‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଭଜନ ପାଲଟିଛି ‘ରାମ ଆଏଙ୍ଗେ’। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଶେୟାର କରିବା ପରେ ଗୀତଟି ଖୁବ୍‌ ପ୍ରଶଂସା ସାଉଁଟିଛି। ତେବେ ଲୋକଙ୍କୁ ଏହି ଗୀତର ପ୍ରକୃତ ରଚୟତା କିଏ ଜଣା ନ ଥିଲା। ଏହି ଗୀତକୁ ସ୍ବର୍ଗତ ଶାମସୁନ୍ଦର ରଚନା କରିଥିବାବେଳେ ପ୍ରେମଭୂଷଣ ମହାରାଜ କଣ୍ଠଦାନ କରିଛନ୍ତି। ତେବେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ମଧ୍ୟ ସବୁଠି ଲୋକପ୍ରିୟ। ସଭା କି ପ୍ରାର୍ଥନାଗୃହରେ ଗାନ୍ଧୀ ଏହି ଗୀତକୁ ଗାଉଥିଲେ। ଗାନ୍ଧୀଜୀ ଏହାକୁ ଭାବବିହ୍ବଳ ହୋଇ ଗାଇବା ସହ ସମାଜକୁ ଭାଇଚାରାର ସନ୍ଦେଶ ଦେଉଥିଲେ।

ସୂଚନାଥାଉ କି, ଗାନ୍ଧୀଜୀ ଏହି ଭଜନକୁ ନିଜ ହିସାବରେ କିଛି ପରିବର୍ତ୍ତନ କରିଥିଲେ। ଏପରି କରି ସମାଜକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ସନ୍ଦେଶ ଦେଉଥିଲେ। ତେବେ ବହୁତ ଲୋକ ଜାଣିନାହାନ୍ତି କି, ଏହି ଗୀତର ରଚୟିତା କିଏ। କୁହାଯାଉଛି କି, ଏହି ଗୀତର ବିଷ୍ଣୁ ନିଗମ୍ବର ପଲ୍ଲୁସ୍କର ଧୁନ୍‌ ଦେଇଥିଲେ। ସେ ଜଣେ ହିନ୍ଦୁସ୍ତାନୀ ସଙ୍ଗୀତକାର ଥିଲେ। ବିଷ୍ଣୁଜୀ ଏହାକୁ ଭଜନର ରୂପ ଦେଇଥିଲେ।

କିନ୍ତୁ ଏହି ପ୍ରସିଦ୍ଧ ଗୀତର ପ୍ରକୃତ ଲେଖକ ହେଉଛନ୍ତି ପଣ୍ଡିତ ଲକ୍ଷ୍ମଣଚାର୍ଯ୍ୟ। ସେ ଏହି ଗୀତର ଲିରିକ୍ସ ଲେଖିଥିଲେ। ଗ୍ରନ୍ଥ ଶ୍ରୀ ନମଃ: ରାମାୟଣରେ ସେ ଏହି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଗାନ୍ଧୀଜୀଙ୍କ ପୂର୍ବରୁ ଏହି ଗୀତକୁ ଅଲଗା ରୂପରେ ଗାନ କରାଯାଉଥିଲା।

Gandhi corrupted the original Hindu bhajan 'Raghupati Raghav Raja Ram' by  including 'Allah' - Satyaagrah - Online News Portal

୧୯୪୮ରେ ରିଲିଜ ହୋଇଥିବା ଫିଲ୍ମ ‘ଶ୍ରୀ ରାମଭକ୍ତ ହନୁମାନ’ରେ ଏହି ଭଜନକୁ ପ୍ରଥମେ ବୋଲାଯାଇଥିଲା। ଏହାକୁ ଏସଏନ ତ୍ରୀପାଠୀ ଲେଖିବା ସହ ସେ ନିଜେ ହିଁ ହନୁମାନଙ୍କ ଅଭିନୟ କରି ଏହି ଗୀତ ବୋଲିଥିଲେ। ମୂଳଗୀତ ହେଉ କି ଗାନ୍ଧୀଜୀ ପରିବର୍ତ୍ତନ କରିଥିବା ଗୀତ ଏବେ ବି ଏହି ଭଜନ ଲୋକଙ୍କ ହୃଦୟରେ ରାଜ କରୁଛି। ଯାହା ସବୁବେଳେ ପ୍ରତିଟି ଘରେ ମୁଖରିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri