ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ହେଉଛି। ଖାଲି ଦୃଶ୍ୟ ଦେଖିନାହାନ୍ତି, ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି।


ସୂଚନାନୁଯାୟୀ, ପାକିସ୍ତାନ ଇଣ୍ଟନ୍ୟାଶନାଲ ଏୟାରଲାଇନ୍ସ ପାଇଲଟ ରହିମ ଏହି ଅଜବ ଦୃଶ୍ୟ ଦେଖିଥିଲେ। ସେ ଏୟାରବେସ୍‌ରୁ ଏ-୩୨୦ ବିମାନ ନେଇ ଲାହୋରରୁ କରାଚି ଯାଉଥିଲେ। ଏହି ସମୟରେ ସେ ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲେ। ସେ କୁହନ୍ତି, ସୂର୍ଯ୍ୟଙ୍କ କିରଣରେ ଏହି ଅଜବ ବସ୍ତୁ ଦେଖିବାକୁ ମିଳିଥିଲା। ତାଙ୍କ କହିବା ଅନୁଯାୟୀ, ବିମାନ ଉଡ଼ାଣ ସମୟରେ ସେ କେବେ ଏମିତି ଦୃଶ୍ୟ ଦେଖି ନ ଥିଲେ। ଏହା ଏକ କୃତ୍ରିମ ଉପଗ୍ରହ ପରି ଦେଖାଯାଉଥିଲା। ଏହା ଦେଖିବା ପରେ ସେ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ। ସେ କୁହନ୍ତି, ରାତିରେ ଚମକୁଥିବା ଜିନିଷ ଦେଖିବା କିଛି ନୂଆ କଥା ନୁହେଁ, ମାତ୍ର ଦିନବେଳା ଏପରି ଦୃଶ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ପ୍ରୋଟୋକଲର ବର୍ତ୍ତମାନ ଯାଞ୍ଚ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ...

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ...

ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…

ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

ଯଦି ବାଟରେ ଯିବାବେଳେ ଟଙ୍କା ମିଳେ..

ବେଳେ ବେଳେ ରାସ୍ତାରେ ଗଲାବେଳେ ଟଙ୍କା ବା ନୋଟ୍‌ ପଡିଥିବାର ଦେଖିଥାନ୍ତି । କେତେ ଜଣ ଏହାକୁ ଗୋଟାଇ ନିଜ ପାଖରେ ରଖୁଥିବା ବେଳେ ଅନ୍ୟ...

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ:  ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌...

ମୋତେ ବନ୍ଧୁକ ଦରକାର

ସୋସିଆଲ ମିଡିଆରେ ଜଣେ କୁନି ଶିଶୁର ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ। ସେନାବାହିନୀ ଜଣେ ଯବାନ ରାସ୍ତା...

୯ ମାସ ପରେ ଖୋଲିଲା ଇଫେଲ୍‌ ଟାଓ୍ବାର

ପ୍ୟାରିସ୍‌, ୧୬।୭: କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର...

Advertisement
Archives

Model This Week