ଅସ୍ତ୍ରୋପଚାର ବେଳେ ରହିଗଲା ଛୁଞ୍ଚି

ନୟାଗଡ଼ ଅଫିସ,୩୦।୧୨: ନିରାପଦ ପ୍ରସବ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ନୟାଗଡ଼ ଜିଲା ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନର୍ମାଲ ଡେଲିଭରି ବି ହେଲା। ହେଲେ ଏହି ପ୍ରସବ ପାଇଁ ମହିଳାଙ୍କ ପରିସ୍ରା ଦ୍ୱାରକୁ ସାମାନ୍ୟ କାଟିବାକୁ ପଡିଥିଲା। ପ୍ରସବ ପରେ କଟାଯାଇଥିବା ସ୍ଥାନକୁ ଷ୍ଟିଚ୍‌ କରାଯାଇଥିଲା। ହେଲେ ଦାୟିତ୍ୱରେ ଥିବା ଷ୍ଟାଫ୍‌ନର୍ସଙ୍କ ଖାମଖିଆଲ ମନୋଭାବ ଯୋଗୁ ଏକ ଛୁଞ୍ଚତ୍ ଷ୍ଟିଚ୍‌ ଭିତରେ ରହିଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୫ ଦିନ ହେଲା ଯନ୍ତ୍ରଣା ଭୋଗୁଛନ୍ତି ସମ୍ପୃକ୍ତା ମହିଳା। ଗରିବ ପରିବାରର ଏହି ମହିଳା ଅର୍ଥାଭାବ ଯୋଗୁ ଅସ୍ତ୍ରୋପଚାର ପାଇଁ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଛନ୍ତି। ଇତିମଧ୍ୟରେ ତାଙ୍କୁ ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଖଣ୍ଡପଡା ବ୍ଲକ୍‌ ଗୋଛାବାରୀ ଗଁାର ପ୍ରଭାତ ବାହୁକଙ୍କ ସ୍ତ୍ରୀ ଲତାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ପ୍ରସବ ପାଇଁ ଲତାଙ୍କ ପରିସ୍ରାଦ୍ୱାରକୁ ସାମାନ୍ୟ କଟାଯିବା ପରେ ଷ୍ଟିଚ କରାଯାଇଥିଲା। ହେଲେ ସେହି ଷ୍ଟିଚ୍‌ ଭିତରେ ଏକ ଛୁଞ୍ଚତ୍ ରହି ଯାଇଥିଲା। ଏ କଥା ଜଣାପଡ଼ିବା ପରେ ଛୁଞ୍ଚତ୍କୁ କାଢ଼ିବା ପାଇଁ ଷ୍ଟାଫ୍‌ନର୍ସ ଓ ଡାକ୍ତର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଲତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଛୁଞ୍ଚତ୍କୁ କାଢ଼ିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେହି ଉଦ୍ୟମ ବି ସଫଳ ହୋଇ ନ ଥିଲା। ଏନେଇ ପ୍ରଭାତ କୁହନ୍ତି, ଛୁଞ୍ଚିଟିକୁ କାଢ଼ିବା ପାଇଁ ଡାକ୍ତରଙ୍କ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ଏକାଧିକବାର ଷ୍ଟିଚ୍‌ ଫିଟା ଯାଇ ପୁଣି ଷ୍ଟିଚ୍‌ କରାଯାଇଛି। ହେଲେ ଛୁଞ୍ଚତ୍ ବାହାରି ନାହିଁ। ସେଥିପାଇଁ ଲତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇବା ପାଇଁ ଡାକ୍ତରମାନେ କହିଛନ୍ତି। ହେଲେ କେଉଁ ଦିନ ଲତା କଟକ ଯିବେ ମୁଁ ଜାଣିନି ବୋଲି ସେ କହିଛନ୍ତି। ପ୍ରଭାତ ପୁଣି କହିଛନ୍ତି, ମୁଁ ଜଣେ ଗରିବ ଲୋକ। ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସା କରାଇବା ମୋ ପାଇଁ କଷ୍ଟକର ହୋଇପଡିଛି। କଟକ ଯାଇ କେମିତି ସ୍ତ୍ରୀର ଚିକିତ୍ସା କରାଇବି ମୁଁ ଜାଣି ପାରୁନାହିଁ। ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି, ସିଡିଏମ୍‌ଓଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ। ଏବେ ଲତା ଖଟରୁ ଉଠି ପାରୁନାହାନ୍ତି। ପ୍ରଥମେ ଛୁଞ୍ଚି ସିଧା ଅବସ୍ଥାରେ ଥିଲା। ଏବେ ତାହା ବୁଲି ଗଲାଣି। ଛୁଞ୍ଚତ୍ ରହିଥିବା ସ୍ଥାନ ପାଚି ଗଲାଣି ବୋଲି ସେ କହିଛନ୍ତି। ଏନେଇ ସିଡିଏମ୍‌ଓ ଶକ୍ତି ମିଶ୍ର କୁହନ୍ତି, ଏହି ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ସମ୍ପୃକ୍ତା ମହିଳାଙ୍କ ଚିକିତ୍ସା ଆମେ କଟକ କିମ୍ବା ଭୁବନେଶ୍ୱରରେ କରାଇବୁ। ଛୁଞ୍ଚିଟି ଯେପରି ସୁବିଧାରେ ବାହାରିବ, ସେ ନେଇ ପଦକ୍ଷେପ ନିଆଯାଉଛି। ଏଥିରେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ସହାୟତା କେନ୍ଦ୍ର ଚୌକି ଖାଲି

ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଦେବା ପାଇଁ ସହାୟତା କେନ୍ଦ୍ର (ହେଲ୍‌ପ ଡେକ୍ସ) ରହିଛି। ଏଥିପାଇଁ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ସେଠାରେ ଅଧିକାଂଶ ସମୟ ଚୌକି ଖାଲି ପଡୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ହେଲ୍ପ ଡେକ୍ସର ସୁବିଧା ନ ପାଇ ହଇରାଣ ହେଉଛନ୍ତି। ପ୍ରାୟ ୧୦ ଦିନ ହେଲା ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଆମେ ଏନେଇ ହେଲ୍ପ ଡେକ୍ସର କର୍ମଚାରୀଙ୍କୁ ସିଟ୍‌ରେ ବସୁ ନ ଥିବାର କାରଣ ମଙ୍ଗଳବାର ପଚାରିଥିଲୁ। ହେଲେ ସେ ହସି ଦେଇ କିଛି ନ କହି ଚାଲି ଯାଇଥିଲେ। ପୁଣି ଅଧ ଘଣ୍ଟା ପରେ ଆସି ଚୌକିରେ ବସିଥିଲେ। ପରେ ପୁଣି ଚାଲି ଯାଇଥିଲେ। ଏନେଇ ସିଡିଏମ୍‌ଓଙ୍କୁ ପଚାରିବାରୁ ଏହାର ତଦନ୍ତ ହେବ, ତୁରନ୍ତ ଏପରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗୁମ୍ମା ଭଲିବଲ ଟିମ ବିଜୟୀ

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri