ପେନ୍‌ସନ୍‌ ପାଇଁ ଟ୍ରଲିରେ ଆସିଲେ ବୃଦ୍ଧ

ତିହିଡ଼ି, ୧୦ା୮(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ୟୁକୋ ବ୍ୟାଙ୍କ ଶାଖାରୁ ପେନସନ ନେବା ପାଇଁ ଜଣେ ଅସହାୟ ବୃଦ୍ଧ ଟ୍ରଲିରେ ବୁହାହୋଇ ବ୍ୟାଙ୍କକୁ ଆସିଥିବା ଦେଖିବାକୁ ମିଳିଥିଲା। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ପଦନ ଚରଣ ନାୟକ(୭୫)। ତାଙ୍କ ଘର ସିନ୍ଦୋଳ ଗ୍ରାମରେ। ସେ ବ୍ୟାଙ୍କ ଆସିବା ପାଇଁ ଅସହାୟ ହୋଇଥିବାରୁ ଘରେ ପେନସନ ଦିଆଯିବା ଲାଗି ବ୍ୟବସ୍ଥା କରାଯିବାକୁ ଗତମାସରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରେ ଆବେଦନ କରିଥିଲେ। ବ୍ୟାଙ୍କ ପକ୍ଷରୁ ଏନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା ବୋଲି ପେନସନ୍‌ଧାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଫଳରେ ତାଙ୍କୁ ଏକ ଟ୍ରଲିରେ ବ୍ୟାଙ୍କକୁ ପେନ୍‌ସନ ଟଙ୍କା ଉଠାଣ ପାଇଁ ଅଣାଯାଇଥିଲା। ଏ ସମ୍ପର୍କରେ ବ୍ୟାଙ୍କ ଉପଶାଖା ପରିଚାଳକ ସଞ୍ଜୁକ୍ତା ସାହୁ କହିଥିଲେ ଯେ, ଆମ ବ୍ୟାଙ୍କ ଶାଖାରେ ଅଳ୍ପ ସଂଖ୍ୟାରେ କର୍ମଚାରୀ ଥିବାରୁ ସାମୟିକ ଅସୁବିଧା ହେଉଛି। ତଥାପି ଆସନ୍ତାମାସଠାରୁ ତାଙ୍କୁ ଘରେ ପେନସନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ...

ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା

ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି।...

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବାଲିକୁଦା, ୧୫ା୮(ଡି.ଏନ.ଏ.): ୫୫ନଂ. ଜାତୀୟ ରାଜପଥର ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ବାରିଲୋ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ...

ନର୍ଦ୍ଦମା ପାଣିରେ ସାହି ବାସିନ୍ଦା : ରାସ୍ତାରେ ଶୋଇ ଜଣାଇଲେ ନୀରବ ପ୍ରତିବାଦ

ଭଦ୍ରକ ଅଫିସ, ୫ା୮-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚରମ୍ପା ଓ ଏରେଇ ପଞ୍ଚାୟତର ଆର୍‌ଟିଓ ଅଫିସ ସଂଲଗ୍ନ ଆଦିବାସୀପଡ଼ା ବାସିନ୍ଦା ସବୁକ୍ଷେତ୍ରରେ ଉପେକ୍ଷିତ ହୋଇରହିଛନ୍ତି। ଏଠାକାର...

ବିଧାନସଭା: ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ

ଭୁବନେଶ୍ୱର,୨୫-୯(ବ୍ୟୁରୋ)ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ କରାଯାଇଛି। ଏହି ଅଧିକାରୀମାନେ ହେଉଛନ୍ତି-ଶିଶିରକାନ୍ତ ସ୍ବାଇଁ, ସୁଶୀଳା ମଲିକ, ବିଜୟ ସାହୁ ଏବଂ...

ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା

ପୁରୀ ଅଫିସ,୧୯।୬: ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଶୁକ୍ରବାର ନିଳାଦ୍ରୀ ଭକ୍ତ ନିବାସ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଗଜପତି...

ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ...

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ...

Coronavirus Update

Archives

Model This Week

Why Dharitri