ଦଳିତ ଆଥ୍‌ଲେଟ୍‌ଙ୍କୁ ୫ ବର୍ଷ ଗଣବଳାତ୍କାର

ଥିରୁଭାନନ୍ତପୁରମ, ୧୨ା୧:କେରଳର ପଥାନାମଥିଟ୍ଟା ଜିଲାରେ ଜଣେ ୧୮ ବର୍ଷୀୟା ଦଳିତ ଝିଅଙ୍କୁ ୫ ବର୍ଷ ମଧ୍ୟରେ ୬୪ ଜଣ ଗଣବଳାତ୍କାର କରିଥିବାର ଏକ ଚାଞ୍ଚଲ୍ୟକର ମାମଲା ସାମ୍‌ନାକୁ ଆସିଛି। ଘଟଣାକୁ ନେଇ କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ପଥାନାମଥିଟ୍ଟା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଛି। ପଥାନାମଥିଟ୍ଟା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।
ପ୍ରଥମେ ପୀଡ଼ିତା ଜଣକ ତାଙ୍କୁ ଗଣବଳାତ୍କାର କରାଯାଉଥିବା ନେଇ ‘ମହିଳା ସମକ୍ୟା’ ନାମକ ଏନ୍‌ଜିଓର ଜଣେ ସଦସ୍ୟାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜାଣି ଉକ୍ତ ଏନ୍‌ଜିଓ ସଦସ୍ୟା ସିଡବ୍ଲ୍ୟୁସିକୁ ଅବଗତ କରାଇଥିଲେ। ସିଡବ୍ଲ୍ୟୁସି ପକ୍ଷରୁ ଜଣେ ମନୋବିଜ୍ଞାନୀଙ୍କ ତତ୍ତ୍ୱାବଧାନରେ ପୀଡ଼ିତାଙ୍କ କାଉନସେଲିଂ କରାଯାଇଥିଲା। ସେ ୧୩ ବର୍ଷ ବୟସର ହୋଇଥିବାବେଳେ ତାଙ୍କ ସହ ପ୍ରଥମଥର ପାଇଁ ବଳାତ୍କାର କରାଯାଇଥିବା ନେଇ ପୀଡ଼ିତା ଜଣକ ସିଡବ୍ଲ୍ୟୁସି ଅଧିକାରୀଙ୍କୁ ଜଣାଇଥିଲେ। ପ୍ରଥମେ ଜଣେ ପଡ଼ୋଶୀ ତାଙ୍କୁ ବଳାତ୍କାର କରିଥିଲେ। ପଡ଼ୋଶୀ ଜଣକ ଅନେକ ଅଶ୍ଲୀଳ ଭିଡିଓ ପୀଡ଼ିତାଙ୍କ ସହ ଶେୟାର କରିଥିଲେ। ପୀଡ଼ିତା ଜଣେ ଆଥ୍‌ଲେଟ ଥିଲେ ଏବଂ ନିଜ ବିଦ୍ୟାଳୟରେ କ୍ରୀଡ଼ା କ୍ଷେତ୍ରରେ ସକ୍ରିୟ ଥିଲେ ବୋଲି ସିଡବ୍ଲ୍ୟୁସି ପଥାନାମଥିଟ୍ଟା ଜିଲା ଅଧ୍ୟକ୍ଷ ଏନ. ରାଜୀବ କହିଛନ୍ତି। କ୍ରୀଡ଼ା ସମ୍ପର୍କିତ ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ସେ ସ୍ପୋର୍ଟସ୍‌ ହଷ୍ଟେଲରେ ରହୁଥିଲେ। ସେଠାରେ ତାଙ୍କୁ କୋଚ୍‌ଙ୍କ ସମେତ ହଷ୍ଟେଲର ଅନ୍ୟ କର୍ମଚାରୀମାନେ ବହୁବାର ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ତାଙ୍କର କିଛି ଭିଡିଓକୁ ମଧ୍ୟ ଭାଇରାଲ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସ ପୀଡ଼ିତାଙ୍କ ବିସ୍ତୃତ ବୟାନ ରେକର୍ଡ କରିଛି। ଏବେ ସୁଦ୍ଧା ୪୦ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ପୀଡ଼ିତା ପ୍ରଥମଥର ପାଇଁ ବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା। ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବ ବୋଲି ଏନ୍‌. ରାଜୀବ କହିଛନ୍ତି। ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ(ଏନ୍‌ସିଡବ୍ଲ୍ୟୁ) ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କେରଳ ପୋଲିସକୁ ନୋଟିସ ଜାରି କରିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ଏବଂ ମାନସିକ ଯତ୍ନ ସହ ସର୍ବନିମ୍ନ ସମୟସୀମା ମଧ୍ୟରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତ୍‌କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri