ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି

ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କ ଧନ ସମ୍ପତ୍ତି ଅସୁରକ୍ଷିତ ହୋଇପଡୁଛି। ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଦଳିତ ବର୍ଗର ଲୋକେ ନ୍ୟାୟ ଆଶାକରି ଥାନାର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ପୋଲିସ ସେମାନଙ୍କୁ ନ୍ୟାୟ ଦେବା ବଦଳରେ ବାରମ୍ବାର ଦୌଡ଼ାଉଛି। ଅଭିଯୋଗକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବାକୁ ପଡୁଛି। ଅଧିକାରୀଙ୍କ ହସ୍ତକ୍ଷେପ ପରେ କେତେକ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ହେଉଛି। ହେଲେ ତଦନ୍ତ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ। ପୋଲିସର ପରୋକ୍ଷ ସମର୍ଥନରେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଅରାଜକତା ସୃଷ୍ଟି କରିବା ସହ ଦଳିତ ପରିବାରକୁ ନିଶାଣା କରୁଛନ୍ତି। ପୋଲିସର ଏହି ପକ୍ଷପାତିତା ଓ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛି ଆମ୍ବେଡକର ଚାରିଟେବୁଲ ଟ୍ରଷ୍ଟ ଓ ଯାଜପୁର ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି।
କୁଆଖିଆ ବଜାରସ୍ଥିତ ଟ୍ରଷ୍ଟ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ମିଳନୀରେ ସଂଗଠନର ସଭାପତି ଗୟାଧର ମଲିକ କହିଛନ୍ତି, ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାରେ ଦଳିତଙ୍କୁ ଥାନାରୁ ନ୍ୟାୟ ମିଳି ପାରୁନାହିଁ। ମାମଲାକୁ ନେଇ ତଦନ୍ତ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାକୁ ଟ୍ରଷ୍ଟ ଓ କମିଟି ପକ୍ଷରୁ ବିରୋଧ କରାଯିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଉଛି। ଏଥିସହ ତଦନ୍ତ ଭାର ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନଙ୍କ ଦ୍ୱାରା କରାଯିବାକୁ ସେ ନିବେଦନ କରିଛନ୍ତି। ଏସବୁ ସତ୍ତ୍ୱେ ପୋଲିସର କାର୍ଯ୍ୟଧାରାରେ ପରିବର୍ତ୍ତନ ନ ଘଟିଲେ ଟ୍ରଷ୍ଟ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ମଲିକ ଉଦାହରଣ ଦେଇ କହିଛନ୍ତି ଯେ, ଥାନା ଅଧୀନ ଶ୍ରୀବନ୍ତପୁର ପଞ୍ଚାୟତ ବାଉଁଶଅଂଟା ଗ୍ରାମର ଅଜୟ ପାଇକରା ପରିବାରର ପିଲାଙ୍କୁ ବିଦ୍ୟାଳୟରେ ପାଠପଢ଼ିବାକୁ ବାରଣ କରାଯାଇଛି। ସର୍ବସାଧାରଣ ଜଳାଶୟର ଗାଧୁଆତୁଠ ନିକଟରେ ଦୋକାନ ଖୋଲି ଦଳିତ ପରିବାର ଝିଅବୋହୂଙ୍କୁ ପୁଷ୍କରିଣୀ ବ୍ୟବହାରରେ ବାଧା ସୃଷ୍ଟି କରାଯାଇଛି। ଦଳିତଙ୍କ ପୈତୃକ ସମ୍ପତ୍ତିକୁ ଜବରଦଖଲ କରାଯାଇଛି। ଏଭଳି ଘଟଣାକୁ ବିରୋଧ କରିବାରେ ଅଭିଯୁକ୍ତମାନେ ଦଳିତ ପରିବାରର ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିବା ଭଳି ସ୍ଥିତି ଉପୁଜିଥିଲା ା ଏନେଇ ଅଜୟ ଓ ତାଙ୍କ ପରିବାର ଥାନାରେ ଏକାଧିକ ଥର ଅଭିଯୋଗ କରିଥିଲେ। ହେଲେ ପୋଲିସ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ମାମଲାକୁ ନେଇ ଅଭିଯୋଗକାରୀ ଏସ୍‌ଡିପିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାସତ୍ତ୍ୱେ ବି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପୋଲିସ ନିଷ୍କ୍ରିୟତାର ସୁଯୋଗରେ ଅଭିଯୋଗକାରୀ ଚଳିତ ମାସ ୧୫ ତାରିଖରେ ସଂଘବଦ୍ଧ ଭାବେ ଅଜୟଙ୍କ ପରିବାରକୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଅଭିଯୋଗକାରୀ ପରିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତମାନଙ୍କୁ ୧୦ଦିନ ଭିତରେ ଗିରଫ କରିବା ଓ ମାମଲାର ତଦନ୍ତ ଦାୟିତ୍ୱ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରି ଗରିବ ସଅର ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ଘଟିଲେ ଟ୍ରଷ୍ଟ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ସଭାପତି ମଲିକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୁଆଖିଆ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରଷ୍ଟର ସଦସ୍ୟ କେହି ତାଙ୍କୁ ଭେଟିନାହାନ୍ତି କି ଆନ୍ଦୋଳନ ସମ୍ପର୍କରେ ସେ ଅବଗତ ନାହାନ୍ତି। ଅଭିଯୋଗ ହେଉଥିବା ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଘଟଣାରେ ୨ କେସ୍‌ ରୁଜୁ କରାଯାଇଛି। ଉଭୟ ପକ୍ଷରୁ ଜଣେ ଲେଖାଏ ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ତନଘନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri