କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ହେଲା ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିବା ସତ୍ତ୍ବେ ତାକୁ କ୍ରୟ କରାଯାଇ ନଥିବା ଯୋଗୁ ଅଦିନିଆଁ ବର୍ଷାରେ ମଣ୍ଡରେ ବିକ୍ରି ପାଇଁ ରହିଥବା ଧାନ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତ୍ରି।

ସୁଲସୁଲିଆ ଗ୍ରାମର ଚାଷୀ ମିନିଷ୍ଟର ବାରିକ, କନ୍ଦର୍ପ ବେହେରା ଏବଂ ସଙ୍ଗୀତା ଭୁଏ ଚଳିତମାସ ପ୍ରଥମ ସପ୍ତାହରୁ ଗ୍ରାମର ଧାନ କ୍ରୟକେନ୍ଦ୍ରକୁ ମୋଟ୍‌ ୧୮୧ ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ଆଣିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାହା ବିକ୍ରି ହୋଇ ନ ପାରିବା ଏବଂ ବର୍ଷାରେ ଭିଜି ଯାଇଥିବା ଯୋଗୁ ସମ୍ପୃକ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ମିନିଷ୍ଟର ବାରିକଙ୍କୁ ମିଳିଥିବା ଟୋକନରେ ତ୍ରୁଟି ରହିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ମାତ୍ର ୫. ୫୯ କୁଇଣ୍ଟାଲ ରହିଥିବା ସେ କହିଛନ୍ତି । ତେବେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯିବା ସତ୍ତ୍ବେ ଅବ୍ୟବସ୍ଥାରେ ସୁଧାର ଆସି ନଥିବା ଯୋଗୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର ସୁଦ୍ଧା ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ କ୍ରୟ କରା ନଗଲେ ସମ୍ପୃକ୍ତ ଚାଷୀମାନେ ସମସ୍ତ ଧାନକୁ ଆଣି ଭଟଲି ତହସିଲ ଅଫିସ ଆଗରେ ଗଦା କରିବେ ବୋଲି ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri