ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ

କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଫାୟାର ଇଞ୍ଜିନିୟର୍ସ (ଇଣ୍ଡିଆ) ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ-୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ପଛକୁ ତାମିଲନାଡୁ ଦ୍ୱିତୀୟ ଓ ଗୁଜରାଟ ତୃତୀୟ ସ୍ଥାନ ଅଧିକାର କରିଛି। ମୁଖ୍ୟତଃ ବିପର୍ଯ୍ୟୟ ମୁକାବିଲାର ଦକ୍ଷତାକୁ ବିଚାରକୁ ନେଇ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ପ୍ରଥମ ସ୍ଥାନ ମିଳିଛି।
ସୂଚନାଯୋଗ୍ୟ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ଆମ ରାଜ୍ୟ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ସୁନାମ ଆଣିବାରେ ସଫଳ ହୋଇଛି। ଏହି ସଂସ୍ଥା ୨୦୧୪ ମସିହାରେ ହୁଡ୍‌ହୁଡ୍‌ ବାତ୍ୟା ବେଳେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ଦୁର୍ଘଟଣା ସମୟରେ ଉଦ୍ଧାର, ୨୦୧୮ରେ କେରଳ ବନ୍ୟା ଓ ୨୦୨୦ରେ ପଶ୍ଚିମବଙ୍ଗରେ ଅମ୍ଫନ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲା। ଏଥିସହ ଓଡ଼ିଶାରେ ତିତ୍‌ଲି, ବୁଲ୍‌ବୁଲ୍‌ ଓ ଫନୀ ବାତ୍ୟା ସମୟରେ ମଧ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା। ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଜନସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡ଼ି ଯୋଗାଇ ଦିଆଯାଇଛି ଏବଂ ସର୍ବାଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ରହିଛି। ଏତଦ୍‌ବ୍ୟତୀତ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଏକ ରିଜର୍ଭ ଫୋର୍ସ ରହିଛି, ଯାହା ଦେଶର ଅନ୍ୟ କୌଣସି ଅଗ୍ନିଶମ ବିଭାଗ ନିକଟରେ ନାହିଁ। ସେହିପରି ରାଜ୍ୟରେ ୫ଟି ଆଇଏସ୍‌ଓ ସ୍ବୀକୃତିପ୍ରାପ୍ତ ଅଗ୍ନିଶମ କେନ୍ଦ୍ର ଓ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହାର ସମସ୍ତ କେନ୍ଦ୍ରକୁ ବହୁମୁଖୀ ବିପର୍ଯ୍ୟୟ ଉଦ୍ଧାର କେନ୍ଦ୍ର ଭାବେ ରୂପାନ୍ତର କରାଯିବା ସହ ଜନସାଧାରଣଙ୍କୁ ଅନଲାଇନ୍‌ ଜରିଆରେ ସେବା ଯୋଗାଇ ଦିଆଯାଉଛି। ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେମାନେ ଅଧିକ ଉତ୍ସାହିତ ଓ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri