କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୨୧ା୫: ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ ଏବେ ବି ମୁକୁଳା ପଡ଼ିଥିବାରୁ ଅନୁପ୍ରବେଶକାରୀ ପଶି ଆସିବା ନେଇ ଜିଲାବାସୀ ଆଶଙ୍କା ପ୍ରକଟ କରିଛନ୍ତି। ୨୦୦୮ରେ ବମ୍ବେ ଆକ୍ରମଣ ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏନ୍‌ଆଇଏ ଦ୍ୱାରା ସନ୍ଦିଗ୍ଧ ଆତଙ୍କବାଦୀ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗ୍ରାମର ହବିବୁର ରହେମାନ ୨୦୧୮ରେ ଧରାପଡ଼ିବା ପରେ ଏ ନେଇ ଆଲୋଚନା ହୋଇଥିଲା। ୨୦୦୭ରେ ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରୁ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଅନ୍ତର୍ଗତ ରଣପଡ଼ାର ମହମ୍ମଦ ଜାଭେଦଙ୍କୁ ରାଜସ୍ଥାନ ପୋଲିସ ୨୦୧୦ରେ ଏଠାକୁ ଆସି ଖୋଜିଥିଲେ। ଏଥିସହ ଭିତରକନିକା ଅଞ୍ଚଳରୁ ପୂର୍ବରୁ ଅନୈତିକ ରେଡିଓ ଷ୍ଟେଶନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଏବେ ମଧ୍ୟ ସି’ ସଟଲ ମାଧ୍ୟମରେ ବାଂଲାଦେଶୀ ଏହି ଜିଲାକୁ ପଶି ଆସି ବସବାସ କରୁଥିବା ବହୁ ଅଭିଯୋଗ ହୋଇଛି। ଏପରିକି ବାଂଲାଦେଶର ଅମିତ ରାୟଙ୍କ ଭିସା ଓ ଅନ୍ୟ କାଗଜପତ୍ର ଜିଲା ପ୍ରଶାସନ ୨୦୧୮ରେ ଜବତ କରିଛି। ଏହାସତ୍ତ୍ୱେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲାର ଉପାନ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଆଲୋଚନା ହେଉଛି।
ଏ ନେଇ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ସୂତାର କହିଛନ୍ତି, ୨୦୦୫ରେ ଜିଲା ପ୍ରଶାସନ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ। ତେବେ ଚିହ୍ନଟକୁ ନେଇ ଆପତ୍ତି ଅଭିଯୋଗ ପରେ ଦେଶରୁ ବିଦା କରିବା ସମ୍ଭବ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାରେ ୩ ସାମୁଦ୍ରିକ ଥାନା ଅଛି। ତେବେ କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକାଯାଇ ପାରୁନାହିଁ। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଓଡ଼ିଆ ଭାଷୀଙ୍କଠାରୁ ବହୁଗୁଣରେ ଅଧିକ ହୋଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏବେ ବାଂଲାଦେଶୀଙ୍କ ଭିଡ଼ ଅଧିକ ହେଉଛି। ଏଥିପାଇଁ ସମୁଦ୍ର ପଥ, କୋଲକାତା ଓ ମାଲକାନଗିରି ରାସ୍ତା ସେମାନଙ୍କୁ ବେଶ ସୁହାଉଛି। ଏହାବ୍ୟତୀତ ପୂର୍ବରୁ ରହୁଥିବା ବାଂଲାଦେଶୀ ସେମାନଙ୍କ ପାଇଁ ଏଠାରେ ରହିବାର ସମସ୍ତ ବାଧା ହଟାଇବାକୁ ବ୍ୟବସ୍ଥା କରୁଛନ୍ତି। ଏଠାରେ ଜନ୍ମିତ ବୋଲି ପ୍ରମାଣିତ କରିବାକୁ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ପ୍ରମାଣପତ୍ର ଯୋଗାଇ ଦେବାଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରି କି ସେମାନଙ୍କୁ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଘର ପାଇଁ ଜମି ନେଉଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କୁହନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକରଣ ଏହି ଜିଲାରେ ଜରୁରୀ ହୋଇ ପଡ଼ିଛି। ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ସହ ଯୋଗାଯୋଗ ରଖି ଥାନା ପୋଲିସ ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିପାରିବ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ତହସିଲଗୁଡ଼ିକରେ ହେଉଥିବା ଦାଖଲ ଖାରଜ ମାମଲାକୁ ଗୁରୁତ୍ୱଦେଲେ ବହୁ ସରକାରୀ ଜମି ଜବରଦଖଲରୁ ହଟିପାରିବ। ଏସବୁ ହାତ ପଟ୍ଟା ମାଧ୍ୟମରେ ଜମି ଖର୍ଦ୍ଦି-ବିକ୍ରି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ନ ଦେଲେ ଆତଙ୍କ ସୃଷ୍ଟିକାରୀ ଏଠାରେ ରହି ଦେଶ ବିରୋଧରେ କାର୍ଯ୍ୟ କରିବା ଅସମ୍ଭବ ନୁହେଁ। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ ସାମୁଦ୍ରିକ ଥାନାର ଭିତ୍ତିଭୂମିକୁ ଉନ୍ନତୀକରଣ କରାଯାଉଛି। ନିକଟରେ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?