ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ ସପ୍ତାହରୁ ଧୀରେ ଧୀରେ ପକ୍ଷୀ ଆସିବାରେ ଲାଗିଛନ୍ତି। କିଚିରି ମିଚିରି କଳରବରେ ଫାଟିପଡୁଛି ଚିଲିକା। କରୋନା ଯୋଗୁ ପ୍ରାୟ ଦୁଇବର୍ଷ ଧରି ନୀରବି ଯାଇଥିବା ଚିଲିକା ଏବେ ବିଦେଶାଗତ ପକ୍ଷୀଙ୍କ ସମେତ ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଲାଣି।
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ମଙ୍ଗଳାଯୋଡ଼ିକୁ ପକ୍ଷୀଙ୍କ ଭୂସ୍ବର୍ଗ ବୋଲି କୁହାଯାଏ। ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଟାଙ୍ଗୀ ପହଞ୍ଚିବା ପରେ ସେଠାରୁ ୫କିମି ଗଲେ ମଙ୍ଗଳାଯୋଡ଼ି ପଡ଼େ। ଚିଲିକା ଭିତରକୁ ପର୍ଯ୍ୟଟକଙ୍କୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡଙ୍ଗାର ବ୍ୟବସ୍ଥା ରହିଛି। ପକ୍ଷୀଙ୍କ ଯାତାୟାତରେ ବାଧା ଉପୁଜିବା ଆଶଙ୍କାରେ ଏଠାରେ ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ କଟକଣା ରହିଛି। ମଙ୍ଗଳାଯୋଡ଼ିରୁ ଚିଲିକାର ନୀଳ ଜଳରାଶି, ପ୍ରାକୃତିକ ନୈସର୍ଗିକ ଦୃଶ୍ୟପଟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ। ଏଥିସହ ପକ୍ଷୀଙ୍କ ସମାହାର ମନ ମୋହିଥାଏ। କ୍ୟାମେରା ଲେନ୍ସରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ହେଉ କି ନଳବଣ, ରାଜଦଳରେ ଖାଦ୍ୟ ଅନ୍ବେଷଣ କରୁଥିବା ପକ୍ଷୀଙ୍କ ଫଟୋ ଉଠାଇଥାନ୍ତି ପର୍ଯ୍ୟଟକ। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଚିଲିକାରେ ୬୨ପ୍ରଜାତିର ୨୨ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଦାୟିତ୍ୱରେ ଥିବା ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୫୫ ପ୍ରଜାତିର କେବଳ ନଳବଣକୁ ଆସିଥିବା ବେଳେ ବଳକା ଦେଶୀ ଦେଶୀ ପ୍ରଜାତିର ପକ୍ଷୀ ରହିଛନ୍ତି। ଚିଲିକା ପକ୍ଷୀଙ୍କ ଅଭୟାରଣ୍ୟ ଭାବେ ପରିଚିତ ନଳବଣ ଓମଙ୍ଗଳାଯୋଡ଼ିକୁ ବିଦେଶାଗତ ପକ୍ଷୀଙ୍କ ଅଧିକ ଆଗମନ ହୋଇଥାଏ। ଏସିଏଫ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇବେରିଆ, ଋଷିଆ, କାଜାଖିସ୍ଥାନ, ଲଦାଖ, ମଙ୍ଗୋଲିଆ, ଆମେରିକା, କାନାଡ଼ା ଆଦି ଦେଶରୁ ପକ୍ଷୀଗୁଡ଼ିକ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଉଡ୍‌ସ୍ୟାଣ୍ଡ, ପାଇପର, ଇରାସିଆନ, ଇୟୁଜିଆନ, ପ୍ଲୋଭର, ପିଣ୍ଟେଲ, ସୋଭଲର, କମନକୁଟ, କମନ୍‌ ରେଡଷ୍ଟ୍ରକ, ଗୋଲଡେନ, ପ୍ଲୋଭରଙ୍କ ସମେତ ଚିିଲିକାର ଶୋଭାବର୍ଦ୍ଧନ କରୁଥିବା ଗ୍ରେଟର ଫ୍ଲେମିଙ୍ଗୋ (ଏରାପକ୍ଷୀ) ରହିଛନ୍ତି। ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୧ଟି କ୍ୟାମ୍ପ, ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି। ଗତବର୍ଷ ୧୯୦ଟି ପ୍ରଜାତିର ମୋଟ ୧୨ଲକ୍ଷ ୪୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲା। ଚଳିତ ବର୍ଷ ବିଳମ୍ବରେ ପକ୍ଷୀଙ୍କ ଆଗମନ ହୋଇଥିଲେ ମଧ୍ୟ ଶେଷ ଆଡକୁ ବଢିବା ସମ୍ଭାବନା ରହିଛି। ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଏସିଏଫ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?