ଗଞ୍ଜାମ, ୨।୩(ଡି.ଏନ୍.ଏ.): ଗଞ୍ଜାମ ଥାନା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ମଝିରେ ସୋମବାର ଅପରାହ୍ନରେ ଓଲଟି ପଡ଼ିଥିବା ଆମୋନିଆ ଗ୍ୟାସ ଟ୍ୟାଙ୍କରକୁ ଦୀର୍ଘ ୧୭ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ପାରାଦ୍ୱୀପ ଏକ୍ସପୋର୍ଟରୁ ଏକ ଚାରି ଜଣିଆ ଟିମ ଆସି ଟ୍ୟାଙ୍କରକୁ ଉଦ୍ଧାର କରିଛନ୍ତି। ଛଅଟି କ୍ରେନ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା l ଏକ୍ସପୋର୍ଟ ଟିମର ସଚିତ୍ର କୁମାର ରାଉତଙ୍କ ପ୍ରଚେଷ୍ଟାରେ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ଏହାର ନେତୃତ୍ୱ ନେଇଥିଲେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।