାତ୍ର କିଛି ଲୋକ ଏହାକୁ ଉଲ୍ଲଂଘନ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଗରତାଲାରେ। ଏଠାରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ବିବାହରେ ବଡ଼ ପାର୍ଟି ଚାଲିଥିଲା। ଜିଲାପାଳ ଶୈଳେଶ ଯାଦବ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଛନ୍ତି। ଏହି ବିବାହରେ ଅଧିକ ଲୋକ ଉପସ୍ଥିତ ଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀଙ୍କ ସହ ପୋଲିସ ଉପସ୍ଥିତ ଥିବା ଜିଲାପାଳ ଦେଖିବାକୁ ପାଇଥିଲେ। ପ୍ରଥମେ ବ୍ୟାଣ୍ଡ ପାର୍ଟିକୁ ତଡ଼ି ଦେଇଥିଲେ। ପରେ ପୋଲିସ ଉପରେ ବର୍ଷିଥିଲେ। ଏହା ପରେ ଜିଲାପାଳ ବିବାହ କରିବାକୁ ଆସିଥିବା ପଣ୍ଡିତଙ୍କୁ ମାରିବା ସହ ଅନୁମତି ପତ୍ର ଚିରି ଫିଙ୍ଗି ଦେଇଥିଲେ। ବିବାହ ମଣ୍ଡପ ସହିତ ଆଉ ଦୁଇଟି ମଣ୍ଡପକୁ ଜିଲାପାଳ ବର୍ଷେ ପାଇଁ ସିଲ୍‌ କରିଦେଇଛନ୍ତି। ଭାଜପା ବିଧାୟକ ସୁଶାନ୍ତ ଚୌଧୁରୀ କୁହନ୍ତି, ଜିଲାପାଳ ଯାହା କରିଛନ୍ତି ଠିକ୍‌ କରିନାହାନ୍ତି। ଜଣେ ୭୦ ବର୍ଷ ପଣ୍ଡିତଙ୍କୁ ହାତ ଉଠାଇବା ଅଶୋଭନୀୟ କାର୍ଯ୍ୟ। କୁହାଯାଉଛି, ପରେ ଜିଲାପାଳ ଏଥିପାଇଁ କ୍ଷମା ବି ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ହତ୍ୟା ଘଟଣା: ସ୍ବତନ୍ତ୍ର ଟିମ୍‌ ଗଠନ

ଚେନ୍ନାଇ,୨୫।୫: ଚେନ୍ନାଇର ଭାଜପା ନେତା ବାଲଚନ୍ଦ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ସେ ଚେନ୍ନାଇ ଭାଜପା ସେଣ୍ଟ୍ରାଲ ଅନୁସୂଚିତ ଜାତି ଓ...

ସିକିମ୍‌ରେ ବାଦଲ ଫଟା ବର୍ଷା: ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ

ଗାଙ୍ଗଟକ୍‌,୧୮।୬: ସିକିମ୍‌ରେ ବାଦଲ ଫଟା ବର୍ଷା ହୋଇଛି। ସ୍ଥାନୀୟ ଚୁଙ୍ଗ୍‌ ଥାଙ୍ଗ୍‌ରେରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଏଠାକୁ ବୁଲି ଆସିଥିବା ୩ ଶହରୁ...

ଅପରେଶନ ମେଘଚକ୍ର, ୨୦ ରାଜ୍ୟର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ…

ନୂଆଦିଲ୍ଲୀ, ୨୪।୯ : ଅନଲାଇନରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ମାମଲାରେ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ...

କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ

ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ...

ସୁଧୁରୁନି ପାକିସ୍ତାନ: ଡ୍ରୋନ୍‌ ଅନୁପ୍ରବେଶ-ଡ୍ରଗ୍ସ ଚୋରା ଚାଲାଣକୁ ପଣ୍ଡ କଲେ ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ,୨୧।୧୨: ସୁଧୁରିବାର ନାଁ ନେଉନି ପାକିସ୍ତାନ। ପଞ୍ଜାବ ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମାରେ ପୁଣି ଅନୁପ୍ରବେଶ ଉଦ୍ୟମ କରିଛି ପାକିସ୍ତାନ। ଏଥିସହ ବହୁ ପରିମାଣର ଡ୍ରଗ୍ସ ଚୋରା...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ଗରିବଙ୍କ ହିତରେ ବଜେଟ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟରେ ଶନିବାର ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ୪୪% ଲୋକ ଗରିବଙ୍କ ହିତରେ ବୋଲି ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି। ଏଥିରେ...

ତହସିଲଦାରଙ୍କ ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ହାଇଦ୍ରାବାଦ,୧୫।୮-ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲାର ରାଜସ୍ବ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ଶାଖା ଶୁକ୍ରବାର ରାତିରେ ଚଉାଉ କରି ନଗଦ ଏକ କୋଟି ୧୦ ଲକ୍ଷ...

Advertisement
Archives

Model This Week