ରାସ୍ତାରୁ ପାଇଥିବା ୩୦ ହଜାର ଫେରାଇଲେ ବୃଦ୍ଧା

ଗୋପ,୧୭।୧୨ (ଡି.ଏନ୍‌.ଏ.):ରାସ୍ତାରେ ପଡ଼ିଥିବା ଏକ ଟଙ୍କା ଭର୍ତ୍ତି ମନିପର୍ସ ପାଇବା ପରେ ଗୋପ ବ୍ଲକ ଷୋଳପୁର ଗ୍ରାମର ଗୀତାଞ୍ଜଳି ସ୍ବାଇଁ ହଜିଥିବା ପୁରୀ ଚନ୍ଦନପୁର ଅଞ୍ଚଳର ବିଜୟ କୁମାର ଗୋଚ୍ଛାୟତଙ୍କୁ ଫେରାଇଛନ୍ତି। ସୂଚନା ଥାଉ କି, ମଙ୍ଗଳବାର ପୂର୍ବାହ୍ନରେ ଚନ୍ଦନପୁରର ବିଜୟ କୌଣସି କାମରେ ଚାରିଛକ ଯାଉଥିଲେ। ତାଙ୍କୁ ଭୋକ ହେବାରେ ଗୋପ ବିଦ୍ୟୁତ ଅଫିସ ନିକଟରେ ଏକ ଜଳଖିଆ ଦୋକାନରେ ଖାଇଥିଲେ। ଖାଇ ସାରି ମନିପର୍ସରୁ ଟଙ୍କା ଦେଇ ଫେରିବାବେଳେ ଅଜାଣତରେ ମନିପର୍ସଟି ପଡ଼ିଯାଇଥିଲା। ସେହି ରାସ୍ତା ଦେଇ ଷୋଳପୁର ଗ୍ରାମର ୫୦ ବର୍ଷୀୟା ବୃଦ୍ଧା ଗୀତାଞ୍ଜଳି ଏହି ଟଙ୍କା ଥିବା ମନିପର୍ସଟି ପାଇଥିଲେ। ପରେ ବୃଦ୍ଧା ଏହି ଟଙ୍କା ପାଇବା ସମ୍ପର୍କରେ ପଚାରିବାରେ ସେଠାରେ ଉପସ୍ଥିତ ସାଧାରଣ ଲୋକେ ମନିପର୍ସ ଖୋଲି ଦେଖିବାରେ ଚନ୍ଦନପୁର ଅଞ୍ଚଳର ଠିକଣା ଥିବା ସହ ଟେଲିଫୋନ ନମ୍ବର ପାଇଥିଲେ। ସେହି ଟେଲିଫୋନ ନମ୍ବରରେ ଫୋନ କରାଯିବାରୁ ଟଙ୍କା ହଜିଥିବା ବିଜୟ ଗୋପ ବିଦ୍ୟୁତ ଅଫିସ ନିକଟରେ ଥିବା କହିଥିଲେ। ପରେ ହୋଟେଲ ନିକଟକୁ ଆସିବାରୁ ବୃଦ୍ଧା ଜଣଙ୍କ ପାଇଥିବା ମନିପର୍ସ ଟିକୁ ଫେରାଇ ଥିଲେ। ଏହି ମନିଫର୍ସରେ ୩୦ ହଜାର ଟଙ୍କା ସହ କେତେକ ଦରକାରୀ କାଗଜପତ୍ର ଥିଲା। ଯୁବକ ଜଣଙ୍କ ଖୁସିରେ ମିଠା ଖାଇବା ଲାଗି ବୃଦ୍ଧାଙ୍କୁ ୫ ଶହ ଟଙ୍କା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ୨୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୪୮ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର(ବ୍ୟୁରୋ),୬।୫: ବାଲେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ୪୮ ବର୍ଷୀୟ ବ୍ୟକ୍ତି। ସେ ପଶ୍ଚିମବଙ୍ଗର କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ଅପରାହ୍ନରେ ସେ...

ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ବାପା, ବଡ଼ ପୁଅ ମୃତ, ସାନ ଗୁରୁତର

ଅମରପାଲି, ୧୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପିତାମହୁଲ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତୁ ଶିକାର...

ଚୌଦ୍ୱାରରେ କାର୍‌ଗିଲ ବିଜୟ ଦିବସ ପାଳିିତ

ଚୌଦ୍ୱାର,୨୭।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଉଦ୍ଧାର ଫାଉଣ୍ଡେଶନ ପକ୍ଷରୁ କାର୍‌ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍‌ଗିଲ ବିଜୟ...

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି। ସେ...

କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ...

ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ: ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର...

ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା କାମ ନିମ୍ନମାନର ଅଭିଯୋଗ

ଟିକିରି,୨୩ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଠାରେ ନୂତନ ସାସ୍ଥ୍ୟକେନ୍ଦ୍ର ନିମନ୍ତେ କୋଠା ନିର୍ମାଣ କାମ ଚାଲିଛି। ହେଲେ ଏହି କାମ ନିମ୍ନମାନର କରାଯାଉଥିବା...

ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ...

Advertisement
Archives

Model This Week