୧୮୫ କୋଟିରେ ନିର୍ମାଣ ହେବ ନୂତନ ଜାନିବିଲି ବ୍ୟାରେଜ

ଧରାକୋଟ,୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଲାଇଫ ଲାଇନ ଭାବରେ ପରିଗଣିତ ଜାନିବିଲି ଅନିକଟ। ବ୍ରିଟିଶ ମାନେ ୧୮୯୧ରେ ଜିଲାର ଜଳ ସେଚନ ଓ ବ୍ରହ୍ମପୁର ସହରର ପିଇବା ପାଣି ସକାଶେ ୮୧୦ ଫୁଟ ଦୀର୍ଘର ଜାନିବିଲି ଆନିକଟ ନିର୍ମାଣ କରିଥିଲେ। ଋଷିକୂଲ୍ୟା ନଦୀ ଉପରେ ନିର୍ମିତ ଏହି ଅନିକାଟରୁ ୨୫ ମିଟର ଓସାରର ମୁଖ୍ୟ କେନାଲ ଦ୍ୱାରା ଜଳସେଚନ ଓ ପିଇବା ପାଣି ଯୋଗାଣ ନିର ବଚ୍ଛିନ୍ନ ଭାବରେ ହୋଇ ଆସୁଛି। ଏହା ମଧ୍ୟରେ ବାରମ୍ବାର ବନ୍ୟା ପାଣିରେ ଆନିକଟକ କ୍ଷତିଗ୍ରସ୍ତ ହୋଇଛି। ଏଣୁ ଭଞ୍ଜନଗର ଜଳସେଚନ ବିଭାଗର ଅଧୀନରେ ରହିଥିବା ଏହି ଆନିକଟ ୧୩୧ ବର୍ଷର ପୁରୁଣା ହୋଇ ଥିବାରୁ ବିଭାଗ ତରଫରୁ ପୁରୁଣା ଆନିକଟଠାରୁ ୨୧୦ ମିଟର ତଳସ୍ତର ପଟକୁ ଏକ ନୂତନ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ବୈଷୟିକ କମିଟିର ଅନୁମୋଦନ ଲାଭ କରିଛି । ଏହାର ନିର୍ମାଣରେ ମୋଟ ୧୮୫ କୋଟି ଟଙ୍କା ବ୍ୟୟ ହେବ। ବ୍ୟାରେଜର ଲମ୍ବା ୨୦୦ ମିଟର ହେବା ସହ ଏଥିରେ ୧୨ ଗେଟ ଓ ନୂଆ ହେଡ ନିର୍ମାଣ ହେବ। ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ଆସିକା, ହିଞ୍ଜିଳି, କୁକୁଡ଼ାଖଣ୍ଡି, ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକର ୫୩ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ବ୍ରହ୍ମପୁର ସହରକୁ ଜଳଯୋଗାଣ ସୁଗମ ହୋଇପାରିବ। ବ୍ୟାରେଜ ଉପରେ ୫ ମିଟର ଚଉଡାର ଏକ ସର୍ଭିସ ବ୍ରିଜ ନିର୍ମାଣ ହେବ। ଫଳରେ ଜାହାଡ଼ା, ସିଙ୍ଗାପୁର ଦେଇ ଭଞ୍ଜନଗର ଓ ସୋରଡ଼ା ସହ ଧରାକୋଟର ସିଧାସଳଖ ସଂଯୋଗ ହୋଇପାରିବ। ଯାହାଦ୍ବାରା ଆର୍ଥିକ ଓ ବ୍ୟବସାୟକ ଦୃଷ୍ଟିରୁ ଅଞ୍ଚଳର ଲୋକେ ବେଶ ଉପକୃତ ହେବେ। ଧରାକୋଟ ସଦମହକୁମାରୁ ଲୋକେ ତ୍ୱରିତ ସେବା ପାଇ ପାରିବେ। ଜାନିବିଲିଠାରୁ ବ୍ରହ୍ମପୁରକୁ ପାଇପ ଲାଇନ ଦ୍ୱାରା ପ୍ରତିଦିନ ୬୭.୫ ଏମ୍‌ଏଲ୍‌ଟି ଜଳ ଯୋଗାଣ ହେଉଛି। ଏହା ମଧ୍ୟ ସୁଗମ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗଞ୍ଜାମ ଜିଲାର ପିଇବା ପାଣି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ବ୍ୟାପକ ସୁଧାର ଆସିବ। ଯାହା ଦ୍ୱାରା ଜିଲାବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ। ଖୁବ ଶୀଘ୍ର ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବରାମ ବେହେରା ଓ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିସହ ଜାନବିଲିଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଳସେଚନ ବିଭାଗର ପରିଦର୍ଶନ ବଙ୍ଗଳାର ମଧ୍ୟ ପୁନରୁଦ୍ଧାର ହେବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri