ରେଲୱେର ଅବହେଳା ଦାୟୀ

ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ। ଶୁକ୍ରବାର ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ କରିଛି ବନ ବିଭାଗ। ହାତୀ ଘଉଡ଼ାଯାଉଥିବାରୁ ରେଳ ଲାଇନରେ ଟ୍ରେନ୍‌ର ଗତି କମ୍‌ କରିବାକୁ ବନ ବିଭାଗ ପକ୍ଷରୁ ରେଲଓ୍ବେକୁ ଚିଠି କରାଯାଇଥିଲେ ମଧ୍ୟ ଦ୍ରୁତଗତିରେ ଟ୍ରେନ୍‌ ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ବିବେକ କୁମାର ପ୍ରକାଶ କରିଛନ୍ତି।
ବନଖଣ୍ଡ ଅଧିକାରୀ କହିଛନ୍ତି, ଜରପଡ଼ା ବନାଞ୍ଚଳ ଜେରେଙ୍ଗ ବୁଢ଼ାବୁଢ଼ୀ ଠାକୁରାଣୀ ପାହାଡ଼ରେ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀ ଚଳପ୍ରଚଳ କରିବା ସହ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ଘଟାଉଥିଲା। ଖବରପାଇ ବନ ବିଭାଗର କର୍ମଚାରୀମାନେ ଗୁରୁବାର ଉକ୍ତ ହାତୀକୁ ଆଡିଶୀଳା ପାହାଡ଼ ପଟକୁ ଘଉଡ଼ାଉଥିଲେ। ମଝିରେ ଥିବା ରେଳ ଧାରଣା ଅତିକ୍ରମ କରି ହାତୀ ଉକ୍ତ ପାହାଡ଼ ପଟକୁ ଯିବାକୁ ଥିବାରୁ ସନ୍ଧ୍ୟା ୬ଟା ୩୦ରୁ ସକାଳ ୬ଟା ଯାଏ ବଇଣ୍ଡାରୁ ଜରପଡା ଷ୍ଟେଶନ ମଧ୍ୟରେ ଘଣ୍ଟା ପ୍ରତି ୫୦ କିଲୋମିଟରରୁ କମ୍‌ ବେଗରେ ଟ୍ରେନ୍‌ ଚଳାଚଳ କରିବା ପାଇଁ ବନ ବିଭାଗ ପକ୍ଷରୁ ରେଲ୍‌େଓ ଡେପୁଟି କଣ୍ଟ୍ରୋଲରଙ୍କୁ ଚିଠି (ନଂ. ୯୩୦୨) କରାଯାଇଥିଲା। ହେଲେ ରେଲଓ୍ବେର ଅବହେଳା ଯୋଗୁ ଦ୍ରୁତଗତିରେ ଆସୁଥିବା ସମ୍ବଲପୁର-ହାଓଡା ସାଲିମାର ଏକ୍ସପ୍ରେସ୍‌ ରାତି ସାଢ଼େ ୯ଟା ବେଳେ ଜରପଡ଼ାଠାରେ ରେଳ ଧାରଣା ପାସ୍‌ କରୁଥିବା ହାତୀକୁ ଧକ୍କା ଦେଇଥିଲା। ଶୁକ୍ରବାର ସକାଳେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏମ. ଯୋଗଜୟାନନ୍ଦ, ବନ୍ୟପ୍ରାଣୀ ସଂରକ୍ଷକ ରଞ୍ଜନ କୁମାର ବେହେରା, ବନଖଣ୍ଡ ଅଧିକାରୀ, ଜରପଡା ବନାଞ୍ଚଳ ଅଧିକାରୀ ମାଧବ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରେଲଓ୍ବେ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ। ଦୁର୍ଘଟଣା ସମ୍ପର୍କରେ ରେଲେୱ ସହିତ ଆଲୋଚନା ଜାରି ରହିଛି। ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ସାହୁ ଓ ଛେଣ୍ଡିପଦା ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର କମଳ ଲୋଚନ ଦାସଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା। ପରେ ରେଳ ଧାରଣା ପାର୍ଶ୍ୱରେ ମୃତ ହାତୀକୁ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ରେଲଓ୍ବେ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ହେଁ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?