ଇତିହାସର ଗତି ଓ ୟୁକ୍ରେନ୍‌ ଯୁଦ୍ଧ

ମାଇକେଲ ମାର୍ଦର

ଦାର୍ଶନିକ ବା ପଣ୍ଡିତମାନେ ସମ୍ଭବତଃ ସମ୍ପୂର୍ଣ୍ଣ ଅଲଗା ଦୃଷ୍ଟିକୋଣରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଘଟଣାକୁ ବୁଝାଇଥାଆନ୍ତି। ଉପଯୋଗୀ ସୈଦ୍ଧାନ୍ତିକ ମଡେଲ ଏବଂ ପୂର୍ବ ଉଦାହରଣଗୁଡ଼ିକୁ ନଜରରେ ରଖି ସେମାନେ ଏହା କରିଥାଆନ୍ତି। କିନ୍ତୁ ୟୁକ୍ରେନ୍‌ ସ୍ଥିତିକୁ ଭିନ୍ନ ଦିଗରୁ ବିଚାର କରିବା କିମ୍ବା ସେଥିରୁ ଅଲଗା ରହିବା ମୋ ପକ୍ଷେ କଷ୍ଟକର। କାରଣ ମୋ ପରିବାରର ଅଧା ସଦସ୍ୟ ୟୁକ୍ରେନ୍‌ରୁ ଆସିଛନ୍ତି। ବ୍ୟକ୍ତିଗତ ଓ ବିଚାରଗତ ଦୃଷ୍ଟିରୁ ମଁୁ ମଧ୍ୟ ଦୀର୍ଘଦିନ ହେବ ଆଣବିକ ଓ ତେଜସ୍କ୍ରିୟ ବିପଦ ଉପରେ ଗଭୀର ଚିନ୍ତା କରି ଆସୁଛି। ମୁଖ୍ୟତଃ ଚେର୍ନୋବିଲ ପାଓ୍ବାର୍‌ ପ୍ଲାଣ୍ଟ ଏବଂ ଆଣବିକ ଅସ୍ତ୍ରଗୁଡ଼ିକର ବ୍ୟବହାରକୁ ନେଇ ମୁଁ ବିବ୍ରତ। ଏହା ବ୍ୟତୀତ ୟୁକ୍ରେନ୍‌ର ଏବକାର ସ୍ଥିତି ଏକ ସ୍ପଷ୍ଟ ବିଚାର ଚାହେଁ। ୨୦୨୧ରେ ମୋ ବହି ‘ସେନ୍‌ସ ଅଫ୍‌ ଅପହେଭେଲ୍‌’ରେ ‘ଦି ଅନ୍‌ଫିନିସ୍‌ଡ କୋଲାପ୍ସ ଅଫ୍‌ ଦି ସୋଭିଏଟ୍‌ ୟୁନିଅନ୍‌’ ବା ‘ସୋଭିଏଟ୍‌ ସଂଘର ଅଧୁରା ପତନ’ ଅଧ୍ୟାୟରେ ମୁଁ ଯୁକ୍ତି ଦର୍ଶାଇଥିଲି। ଏଥିପାଇଁ ଆମକୁ ଇତିହାସର ଏକ ଦୃଢ଼ ବିଚାର ବା ଦର୍ଶନ ବିକାଶ କରିବାକୁ ହେବ। ଇତିହାସରେ ଥିବା ପ୍ରଭେଦ, ଲମ୍ବା ସମୟ ଧରି ରହିଥିବା ଅପ୍ରତ୍ୟୟ ପ୍ରକ୍ରିୟା ଏବଂ ଘଟଣା ଓ ଏହାର ପ୍ରଭାବଗୁଡ଼ିକ ମଧ୍ୟରେ ରହିଥିବା ସମୟ ଅନ୍ତରର ମୂଲ୍ୟାୟନ କରିବା ଭଳି ଏହାର ଦକ୍ଷତା ରହିବା ଦରକାର। ଏହି ଦାୟିତ୍ୱର ଜରୁରୀ ଆବଶ୍ୟକତା ରହିଥିଲେ ବି ଏବେ ଏହା ସ୍ପଷ୍ଟତଃ କଷ୍ଟଦାୟକ। ୧୯୯୧ରେ ସୋଭିଏଟ୍‌ ସଂଘର ପତନ ଏବଂ ଏହା ଯୋଗୁ ବହୁ ଅସମ୍ପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ବହୁ ବିବାଦ ସମାଧାନ ହୋଇ ପାରି ନ ଥିତ୍ଲା। ଉତ୍ତରାଧିକାର ବା ଲିଗାସିର ସମାଧାନ ଅସମ୍ପୂର୍ଣ୍ଣ ରହିଲା। ପତନ ଓ ଲିଗାସି ମଧ୍ୟରେ ସମୟ ଅନ୍ତର ରହିବା ଯୋଗୁ ତାହାର ପରିଣାମ ଏବେ ଆମେ ଦେଖୁଛୁ। ସମାଧାନ ହୋଇ ନ ଥିବା ସେହି ଲିଗାସିଗୁଡ଼ିକ ଯୋଗୁ ଏବେ ୟୁକ୍ରେନ୍‌ ଯୁଦ୍ଧ ହେଉଛି। କେବଳ ଏତିକି ନୁହେଁ, ଏହା ଯୋଗୁ ଆର୍ମେନିଆ ଏବଂ ଆଜେରାବଜାନ ମଧ୍ୟରେ ନାର୍ଗୋନୋ- କରାବାଖରେ ସଂଘର୍ଷ କହୁଳୁଛି। ଏହା ମଧ୍ୟ ବେଲାରୁଷର ଦୁଃଖଦ ଭବିଷ୍ୟତ ପାଇଁ ଦାୟୀ। ସୋଭିଏଟ୍‌ ଆଣବିକ ଅସ୍ତ୍ରଶସ୍ତ୍ରକୁ ନେଇ ସବୁବେଳେ ଭୟ ସାମ୍ନାକୁ ଆସୁଛି, ଯେଉଁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ରୁଷିଆ ସ୍ବାଧୀନ ରାଷ୍ଟ୍ର ହେବା ପରେ ୟୁକ୍ରେନ୍‌ ତାକୁ ହସ୍ତାନ୍ତର କରିବାକୁ ରାଜି ହୋଇଥିଲା।
ସୋଭିଏଟ ପତନର ଅନିଶ୍ଚିତ ଲିଗାସି ତୁଳନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆକ୍ରମଣର ଐତିହାସିକ ତାପତର୍‌ୟ୍ୟ ଆହୁରି ଜଟିଳ। ଭବିଷ୍ୟତକୁ ଏହା ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ୟୁରୋପୀୟ ପର୍ଯ୍ୟବେକ୍ଷକଙ୍କ ମତରେ, ରୁଷିଆର ଆକ୍ରମଣ ୧୯୩୯ରେ ନାଜି ଜର୍ମାନୀର ଆଚରଣକୁ ମନେ ପକାଇଦେଇଛି। ୟୁକ୍ରେନୀୟମାନଙ୍କ ମତରେ,ଏହା ୧୯୩୨-୩୩ର ଅନାହାର ମୃତ୍ୟୁଠାରୁ ଆରମ୍ଭ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ୧୯୮୬ର ଚେର୍ନୋବିଲ ବିପର୍ଯ୍ୟୟର ଭୟଙ୍କର ଅନୁଭବ ଭଳି ପୂର୍ବ ଜାତୀୟ ମହାବିପତ୍ତିକୁ ସ୍ମରଣ କରାଇଦେଇଛି। ରୁଷୀୟମାନେ ଭାବୁଛନ୍ତି ଯେ, ଖବର ପ୍ରସାରଣରେ କଠୋର କଟକଣା ଓ ଆଭ୍ୟନ୍ତରୀଣ ଦମନମୂଳକ ପଦକ୍ଷେପଗୁଡ଼ିକ ସେମାନଙ୍କ ମଧ୍ୟରେ ଷ୍ଟାଲିନ୍‌ବାଦକୁ ଉଜାଗର କରିଦେଇଛି। ଇତିହାସ ପୁନରାବୃତ୍ତି ହେବାର ଏହା ଏକମାତ୍ର ଘଟଣା ନୁହେଁ। ଯାହା ପୁନରାବୃତ୍ତି ହୁଏ, ତାହା ସମ୍ଭାବ୍ୟ ଶେଷକୁ ସୂଚାଇ ନ ଥାଏ, ଯାହା ଘଟିଛି ୟୁକ୍ରେନ୍‌ ଯୁଦ୍ଧରେ। ତେବେ ପୁଟିନ୍‌ଙ୍କ ଯୁଦ୍ଧ ଅନ୍ତରାଳରେ ସୋଭିଏଟ୍‌ ସଂଘ ପତନରୁ ଆରମ୍ଭ କରି ତେଜସ୍କ୍ରିୟ ବିକିରଣର ଦୀଘମିଆଦୀ ପରିଣାମର ପ୍ରଭାବ ଭଳି ପୂର୍ବର ସମାଧାନ ହୋଇ ନଥିବା ଘଟଣାଗୁଡ଼ିକ ରହିଛି। ୟୁକ୍ରେନ୍‌ରେ ଯାହା ସବୁ ଆମେ ଦେଖୁଛୁ, ସେଥିରେ ବିଭିନ୍ନ ସମୟରେ ଘଟିଥିବା କାର୍ଯ୍ୟ ଏକ ବିନାଶକାରୀ ଘଟଣାରେ କେନ୍ଦ୍ରୀଭୂତ ହୋଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣମୂଳରେ ରହିଛି ସୋଭିଏଟ୍‌ ପତନ, ଚେର୍ନୋବିଲ ବିପର୍ଯ୍ୟୟ , ଦୁଇ ବିଶ୍ୱଯୁଦ୍ଧ ଏବଂ ୟୁକ୍ରେନୀୟ ଗଣହତ୍ୟା ଓ ୧୯୩୦ ଦଶକର ଷ୍ଟାଲିନ୍‌ବାଦୀଙ୍କ ଦମନ। ୟୁକ୍ରେନ ଯୁଦ୍ଧରେ ଏହିସବୁ ଇତିହାସ ଏବେ କେନ୍ଦ୍ରୀଭୂତ ହୋଇଛି ଏବଂ ଦାନା ବାନ୍ଧିଛି। ପରମାଣୁ ବୋମାର ବିଖଣ୍ଡିତ କ୍ଷୁଦ୍ର ଉପାଦାନକୁ ଅତି କ୍ଷୁଦ୍ର କରି ଆବଦ୍ଧ କରିବା ଦ୍ୱାରା ଯେଭଳି ଅଧିକ ସାନ୍ଧ୍ରତା ବା ଶକ୍ତି ଧାରଣ କରିଥାଏ,ଏବେ ଏହି ଯୁଦ୍ଧରେ ତାହା ଦେଖିବାକୁ ମିଳିଛି। ଏହି ଯୁଦ୍ଧର ମୂଳ ଲକ୍ଷ୍ୟ ହୋଇଛି ହିଂସା, ଯାହା ଏକ ଏ୍ୟତିହାସିକ ଅନ୍ତମୁର୍ଖୀ ବିସ୍ଫୋରଣ। ଏହି ଯୁଦ୍ଧ ପୂର୍ବ ଇତିହାସର ଅନ୍ତଃ ବିସ୍ଫୋରଣର ଏକ ନମୁନା।
ଇତିହାସର ଗତିକୁ ବୁଝିବାକୁ ତିନୋଟି ଉକତ୍ୃଷ୍ଟ ମଡେଲ ରହିଛି। ଏଗୁଡ଼ିକ ହେଲା ରୂଢିବାଦୀ ପତନ, ଅତୀତ ମହାନତାର ଅବକ୍ଷୟକୁ ନେଇ ଅସନ୍ତୋଷ (ଯାହା ଉଦାରବାଦୀ ପ୍ରଗତି, ଉନ୍ନତ ଜୀବନ ଅବସ୍ଥାର ଅନୁଭବ ଏବଂ ମାନବୀୟ ସ୍ବାଧୀନତାକୁ ସୂଚିତ କରେ) ଏବଂ ଧ୍ୱଂସ ଓ ପୁନର୍ଜୀବନର ଚକ୍ରୀୟ ପୁନରାବୃତ୍ତି। କିନ୍ତୁ ଏବେ ଇତିହାସର ଗତିକୁ ବୁଝିବା ଲାଗି ଚତୁର୍ଥ ବିକଳ୍ପ ହାଇଛି ଅନ୍ତର୍ମୁଖୀ ବିସ୍ଫୋରଣ। ଇତିହାସ କିଭଳି ସମାଧାନ ହୋଇ ନ ଥିବା ଲିଗାସିଗୁଡ଼ିକ ଚାପରେ କିଭଳି କ୍ଷତିଗ୍ରସ୍ତ ହୋଇଛି ତାହା ବର୍ଣ୍ଣନା କରିବା ଲାଗି ଏହିି ଶବ୍ଦ ପଦାର୍ଥ ବିଜ୍ଞାନରୁ ଅଣାଯାଇଛି। ଅନ୍ୟ ତିନୋଟି ମଡେଲରୁ ତତ୍ତ୍ୱଗୁଡ଼ିକୁ ନେଇ ଉଦାରବାଦ ଦୃଷ୍ଟିକୋଣ ବିରୋଧରେ ରୂଢିବାଦୀକୁ ଠିଆ କରାଇବା ସହ ଏହା ପୁନରାବୃତ୍ତି ଧାରଣାକୁ ପ୍ରଦର୍ଶିତ କରିଛି। ଅନ୍ତଃବିସ୍ଫୋରଣରେ ଖେଳାଇ ହୋଇଯାଇଥିବା ଶକ୍ତିଗୁଡ଼ିକୁ କେନ୍ଦ୍ରାଭିମୁଖୀ କରିପାରିଛି। ସେଥିପାଇଁ ରୁଷିଆର ଗୌରବମୟ ରାଜକୀୟ ଅତୀତର ପୁନର୍ଗଠନର ପ୍ରତିଧ୍ୱନି ଆମେ ସବୁବେଳେ ଶୁଣୁଛୁ। ୟୁକ୍ରେନ୍‌ରେ ମାର୍କେଟ ସ୍ବାଧୀନତା ଏବଂ ଗଣତନ୍ତ୍ର ଆଡକୁ ଅଦମ୍ୟ ଯାତ୍ରା କଥା ଏବଂ ‘ଇତିହାସର ପୁନରାବୃତ୍ତି ଘଟେ’ ମନ୍ତ୍ର ମଧ୍ୟ ଶୁଣୁଛୁ। ଇତିହାସର ଅନ୍ତଃବିସ୍ଫୋରଣ ଏବେ ପରିବେଶ ସଙ୍କଟରେ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଚାଲିଥିବା ଷଷ୍ଠ ମହାପ୍ରଳୟର ସମୟ କେବଳ ପୂର୍ବ ୫ଟି ମହାପ୍ରଳୟର ପୁନରାବୃତ୍ତି ନୁହେଁ, ବରଂ ଏହା ମଧ୍ୟ ମାନବ ଜାତି ସମେତ ଅନ୍ୟ ଜୀବଙ୍କ ଐତିହାସିକ ପତନର ସୂଚନା। ଏବକାର ଭୂବୈଜ୍ଞାନିକ ଯୁଗରେ ଏହି ପତନ ସ୍ବତଃ ଆସିଥିବାରୁ ଐତିହାସିକ ବିସ୍ଫୋରଣର ସବୁ ପଦଚିହ୍ନ ଧାରଣ କରିଛି। ଜଳବାୟୁ ସଙ୍କଟ ଏବଂ ପୁଟିନ୍‌ଙ୍କ କ୍ଷମତା ଓ ଧମକ ଉଭୟେ ଜୀବାଶ୍ମ ଇନ୍ଧନ ଉପରେ ଆମ ନିର୍ଭରଶୀଳତା ଯୋଗୁ ସୃଷ୍ଟି ହୋଇଛି। ଏଥିରୁ ବୁଝାପଡ଼ୁଛି, ସେଗୁଡ଼ିକ ସମାନ ପ୍ରକାର ବ୍ୟାପକ ଐତିହାସିକ ଦୃଷ୍ଟାନ୍ତର ଭିନ୍ନ ରୂପ।
କ’ଣ କରିବାକୁ ହେବ ? ଏଭଳି ପ୍ରଶ୍ନ ରାଜନୈତିକ କ୍ଷେତ୍ରରେ ବହୁ ଦିନରୁ ରହିଆସିଛି। କିନ୍ତୁ ଐତିହାସିକ ଦୃଷ୍ଟିକୋଣରୁ ଏହାକୁ ବିଚାର କରାଯାଉ ନାହିଁ କି ଗମ୍ଭୀରତାର ସହ ଉତ୍‌ଥାପନ କରାଯାଇପାରୁନାହିଁ। ବିଶ୍ୱରେ ଲଗାତର ସ୍ବାଧୀନତା ଅଭିଯାନ ପାଇଁ ୟୁକ୍ରେନ୍‌ ଏକ ସାମୟିକ ଅସଫଳତା କି? ରାଜକୀୟ ରୁଷିଆର ପୁନର୍ଗଠନ ଲାଗି ଏହା ଏକ ସାମୟିକ ସଂଘର୍ଷ କି? ରୁଷିଆର ଦଖଲକୁ ୟୁକ୍ରେନ୍‌ର ପ୍ରତିରୋଧ କ’ଣ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ ନା ୨୦୨୨ରେ ୟୁକ୍ରେନ୍‌ରେ ଆଉ କିଛି କରିବାକୁ ଯୋଜନା କରାଯାଇଛି? ଇହିହାସର ଅନ୍ତଃବିସ୍ଫୋରଣ ପ୍ରତ୍ୟେକ ବିଷୟକୁ ଓ ପ୍ରତ୍ୟେକଙ୍କୁ ତା’ର କେନ୍ଦ୍ର ଆଡକୁ ଆକର୍ଷିତ କରେ। ୟୁକ୍ରେନ୍‌ ଯୁଦ୍ଧ ଯଦି ଏହି ବିସ୍ଫୋରଣର ଏକ ତଥାକଥିତ୍ତ ସଙ୍କେତ, ତେବେ ସେଠାରେ ଯୁଦ୍ଧ ଓ ହିଂସା କେବଳ ସେହି ଅଞ୍ଚଳରେ ସୀମିତ ରହିବ। ଏପରିକି ଆରମ୍ଭରୁ ତୃତୀୟ ବିଶ୍ୱଯୁଦ୍ଧ କଥା କହିବା ନିଶ୍ଚିତ ବୋକାମି । ଯୁଦ୍ଧରେ ଏବେ ଉଭୟ ଆଣବିକ ଶକ୍ତି କେନ୍ଦ୍ର ଓ ଅସ୍ତ୍ରଶସ୍ତ୍ରର ଧମକ ଅସ୍ଥାୟୀ ଏବଂ ଆଞ୍ଚଳିକଭିତ୍ତିକ ନିୟନ୍ତ୍ରଣ ଅଭାବର ଲକ୍ଷଣକୁ ପ୍ରକାଶ କରିଛି । ଚାଇନାରେ କୋଭିଡ୍‌ ଭୂତାଣୁ ଦେଖାଯିବା ପରେ ୟୁରୋପ ଓ ଆମେରିକା ଯେଭଳି ତାହାକୁ ଏକ ଆଞ୍ଚଳିକ ସମସ୍ୟା ଭାବେ ଦେଖିଥିଲେ ସେହିଭଳି ଏବେ ନାଟୋ ଦେଶଗୁଡ଼ିକର ପ୍ରତିରୋଧକ ସ୍ଥିତି ଅନ୍ତଃରାଷ୍ଟ୍ରୀୟ ଆଣବିକ, ଜୈବିକ କିମ୍ବା ରାସାୟନିକ ଅସ୍ତ୍ରର ପରିଣାମର ବିପଦକୁ ଅଣଦେଖା କରୁଛନ୍ତି। ଐତିହାସିକ ଅନ୍ତଃବିସ୍ଫୋରଣର ବିଚାରକୁ ନ୍ୟାୟସଙ୍ଗତ ହେଉ କିମ୍ବା ଅସଙ୍ଗତ , ଯଦି ଯଥା ଶୀଘ୍ର ଗ୍ରହଣ କରାଯାଏ, ତେବେ କ’ଣ କରିବାକୁ ହେବ, ତାହା ଭଲ ଭାବେ ବୁଝିବାକୁ ଆମେ ସକ୍ଷମ ହୋଇପାରିବା।
ଫିଲୋସଫି ରିସର୍ଚ୍ଚ ପ୍ରଫେସର,
ୟୁନିଭର୍ସିଟି ଅଫ୍‌ ବାସ୍‌କ୍ୟୁ କଣ୍ଟ୍ରି, ସ୍ପେନ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri