ଫେରିଲା ପୁରୁଣା ମାମଲା

Dillip Cherian

କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ଭୋଟର ତଥ୍ୟ ଚୋରି ମାମଲା ପୁନର୍ବାର ସାମ୍ନାକୁ ଆସିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁ ଡିଭିଜନର ଆଞ୍ଚଳିକ କମିଶନର ତଥା ଆଇଏଏସ୍‌ ଅଧିକାରୀ ଅମ୍ଳାନ ଆଦିତ୍ୟ ବିଶ୍ୱାସଙ୍କ ଦ୍ୱାରା ଏହା ଉପରେ ତଦନ୍ତ କରାଯାଇଥିଲା। ତଦନ୍ତରୁ ଜାଣିବାକୁ ମିଳିଛି , ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି) ଭୋଟର ତଥ୍ୟ ସଂଗ୍ରହ କରିବା ପାଇଁ ଚିଲୁମି ନାମକ ଘରୋଇ ଟ୍ରଷ୍ଟକୁ ଅବୈଧ ଏବଂ ଅନୁଚିତ ଅନୁମତି ଦେଇଥିଲା। ବିବିଏମ୍‌ପି ଓ ଟ୍ରଷ୍ଟ ମଧ୍ୟରେ ସମ୍ପର୍କ ଥିବା ଉକ୍ତ ତଦନ୍ତ ସାବ୍ୟସ୍ତ କରିଥିବାବେଳେ ଚିଲୁମି ଟ୍ରଷ୍ଟ ସଂଗୃହୀତ ତଥ୍ୟକୁ କେଉଁଠାରେ ରଖିଛି ତାହା ଏଯାବତ ଦର୍ଶାଇ ନ ଥିବା ସ୍ପଷ୍ଟ କରିଛି। ଭାରତର ନିର୍ବାଚନ କମିଶନଙ୍କ ନିୟମ ଉଲ୍ଲଂଘନ କରି ଏହି ତଥ୍ୟ ସମ୍ଭବତଃ ଚାଇନା କିମ୍ବା ପୂର୍ବ ୟୁରୋପୀୟ ଦେଶର ସର୍ଭରରେ ରଖାଯାଇଥିବା ତଦନ୍ତ ରିପୋର୍ଟ ପ୍ରକାଶ କରିଛି। ଡିସେମ୍ବର ୨୦୨୨ରେ, ଉକ୍ତ ସ୍ତମ୍ଭରେ ପ୍ରକାଶ କରାଯାଇଥିଲା ଯେ, ବୋମାଇ ସରକାର ନିର୍ବାଚନ କମିଶନଙ୍କର ଏକ ଅର୍ଡରକୁ ଅବମାନନା କରି ଦୁଇ ଜଣ ଆଇଏଏସ୍‌ ଅଧିକାରୀ କେ.ଶ୍ରୀନୀବାସ ଏବଂ ଏସ୍‌.ରଙ୍ଗାପ୍ପାଙ୍କୁ ଭୋଟର ତଥ୍ୟ ଚୋରି ଘଟଣାରେ ନିଲମ୍ବିତ କରିବାର ମାସକ ମଧ୍ୟରେ ସେମାନଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । ନିର୍ବାଚନର କେଇ ସପ୍ତାହ ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ସମସ୍ୟାରେ ଥିବା ବାସବରାଜ ବୋମାଇ ସରକାରଙ୍କ ପାଇଁ ଉକ୍ତ ରିପୋର୍ଟ ଆହୁରି କ୍ଷତି କରିବ। ତେବେ ଏହି ଦୁର୍ନୀତି ଆରମ୍ଭ ହେବାଠାରୁ ଏଥିରେ ଜଡ଼ିତ ଅଧିକାରୀ ଏବଂ ଅନ୍ୟ କର୍ମଚାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଥିବା ବିିରୋଧୀ ଦଳକୁ ଉକ୍ତ ରିପୋର୍ଟ ପୁନର୍ବାର ଅସ୍ତ୍ର ଯୋଗାଇଦେବ।
ଅନୁକରଣୀୟ ପଦକ୍ଷେପ
ନିକଟରେ ଝାଡ଼ଖଣ୍ଡର ବାଣିଜ୍ୟ କର ବିଭାଗ ୨୧,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରି ରେକର୍ଡ ହାସଲ କରିଛି। ମୁଖ୍ୟତଃ ଏକ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ରେଭିନ୍ୟୁ ଆନାଲିସିସ୍‌ ୟୁନିଟ୍‌ (ଆଇଆର୍‌ଏୟୁ) ଏବଂ ସ୍ପେଶିଆଲ ଟାସ୍କ ୟୁନିଟ୍‌ (ଏସ୍‌ଟିୟୁ)ପ୍ରତିଷ୍ଠା କରିବା ଯୋଗୁ ଏହା ଘଟିଛି। ପ୍ରମୁଖ ସଚିବ (ବାଣିଜ୍ୟ କର) ଆରାଧନା ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ତାଙ୍କ ଟମ୍‌ ଦ୍ୱାରା ଏହା ହୋଇପାରିଛି। ଆଇଆର୍‌ଏୟୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ପ୍ରତିଷ୍ଠା କରାଯାଇଛି, ଯେଉଁଠି ଅଧିକାରୀମାନଙ୍କର ଏକ ଟିମ୍‌ର ନେତୃତ୍ୱ ନେଉଛନ୍ତି ପଟ୍ଟନାୟକ। ଉକ୍ତ ଟିମ୍‌ରେ ରହିଛନ୍ତି କମ୍ପ୍ୟୁଟର ବିଶେଷଜ୍ଞ ଏବଂ ଟେକ୍‌ନିକ ଜ୍ଞାନ ସମ୍ପନ୍ନ ତଥା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ନିୟମ ଉପରେ ଦକ୍ଷ ଅଧିକାରୀ ଓ ଡେଟା ଆନାଲିଟିକ୍ସମାନେ। ବିଭିନ୍ନ କ୍ଷେତ୍ର ଓ୍ବାରି ସମୀକ୍ଷା କରିବା ଏବଂ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ସକାଶେ ତଥ୍ୟ ସଂଗ୍ରହ କରିବା ଆଇଆର୍‌ଏୟୁର ଦାୟିତ୍ୱ। ଏସ୍‌ଟିୟୁ ୧୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବଡ଼ ଟିକସଦାତାଙ୍କ ଉପରେ ଗୁରୁତ୍ୱ ଦେଉଛି ଓ ଏହାଦ୍ୱାରା ବିଭାଗର ମୋଟ ଟିକସ ସଂଗ୍ରହର ୯୫% ଯାଏ ଏହାର ଯୋଗଦାନ ରହୁଛି। ବିଭାଗ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଆପଣାଇବା ଦ୍ୱାରା ବାର୍ଷିକ ୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ଟିକସଦାତାଙ୍କ ଦ୍ୱାରା ଶତ ପ୍ରତିଶତ ରିଟର୍ନ ଫାଇଲିଂ ସମ୍ଭବ ହୋଇଛି। ଏହାସହ ପଟ୍ଟନାୟକ ପ୍ରବର୍ତ୍ତନ ପ୍ରକ୍ରିୟା ଲକ୍ଷ୍ୟରେ ଏକ ଜିଏସ୍‌ଟି ଅଡିଟ୍‌ ଓ୍ବିଙ୍ଗ୍‌ ଓ ଅନ୍‌ଲାଇନ ଭାଟ ମୂଲ୍ୟାଙ୍କନ ୟୁନିଟ୍‌ ଗଠନ କରିଛନ୍ତି। ରାଜସ୍ବ ସଂଗ୍ରହ ବୃଦ୍ଧି ଦୃଷ୍ଟିରୁ ଏହିସବୁ ପଦକ୍ଷେପ ଆଖିଦୃଶିଆ ସଫଳତା ହାସଲ କରିଛି। ବାସ୍ତବରେ ଝାଡ଼ଖଣ୍ଡ ଭଳି ରାଜ୍ୟରେ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦ୍ୱାରା ଗ୍ରହଣ କରାଯାଇଥିବା ଦୃଷ୍ଟିକୋଣ ଅନୁକରଣୀୟ।
ଅଓ୍ବସ୍ତିଙ୍କ ନିଯୁକ୍ତି ପ୍ରଚ୍ଛଦରେ…
ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱରେ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦେବା ଧାରା କେନ୍ଦ୍ର ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାକୁ ଏବେ ରାଜ୍ୟ ସରକାରଗୁଡ଼ିକ ଅନୁସରଣ କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କ ସରକାର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଡି.ଏମ୍‌.ଅଓ୍ବସ୍ତିଙ୍କୁ ରାୟପୁର ପୋଲିସ ମୁଖ୍ୟାଳୟରେ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତ କରିଛନ୍ତି। ଇକୋନୋମିକ ଅଫେନ୍‌ସ ଓ୍ବିଙ୍ଗ୍‌ ଏବଂ ଆଣ୍ଟି କରପ୍‌ଶନ ବ୍ୟୁରୋର ସେ ଦେଖାରଖା କରିବେ ବୋଲି କୁହାଯାଉଛି। ମାର୍ଚ୍ଚ ୩୧ରେ ଅଓ୍ବସ୍ତି ଅବସର ନେବା ପରେ ହଠାତ୍‌ ତାଙ୍କୁ ଓଏସ୍‌ଡି ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି, ଯାହା ବାବୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କର ବଘେଲାଙ୍କ ସହ ଘନିଷ୍ଠତାକୁ ଏହା ସୂଚିତ କରୁଥାଇପାରେ, କିନ୍ତୁ ଅନ୍ୟମାନେ ଏହି ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ସରକାର ଯୁକ୍ତି କରିପାରନ୍ତି ଯେ, ପ୍ରଶାସନରେ କାଯ୍ୟଦକ୍ଷତା ନିଶ୍ଚିିତ କରିବା ଲାଗି ଅଓ୍ବସ୍ତିଙ୍କୁ ପୁଣି ଚାକିରିକୁ ଫେରାଇବା ଆବଶ୍ୟକ ଥିଲା। କିନ୍ତୁ ଏହି ପ୍ରକ୍ରିୟା ସମସ୍ତ ଅଧିକାରୀଙ୍କ ପାଇଁ ସ୍ବଚ୍ଛ ପ୍ରତିଯୋଗିତା ଏବଂ ସମାନ ସୁଯୋଗର ସିଦ୍ଧାନ୍ତକୁ ଅଣଦେଖା କରୁଛି ବୋଲି କେତେଜଣ ବିଶ୍ୱାସ କରୁଛନ୍ତି। ସେମାନେ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇବା ସହ ଏହା କନିଷ୍ଠ ଅଧିକାରୀଙ୍କୁ ଏକ ଭୁଲ୍‌ ବାର୍ତ୍ତା ଦେଉଥିବା ଦାବି କରୁଛନ୍ତି । ସମ୍ଭବତଃ ବଘେଲା ଶାସନ ପାଳିର ଶେଷ ପର୍ଯ୍ୟାୟରେ ଥାଇ ତାଙ୍କ ବିଶ୍ୱସ୍ତ ବାବୁମାନଙ୍କୁ ଭରସା କରି ପୁଣି କ୍ଷମତାକୁ ଫେରିବା ଲାଗି ଲକ୍ଷ୍ୟ ରଖିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri