କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୨୧ା୫: ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ ଏବେ ବି ମୁକୁଳା ପଡ଼ିଥିବାରୁ ଅନୁପ୍ରବେଶକାରୀ ପଶି ଆସିବା ନେଇ ଜିଲାବାସୀ ଆଶଙ୍କା ପ୍ରକଟ କରିଛନ୍ତି। ୨୦୦୮ରେ ବମ୍ବେ ଆକ୍ରମଣ ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏନ୍‌ଆଇଏ ଦ୍ୱାରା ସନ୍ଦିଗ୍ଧ ଆତଙ୍କବାଦୀ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗ୍ରାମର ହବିବୁର ରହେମାନ ୨୦୧୮ରେ ଧରାପଡ଼ିବା ପରେ ଏ ନେଇ ଆଲୋଚନା ହୋଇଥିଲା। ୨୦୦୭ରେ ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରୁ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଅନ୍ତର୍ଗତ ରଣପଡ଼ାର ମହମ୍ମଦ ଜାଭେଦଙ୍କୁ ରାଜସ୍ଥାନ ପୋଲିସ ୨୦୧୦ରେ ଏଠାକୁ ଆସି ଖୋଜିଥିଲେ। ଏଥିସହ ଭିତରକନିକା ଅଞ୍ଚଳରୁ ପୂର୍ବରୁ ଅନୈତିକ ରେଡିଓ ଷ୍ଟେଶନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଏବେ ମଧ୍ୟ ସି’ ସଟଲ ମାଧ୍ୟମରେ ବାଂଲାଦେଶୀ ଏହି ଜିଲାକୁ ପଶି ଆସି ବସବାସ କରୁଥିବା ବହୁ ଅଭିଯୋଗ ହୋଇଛି। ଏପରିକି ବାଂଲାଦେଶର ଅମିତ ରାୟଙ୍କ ଭିସା ଓ ଅନ୍ୟ କାଗଜପତ୍ର ଜିଲା ପ୍ରଶାସନ ୨୦୧୮ରେ ଜବତ କରିଛି। ଏହାସତ୍ତ୍ୱେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲାର ଉପାନ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଆଲୋଚନା ହେଉଛି।
ଏ ନେଇ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ସୂତାର କହିଛନ୍ତି, ୨୦୦୫ରେ ଜିଲା ପ୍ରଶାସନ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ। ତେବେ ଚିହ୍ନଟକୁ ନେଇ ଆପତ୍ତି ଅଭିଯୋଗ ପରେ ଦେଶରୁ ବିଦା କରିବା ସମ୍ଭବ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାରେ ୩ ସାମୁଦ୍ରିକ ଥାନା ଅଛି। ତେବେ କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକାଯାଇ ପାରୁନାହିଁ। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଓଡ଼ିଆ ଭାଷୀଙ୍କଠାରୁ ବହୁଗୁଣରେ ଅଧିକ ହୋଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏବେ ବାଂଲାଦେଶୀଙ୍କ ଭିଡ଼ ଅଧିକ ହେଉଛି। ଏଥିପାଇଁ ସମୁଦ୍ର ପଥ, କୋଲକାତା ଓ ମାଲକାନଗିରି ରାସ୍ତା ସେମାନଙ୍କୁ ବେଶ ସୁହାଉଛି। ଏହାବ୍ୟତୀତ ପୂର୍ବରୁ ରହୁଥିବା ବାଂଲାଦେଶୀ ସେମାନଙ୍କ ପାଇଁ ଏଠାରେ ରହିବାର ସମସ୍ତ ବାଧା ହଟାଇବାକୁ ବ୍ୟବସ୍ଥା କରୁଛନ୍ତି। ଏଠାରେ ଜନ୍ମିତ ବୋଲି ପ୍ରମାଣିତ କରିବାକୁ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ପ୍ରମାଣପତ୍ର ଯୋଗାଇ ଦେବାଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରି କି ସେମାନଙ୍କୁ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଘର ପାଇଁ ଜମି ନେଉଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କୁହନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକରଣ ଏହି ଜିଲାରେ ଜରୁରୀ ହୋଇ ପଡ଼ିଛି। ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ସହ ଯୋଗାଯୋଗ ରଖି ଥାନା ପୋଲିସ ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିପାରିବ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ତହସିଲଗୁଡ଼ିକରେ ହେଉଥିବା ଦାଖଲ ଖାରଜ ମାମଲାକୁ ଗୁରୁତ୍ୱଦେଲେ ବହୁ ସରକାରୀ ଜମି ଜବରଦଖଲରୁ ହଟିପାରିବ। ଏସବୁ ହାତ ପଟ୍ଟା ମାଧ୍ୟମରେ ଜମି ଖର୍ଦ୍ଦି-ବିକ୍ରି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ନ ଦେଲେ ଆତଙ୍କ ସୃଷ୍ଟିକାରୀ ଏଠାରେ ରହି ଦେଶ ବିରୋଧରେ କାର୍ଯ୍ୟ କରିବା ଅସମ୍ଭବ ନୁହେଁ। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ ସାମୁଦ୍ରିକ ଥାନାର ଭିତ୍ତିଭୂମିକୁ ଉନ୍ନତୀକରଣ କରାଯାଉଛି। ନିକଟରେ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri