Posted inଫୁରସତ

୮୫୦ କିଲୋମିଟର ଯାଇ କ୍ୟାନସର ପୀଡ଼ିତାଙ୍କ ଇଚ୍ଛା ପୂରଣ କଲେ ରେଷ୍ଟୁରାଣ୍ଟ ମାଲିକ, ଲୋକେ କହିଲେ…

ଜଣେ ମହିଳାଙ୍କୁ ଖୁଆଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରାୟ ୮୫୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଜଣେ ଗ୍ରାହକ ରେଷ୍ଟୁରାଣ୍ଟକୁ ଇମେଲ ପଠାଇ କହିଥିଲେ ତାଙ୍କର କ୍ୟାନସର ପୀଡ଼ିତ ଶାଶୁଙ୍କରୁ ଏହି ରେଷ୍ଟୁରାଣ୍ଟର ଖାଦ୍ୟ ଖୁବ୍‌ ପସନ୍ଦ। ଖାଦ୍ୟ ପଠାଇ ପାରିବେ କି ବୋଲି ବ୍ୟକ୍ତି ଜଣକ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅନୁରୋଧ କରିଥିଲେ। ଏହା ପରେ ରେଷ୍ଟୁରାଣ୍ଟ ମାଲିକ ନିଜେ ଖାଦ୍ୟ ନେଇ ୮୫୦ କିଲୋମିଟର ଯାଇଥିଲେ।

ଏହି ଘଟଣା ଆମେରିକାର ଭର୍ମୋଟ ରାଜ୍ୟରେ ଘଟିଛି। ଏଠାରେ ରହୁଥିବା ଜଣେ ମହିଳା ଷ୍ଟେଜ୍‌ ୪ ଲଙ୍ଗ୍‌ସ କ୍ୟାନସରେ ପୀଡ଼ିତ। ତାଙ୍କୁ ଟେମ୍ପୁରା ବ୍ରୋକଲି ରେଷ୍ଟୁରାଣ୍ଟର ଖାଦ୍ୟ ଭାରି ପସନ୍ଦ। ଏହି କାରଣରୁ ତାଙ୍କ ଝିଅ ରୀନା ଏବଂ ଜ୍ୱାଇଁ ବ୍ରାଇଡେନ ଜୋନ୍ସ ରେଷ୍ଟୁରାଣ୍ଟରୁ ଖାଇବା ମଗାଇବା ପାଇଁ ଚାହିଁଥିଲେ। ଯେହେତୁ ରେଷ୍ଟୁରାଣ୍ଟ ଘରଠାରୁ ଦୂର ଥିଲା ସେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଇମେଲ ପଠାଇ ଖାଦ୍ୟ ଆଣି ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ।

ଯେତେବେଳେ ରେଷ୍ଟୁରାଣ୍ଟ ମାଲିକ ଏ ବିଷୟରେ ଜାଣିଥିଲେ ଯେ, ଜଣେ କ୍ୟାନସର ରୋଗୀ ତାଙ୍କ ଦୋକାନ ଜିନିଷ ଖାଇବାକୁ ମନ କରିଛନ୍ତି ସେ ନିଜେ ଖାଦ୍ୟ ନେଇ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ୮୫୦ କିଲୋମିଟର ଯାତ୍ରା କରି ମହିଳାଙ୍କୁ ଖାଦ୍ୟ ନେଇ ଦେଇ ଆସିଥିଲେ। ସୋସିଆଲ ମିଡିଆରେ ଏହି ଘଟଣା ଏବେ ଖୁବ୍‌ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ମହିଳାଙ୍କ ଜଣେ ସମ୍ପର୍କୀୟ ଲେଖିଛନ୍ତି, ମୋତେ ଏବେସୁଦ୍ଧା ବିଶ୍ୱାସ ହେଉନି କି ଏତେ ବାଟ ପର୍ଯ୍ୟନ୍ତ ମାଲିକ ନିଜେ ଖାଇବା ଆଣି ପହଞ୍ଚାଇଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମାଲିକଙ୍କ ଏପରି ମହାନତା ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦ୍ୱୀପରେ ବାସ କରନ୍ତି ଆଦିବାସୀ, ବାହ୍ୟ ଜଗତ ସହ ଏମାନଙ୍କର ନାହିଁ କୌଣସି ସମ୍ପର୍କ

ସମଗ୍ର ବିଶ୍ୱ ରହସ୍ୟରେ ପରିପୂର୍ଣ୍ଣ। ଦୁନିଆରେ ଏପରି ଅନେକ ରହସ୍ୟ ରହିଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ସମାଧାନ...

ସ୍ବୟଂସିଦ୍ଧା…ଏମିତି କିଛି ନାହିଁ ଯାହା ନାରୀଙ୍କ ପକ୍ଷେ ଅସମ୍ଭବ…

ଯେଉଁଠି କେବଳ ‘ନା’ ‘ନା’ର କଥା ଥିଲା ସେମାନେ କିନ୍ତୁ ‘ହଁ’ ପାଇଁ ଅଡ଼ି ବସିଥିଲେ। ପାରିବି ନାହିଁର ଶବ୍ଦ ନ ଥିଲା ଏମାନଙ୍କ ଶବ୍ଦ...

ଏମିତି ଦ୍ୱୀପ, ଯେଉଁଠି ରୁହନ୍ତି କେବଳ ମହିଳା

ସାଧାରଣତଃ ଆମ ସମାଜ ପୁରୁଷ ପ୍ରାଧାନ୍ୟ। ମହିଳାମାନେ କେବଳ ଘର ଏଂବ ପିଲାମାନଙ୍କର ଯତ୍ନ ନେବା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ, କିନ୍ତୁ ପରିବାରର...

ଶିଶୁଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ

କୁହାଯାଏ ଆଜିର ଶିଶୁ କାଲିର ନାଗରିକ। ତେଣୁ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସର୍ବୋପରି ଭାବେ ବିବେଚନା କରାଯାଇଥାଏ। ଦେଶର ପ୍ରତ୍ୟେକ ଶିଶୁଙ୍କୁ କୃମି ମୁକ୍ତ କରିବା...

ନିଶରେ ତିଆରି ସୁଟ୍‌

ଅନେକଙ୍କୁ ପ୍ରାଣୀଙ୍କ ଲୋମ ବା ଫର୍‌ରେ ତିଆରି ପୋଷାକ ପିନ୍ଧିବାକୁ ଭଲ ଲାଗେ। ହେଲେ ଜାଣନ୍ତି କି ଅଷ୍ଟ୍ରେଲିଆର ମେନ୍ସଓ୍ବେର କମ୍ପାନୀ ‘ପୋଲିଟିକ୍ସ’ ମଣିଷ ନିଶରେ...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ...

ଥଣ୍ଡା ବଢିବାରୁ ଠାକୁରଙ୍କୁ ପିନ୍ଧାଇ ଦିଆଗଲା ସ୍ୱେଟର

ବାରାଣସୀ,୨୦ ।୧୨: ସାରା ଦେଶରେ ଶୀତ ଲହରି ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ...

ଖରାଦିନେ ଜଳକ୍ରୀଡ଼ାର ସୁବିଧା ଥିବା ପର୍ଯ୍ୟଟନସ୍ଥଳୀ: ଶାରୀରିକ ଫୁର୍ତ୍ତି ସହ ଦେବ ନିଆରା ଅନୁଭୂତି

ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ...

Advertisement
Archives

Model This Week