ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୂଳ ସଂସ୍ଥାର କାମ ଆରମ୍ଭ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପ ଇଫ୍‌କୋ କମ୍ପାନୀର ଜିପ୍‌ସମ୍‌ ପରିବହନକୁ ନେଇ ୩ ମାସ ହେଲା ଯେଉଁ ବିବାଦ ସୃଷ୍ଟି ହୋଇଥିଲା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାହା ସମାଧାନ ହୋଇଛି। ଅର୍ଥାତ୍‌ ଜିପସମ୍‌ ପରିବହନ କାମ ପାଇଥିବା ଆର୍‌ଆର୍‌ପିଏଲ୍‌ ଓ ନିରାକାର କନଷ୍ଟ୍ରକଶନ୍‌ ଗୁରୁବାର ପୁଣି ପରିବହନ ଆରମ୍ଭ କରିଛନ୍ତି। ଉକ୍ତ ଜିପସମ୍‌ ପାରାଦୀପଠାରୁ ନିର୍ଗୁଣ୍ଡି ଯାଏ ପରିବହନ ହେଉଛି।
ଏହି ପରିବହନ କାମକୁ ପାରାଦୀପର ୩ଟି ଟ୍ରକ୍‌ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ବିରୋଧ କରିବା ଯୋଗୁ ବିବାଦ ଉପୁଜିଥିଲା। ଆର୍‌ଆର୍‌ପିଏଲ୍‌ କମ୍ପାନୀ ଇଫ୍‌କୋ ଜିପସମ୍‌ ନେବାପାଇଁ ଟେଣ୍ଡରରେ ଅଗ୍ରାଧିକାର ପାଇଥିଲା। ଉକ୍ତ କମ୍ପାନୀ ପାରାଦୀପର ନିରାକାର କନଷ୍ଟ୍ରକଶନ୍‌ ନାମକ ସଂସ୍ଥାକୁ ଏହି ପରିବହନ କାମ ଦେଇଥିଲା। ଏପରି ବ୍ୟବସ୍ଥାକୁ ଜେସିସି ବିରୋଧ କରିଥିଲା। ସେତେବେଳେ ଜେସିସି ପକ୍ଷରୁ କୁହାଯାଇଥିଲା ଯେ, ଇଫକୋ ସମସ୍ତ ପଣ୍ୟ ପରିବହନ ପାଇଁ ଜେସିସି ସହିତ ଚୁକ୍ତି କରିଛି। ତେଣୁ ନୂଆ ପରିବହନ ସଂସ୍ଥାକୁ ଗତ ସେପ୍ଟେମ୍ବର ୩ରେ ଜେସିସି ବିରୋଧ କରିଥିଲା। ଫଳରେ ପ୍ରାୟ ୫ ଦିନ ଧାରଣା ପରେ ପ୍ରଶାସନ, ଇଫ୍‌କୋ, ଜେସିସି, ପରିବହନକାରୀ ସଂସ୍ଥା ଆଦିଙ୍କୁ ନେଇ ଏକାଧିକ ଥର ବୈଠକପରେ ନିରାକାର କନଷ୍ଟ୍ରକଶନ୍‌ ପରିବହନକୁ ବନ୍ଦ କରାଯାଇଥିଲା। ଏହାର ପ୍ରତିବାଦରେ ଉକ୍ତ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶେଷରେ କୋର୍ଟ ମୂଳସଂସ୍ଥା ସପକ୍ଷରେ ପରିବହନ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜେସିସିର ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କୁମାର ଜେନା କୁହନ୍ତି, ଏବେ କୋର୍ଟଙ୍କ ଅର୍ଡର ବିରୋଧରେ ଯିବୁନାହୁଁ। କିନ୍ତୁ ସେହିଭଳି ନ୍ୟାୟିକ ବିରୋଧ ଆଗାମୀ ସମୟରେ କରାଯିବ। ନିରାକାର ପରିବହନର ମୁଖ୍ୟ ବାପୁ ପରିଡା କୁହନ୍ତି, କାହା ବିରୋଧରେ ଆମର କିଛି କହିବାର ନାହିଁ। ଅନ୍ୟପକ୍ଷରେ କୋର୍ଟଙ୍କ ରାୟ ଉପରେ ଇଫକୋ କର୍ତ୍ତୃପକ୍ଷ କିଛି କହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?