ରାସ୍ତାରୁ ପାଇଥିବା ୩୦ ହଜାର ଫେରାଇଲେ ବୃଦ୍ଧା

ଗୋପ,୧୭।୧୨ (ଡି.ଏନ୍‌.ଏ.):ରାସ୍ତାରେ ପଡ଼ିଥିବା ଏକ ଟଙ୍କା ଭର୍ତ୍ତି ମନିପର୍ସ ପାଇବା ପରେ ଗୋପ ବ୍ଲକ ଷୋଳପୁର ଗ୍ରାମର ଗୀତାଞ୍ଜଳି ସ୍ବାଇଁ ହଜିଥିବା ପୁରୀ ଚନ୍ଦନପୁର ଅଞ୍ଚଳର ବିଜୟ କୁମାର ଗୋଚ୍ଛାୟତଙ୍କୁ ଫେରାଇଛନ୍ତି। ସୂଚନା ଥାଉ କି, ମଙ୍ଗଳବାର ପୂର୍ବାହ୍ନରେ ଚନ୍ଦନପୁରର ବିଜୟ କୌଣସି କାମରେ ଚାରିଛକ ଯାଉଥିଲେ। ତାଙ୍କୁ ଭୋକ ହେବାରେ ଗୋପ ବିଦ୍ୟୁତ ଅଫିସ ନିକଟରେ ଏକ ଜଳଖିଆ ଦୋକାନରେ ଖାଇଥିଲେ। ଖାଇ ସାରି ମନିପର୍ସରୁ ଟଙ୍କା ଦେଇ ଫେରିବାବେଳେ ଅଜାଣତରେ ମନିପର୍ସଟି ପଡ଼ିଯାଇଥିଲା। ସେହି ରାସ୍ତା ଦେଇ ଷୋଳପୁର ଗ୍ରାମର ୫୦ ବର୍ଷୀୟା ବୃଦ୍ଧା ଗୀତାଞ୍ଜଳି ଏହି ଟଙ୍କା ଥିବା ମନିପର୍ସଟି ପାଇଥିଲେ। ପରେ ବୃଦ୍ଧା ଏହି ଟଙ୍କା ପାଇବା ସମ୍ପର୍କରେ ପଚାରିବାରେ ସେଠାରେ ଉପସ୍ଥିତ ସାଧାରଣ ଲୋକେ ମନିପର୍ସ ଖୋଲି ଦେଖିବାରେ ଚନ୍ଦନପୁର ଅଞ୍ଚଳର ଠିକଣା ଥିବା ସହ ଟେଲିଫୋନ ନମ୍ବର ପାଇଥିଲେ। ସେହି ଟେଲିଫୋନ ନମ୍ବରରେ ଫୋନ କରାଯିବାରୁ ଟଙ୍କା ହଜିଥିବା ବିଜୟ ଗୋପ ବିଦ୍ୟୁତ ଅଫିସ ନିକଟରେ ଥିବା କହିଥିଲେ। ପରେ ହୋଟେଲ ନିକଟକୁ ଆସିବାରୁ ବୃଦ୍ଧା ଜଣଙ୍କ ପାଇଥିବା ମନିପର୍ସ ଟିକୁ ଫେରାଇ ଥିଲେ। ଏହି ମନିଫର୍ସରେ ୩୦ ହଜାର ଟଙ୍କା ସହ କେତେକ ଦରକାରୀ କାଗଜପତ୍ର ଥିଲା। ଯୁବକ ଜଣଙ୍କ ଖୁସିରେ ମିଠା ଖାଇବା ଲାଗି ବୃଦ୍ଧାଙ୍କୁ ୫ ଶହ ଟଙ୍କା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri