Posted inଫୁରସତ

ପୋଷା କୁକୁରଙ୍କ ପାଇଁ ତିଆରି କଲେ ମହଲ

ଏମିତି ବି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ସଉକ ହେଲା ଘରେ କୁକୁର, ବିଲେଇ ପାଳିବା। ସେମାନଙ୍କୁ ଭଲ ଖାଇବାକୁ ଦେବା ସହ ତାଙ୍କର ଯତ୍ନ ନେବାରେ ହିଁ ତାଙ୍କର ଅଧିକାଂଶ ସମୟ କଟିଯାଏ। ସେହିପରି ଆଉ କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ତାଙ୍କର ପାଳିତ କୁକୁର, ବିଲେଇଙ୍କ ପାଇଁ ଏମିତି କିଛି ଅଜବ କାମ କରିଯାନ୍ତି ଯେଉଁଥିପାଇଁ ତାଙ୍କର ଖୁବ୍‌ ଚର୍ଚ୍ଚା ହୋଇଥାଏ। ଏଇ ଯେମିତି ଚାଇନାର ମିଷ୍ଟର ଝୁଙ୍କ କଥା ନିଆଯାଉ। ମିଷ୍ଟର ଝୁ ହେଉଛନ୍ତି ଜଣେ ବ୍ୟବସାୟୀ। ପୋଷା କୁକୁରଙ୍କ ପ୍ରତି ତାଙ୍କର ରହିଛି ଖୁବ୍‌ ଦୁର୍ବଳତା। ନିଜ ପାଖେ ଥିବା ପ୍ରାୟ ୧୦ଟି ପୋଷା କୁକୁରଙ୍କୁ ଦୁନିଆର ସବୁ ଖୁସି ଦେବା ପାଇଁ ସେ ୟା’ ଭିତରେ ପାଖାପାଖି ୫୧,୦୦୦ ଡଲାର ଖର୍ଚ୍ଚ କରିସାରିଲେଣି। ଆଉ ସେହି ଟଙ୍କାରେ ସିଏ ନିଜ ପୋଷା କୁକୁରଙ୍କ ନିମନ୍ତେ ଏକ କୁନି ମହଲ ତିଆରି କରିବା ସହ ତା’ମଧ୍ୟରେ ବିଭିନ୍ନ ପ୍ରକାର ସୌଖୀନ ଜିନିଷର ସୁବିଧା କରାଇ ଦେଇଛନ୍ତି। ଯେମିତିକି: ଏସି, ଟିଭି ସେଟ୍‌ ଓ ଲିଫ୍ଟର ବ୍ୟବସ୍ଥା ସହ ଏହି ମହଲ ମଧ୍ୟରେ ରହିଛି ସ୍ବତନ୍ତ୍ର ଶୌଚାଳୟ, ସୁଇମିଂ ପୁଲ୍‌, ଡିସ୍କୋ ରୁମ୍‌ ତଥା ଫିଲ୍ମ ପ୍ରୋଜେକ୍ଟରର ସୁବିଧା। ସେହିପରି ପାଳିତ କୁକୁରଙ୍କୁ ଆନନ୍ଦ ଦେବା ପାଇଁ ଝୁ ଏହି ମହଲକୁ ଲାଗି ରହିଥିବା ବଗିଚାରେ ଦୋଳି, ବିଭିନ୍ନ ପ୍ରକାରର ସ୍ଲାଇଡ୍ସ ତଥା ଫେରି ହ୍ବିଲ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ତା’ଛଡ଼ା ଏହି ପୋଷା କୁକୁରଙ୍କୁ ବୁଲାଇ ନେବା ପାଇଁ କେତେକ ଟୟ କାର୍‌ ବି ସେ କିଣି ନିଜ ପାଖେ ରଖିଛନ୍ତି। କିନ୍ତୁ ଏତେ ସବୁ କାମ ସିଏ ହଠାତ୍‌ କରି ନାହାନ୍ତି। ତାଙ୍କୁ ପାଖାପାଖି ୩ ବର୍ଷ ଲାଗିଯାଇଛି ଏହି ସଫଳତା ପାଇବା ପାଇଁ ଆଉ ଏଥିପାଇଁ ତାଙ୍କୁ ବହୁ କଷ୍ଟ ବି କରିବାକୁ ପଡିଛି। ସେଥିପାଇଁ ତ ସୋସିଆଲ୍‌ ମିଡିଆରେ ତାଙ୍କର ଏବେ ଖୁବ୍‌ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri