ପାଠକ ବାପ-ପୁଅଙ୍କୁ ଜାମିନ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨ା୩:ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ସୋମବାର ଜାମିନ ମିଳିଛି। ସ୍କାଏ କିଙ୍ଗ ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ପାଠକ ବାପପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ସେମାନଙ୍କୁ ଏହି ଜାମିନ ମିଳିଛି।
ସୂଚନାଯୋଗ୍ୟ, ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେବା ସହ ଜାଲ୍‌ ପ୍ରମାଣପତ୍ର ଦେଖାଇ ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସିକୁ ଇମେଲ୍‌ କରିଥିଲେ। ୨୦୨୦ ଜୁନ୍‌ରେ ଏକ ଚାର୍ଟର ଫ୍ଲାଇଟ ବୁକିଂ
କରିବାକୁ କହିଥିଲେ। ସ୍କାଏ କିଙ୍ଗ୍‌ ପକ୍ଷରୁ ମଧ୍ୟ ଏକ ଫ୍ଲାଇଟ ବୁକିଂ କରାଯାଇଥିଲା। ଏ ବାବଦରେ ମୋଟ୍‌ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କା ବିଲ୍‌ ହୋଇଥିଲା। ଆକାଶ ଉକ୍ତ ଏଜେନ୍ସିକୁ ୨କୋଟି ୧୩ଲକ୍ଷ ୨୨ ହଜାର ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ବାକି ଟଙ୍କା ଏଜେନ୍ସି ମାଗିବାରୁ ଆକାଶ ଧମକ ଦେଇଥିଲେ। ଏଥିରେ ତାଙ୍କ ବାପା ଅଭୟକାନ୍ତ ମଧ୍ୟ ସହଯୋଗ କରିଥିଲେ। ଏ ନେଇ ସ୍କାଏ କିଙ୍ଗ୍‌ର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଭୁବନେଶ୍ୱର ଖାରବେଳନଗର ଥାନାରେ ପାଠକ ବାପପୁଅଙ୍କ ନାମରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ ପୋଲିସ ଏକ ମାମଲା(ନଂ.୨୯୩/୨୦) ରୁଜୁ କରିଥିଲା। ପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା। ପୂର୍ବରୁ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାପପୁଅଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ଦୁର୍ନୀତି ଓ ଠକେଇ ଅଭିଯୋଗରେ ପାଠକ ବାପପୁଅଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରଲୋକ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତନ ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ବିଶୋୟୀଙ୍କର ଝାରପଡାସ୍ଥିତ ବାସଭବନରେ ବୁଧବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୯୫ ବର୍ଷ ହୋଇଥିଲା।...

ରାଇଘରରେ ମାଓବାଦୀ ବ୍ୟାନର, ପୋଷ୍ଟର

ରାଇଘର, ୨୧।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାକଡ଼ରେ ଗୁରୁବାର ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ରାଇଘର...

ପୁରୀରେ ପହଞ୍ଚତ୍ଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧୩ା୪: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ...

ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ନିର୍ମଳ ପଣ୍ଡା/ କଟକ ଅଫିସ, ୨୫ ।୪- ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ସାଲେପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। କଟକ ଜିଲାର ଏହି...

ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା...

୧୧୪୫ ଗାଡି ଜବତ, ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ୧୬୭

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ବାରମ୍ବାର ସଚେତନ ସତ୍ତ୍ୱେ ଲକ୍‌ଡାଉନକୁ ଲୋକେ ମାନୁନାହାନ୍ତି। ଘରେ ରହିବା ବଦଳରେ ବିନା କାର୍ଯ୍ୟରେ ବାହାରେ ବୁଲୁଛନ୍ତି।...

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌...

ଟିକା ନେବାକୁ ଆସି ଭାଙ୍ଗିଲେ କବାଟ, ରେଲିଂ

କବିସୂର୍ଯ୍ୟନଗର,୩୦ା୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମେଡିକାଲରେ ସୋମବାର ପ୍ରଥମ, ଦ୍ୱିତୀୟ ଡୋଜ୍‌ ଟିକା ନେବା ଲାଗି ପ୍ରବଳ ଭିଡ ହୋଇଥିଲା। ଟିକାକରଣ ସକାଳ ୯ଟାରୁ ଆରମ୍ଭ...

Advertisement
Archives

Model This Week