ସପ୍ତାହେ ହେଲା ବୁଡ଼ିଛି ଧାନ ଜମି

ଡେରାବିଶ,୯ା୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ଚାଷୀଙ୍କ ଦୁଃଖ ପାଲଟିଛି କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ। କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପାଇଁ ବ୍ଲକ ଅଞ୍ଚଳରେ ଥିବା ଡ୍ରେଜେନରେ ଜଳ ନିଷ୍କାସନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ବ୍ଲକ ଅଧୀନ ୧୯ନଂ. ଡ୍ରେନେଜ କଟ୍‌ ଜଳ ନିଷ୍କାସନ ସମସ୍ୟା ଦୀର୍ଘବର୍ଷ ହେଲା ଲାଗି ରହିଛି। ଡ୍ରେନେଜ୍‌ ଉପରେ ନିର୍ଭରଶୀଳ ବାଲିଆ, ଗୋଲରାହାଟ, ପଲେଇ, ଖମୋଳ, କାଉପଡା ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ବର୍ଷା ପାଣିରେ ସପ୍ତାହେ ହେଲା ବୁଡି ରହିବା ଫଳରେ ଧାନ ଫସଲ ନଷ୍ଟ ହେବାକୁ ଲାଗିଲାଣି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାଲିଆ ସରପଞ୍ଚ ପ୍ରବୀର କୁମାର ସିଂହ କହିଛନ୍ତି, ଚାଷ ଜମିରେ ପାଣି ଜମି ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳର ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି। ଦେଶପୁର ଚାଷୀ ସର୍ବେଶ୍ୱର ରାଉତ କହିଛନ୍ତି, ଚଳିତବର୍ଷ ନିଅଣ୍ଟିଆ ବର୍ଷା ପାଇଁ ଖରିଫ ଧାନ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ୨ ସପ୍ତାହ ହେବ ଲଘୁଚାପ ଜନିତ ବର୍ଷା ଜଳ ସମ୍ପୃକ୍ତ ଅଞ୍ଚଳର ଚାଷ ଜମିରେ ଜମି ରହିବା ଓ ଡ୍ରେଜେଜ୍‌ କଟ୍‌ରେ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସିତ ନ ହେବା ଯୋଗୁ ରୁଆ ପୋତା ହୋଇଥିବା ଧାନ ଗଛ ପଚିଯିବାକୁ ଲାଗିଲାଣି। ଏଥିସହ ଧାନ ତଳି ପଡିଥିବା କେତେକ ବିଲରେ ସପ୍ତାହରୁ ଊର୍ଦ୍ଧ୍ୱ ହେବ ପାଣି ଜମି ରହିଥିବାରୁ ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳ ଚାଷୀ ଓ ଲୋକ ପ୍ରତିନିଧିମାନେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିବେଦନ କରିଥିଲେ। ମାତ୍ର ଏଯାଏ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖରଙ୍କୁ ପଚାରିବାରେ ଚାଷୀଙ୍କ ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗୁରୁବାର ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ତନଖି କରିବା ସମୟରେ ବ୍ଲକ ଅଧୀନ କାଉପଡ଼ା ପଞ୍ଚାୟତର ଥକେଇନେଇଳିଠାରେ ୧୯ନଂ. ଡ୍ରେନେଜ କଟ୍‌ ଉପରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଅବସ୍ଥାରେ ଥିବା ପୋଲ କାମ ପାଇଁ ଠିକାଦାର ମାଟି ବନ୍ଧ ପକାଇ ପାଣିକୁ ଅଟକାଇଛନ୍ତି। ତେବେ ଏହି ମାଟି ବନ୍ଧର କିଛି ଅଂଶକୁ ଡ୍ରେନେଜ୍‌ କଟ ବିଭାଗ ତତ୍ତ୍ୱାବଧାନରେ ଖୋଳାଯିବା ପରେ ଜଳ ନିଷ୍କାସନ ହେଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ। ଉକ୍ତ ବନ୍ଧରେ ବହୁ ପରିମାଣର ମାଟି ଥିବାରୁ ତାହା ପୂର୍ତ୍ତ ବିଭାଗ ମେଶିନ ସାହାଯ୍ୟରେ ଖୋଳି ଦେବା କଥା। ମାତ୍ର ସେ ଏହି ମାଟି ବନ୍ଧକୁ ତୁରନ୍ତ ଖୋଳିବା ପାଇଁ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରେ ପୋଲ ନିର୍ମାଣ କାମ ପାଇଁ ହୋଇଥିବା ମାଟି ବନ୍ଧକୁ ହଟାଇବା ପାଇଁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦...

ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର...

ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି।...

ସମୁଦ୍ର ଅଶାନ୍ତ ଯୋଗୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଛତ୍ରପୁର,୯।୯(ଦିଲ୍ଲୀପ ସାମଲ): ଲଘୁଚାପ ଯୋଗୁ ୨ ଦିନ ବର୍ଷା ହେବା ଫଳରେ ସୁମୁଦ୍ର ଅଶାନ୍ତ ଦେଖାଦେଇଛି। ଏହାର ବିଶେଷ ପ୍ରଭାବ ମତ୍ସ୍ୟଜୀବୀମାନଙ୍କ ଉପରେ ପଡିଛି। ସମୁଦ୍ର...

ହାତ ଧରାଧରି ହୋଇ ଚାଲିଗଲେ ଦୁଇ ସାଙ୍ଗ

ଗୋପାଳପୁର,୯।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚମା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ନାବାଳକ ସାଙ୍ଗ ହାତ...

ସୁଭଦ୍ରା ଯୋଜନା ଫର୍ମ ପାଇଁ ଯାଉଥିଲେ ମହିଳା, ପଛପଟୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଭୋଗରାଇ, ୯l୯ (ପ୍ରଦୀପ ଦାସ): ସୁଭଦ୍ରା ଯୋଜନାର ଆବେଦନ ଫର୍ମ ଲାଗି ରାସ୍ତାରେ ଯାଉଥିବାବେଳେ ଜଣେ ମହିଳାଙ୍କ ଜୀବନ ଯାଇଛି। ପଛପଟରୁ ପରିବା ବୋଝେଇ ବାଇକ...

ଭିଟାମାଟିକୁ ଫେରିବେ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର

ବାଲିଗୁଡା, ୯।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ। କିନ୍ତୁ...

ନବରଙ୍ଗପୁର ହଇଜା ଆତଙ୍କ: ୩ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଝରିଗାଁ,୯।୯: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ହଇଜା। ଝରିଗାଁ ଏବଂ ନବରଙ୍ଗପୁରରୁ ଡାକ୍ତରୀ ଟିମ୍ ଚେପ୍ଟିଆମ୍ବା ପହଞ୍ଚିଛନ୍ତି। ଚେପ୍ଟିଆମ୍ବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri