ଅସ୍ତ୍ରୋପଚାର ବେଳେ ରହିଗଲା ଛୁଞ୍ଚି

ନୟାଗଡ଼ ଅଫିସ,୩୦।୧୨: ନିରାପଦ ପ୍ରସବ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ନୟାଗଡ଼ ଜିଲା ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନର୍ମାଲ ଡେଲିଭରି ବି ହେଲା। ହେଲେ ଏହି ପ୍ରସବ ପାଇଁ ମହିଳାଙ୍କ ପରିସ୍ରା ଦ୍ୱାରକୁ ସାମାନ୍ୟ କାଟିବାକୁ ପଡିଥିଲା। ପ୍ରସବ ପରେ କଟାଯାଇଥିବା ସ୍ଥାନକୁ ଷ୍ଟିଚ୍‌ କରାଯାଇଥିଲା। ହେଲେ ଦାୟିତ୍ୱରେ ଥିବା ଷ୍ଟାଫ୍‌ନର୍ସଙ୍କ ଖାମଖିଆଲ ମନୋଭାବ ଯୋଗୁ ଏକ ଛୁଞ୍ଚତ୍ ଷ୍ଟିଚ୍‌ ଭିତରେ ରହିଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୫ ଦିନ ହେଲା ଯନ୍ତ୍ରଣା ଭୋଗୁଛନ୍ତି ସମ୍ପୃକ୍ତା ମହିଳା। ଗରିବ ପରିବାରର ଏହି ମହିଳା ଅର୍ଥାଭାବ ଯୋଗୁ ଅସ୍ତ୍ରୋପଚାର ପାଇଁ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଛନ୍ତି। ଇତିମଧ୍ୟରେ ତାଙ୍କୁ ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଖଣ୍ଡପଡା ବ୍ଲକ୍‌ ଗୋଛାବାରୀ ଗଁାର ପ୍ରଭାତ ବାହୁକଙ୍କ ସ୍ତ୍ରୀ ଲତାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ପ୍ରସବ ପାଇଁ ଲତାଙ୍କ ପରିସ୍ରାଦ୍ୱାରକୁ ସାମାନ୍ୟ କଟାଯିବା ପରେ ଷ୍ଟିଚ କରାଯାଇଥିଲା। ହେଲେ ସେହି ଷ୍ଟିଚ୍‌ ଭିତରେ ଏକ ଛୁଞ୍ଚତ୍ ରହି ଯାଇଥିଲା। ଏ କଥା ଜଣାପଡ଼ିବା ପରେ ଛୁଞ୍ଚତ୍କୁ କାଢ଼ିବା ପାଇଁ ଷ୍ଟାଫ୍‌ନର୍ସ ଓ ଡାକ୍ତର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଲତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଛୁଞ୍ଚତ୍କୁ କାଢ଼ିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେହି ଉଦ୍ୟମ ବି ସଫଳ ହୋଇ ନ ଥିଲା। ଏନେଇ ପ୍ରଭାତ କୁହନ୍ତି, ଛୁଞ୍ଚିଟିକୁ କାଢ଼ିବା ପାଇଁ ଡାକ୍ତରଙ୍କ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ଏକାଧିକବାର ଷ୍ଟିଚ୍‌ ଫିଟା ଯାଇ ପୁଣି ଷ୍ଟିଚ୍‌ କରାଯାଇଛି। ହେଲେ ଛୁଞ୍ଚତ୍ ବାହାରି ନାହିଁ। ସେଥିପାଇଁ ଲତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇବା ପାଇଁ ଡାକ୍ତରମାନେ କହିଛନ୍ତି। ହେଲେ କେଉଁ ଦିନ ଲତା କଟକ ଯିବେ ମୁଁ ଜାଣିନି ବୋଲି ସେ କହିଛନ୍ତି। ପ୍ରଭାତ ପୁଣି କହିଛନ୍ତି, ମୁଁ ଜଣେ ଗରିବ ଲୋକ। ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସା କରାଇବା ମୋ ପାଇଁ କଷ୍ଟକର ହୋଇପଡିଛି। କଟକ ଯାଇ କେମିତି ସ୍ତ୍ରୀର ଚିକିତ୍ସା କରାଇବି ମୁଁ ଜାଣି ପାରୁନାହିଁ। ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି, ସିଡିଏମ୍‌ଓଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ। ଏବେ ଲତା ଖଟରୁ ଉଠି ପାରୁନାହାନ୍ତି। ପ୍ରଥମେ ଛୁଞ୍ଚି ସିଧା ଅବସ୍ଥାରେ ଥିଲା। ଏବେ ତାହା ବୁଲି ଗଲାଣି। ଛୁଞ୍ଚତ୍ ରହିଥିବା ସ୍ଥାନ ପାଚି ଗଲାଣି ବୋଲି ସେ କହିଛନ୍ତି। ଏନେଇ ସିଡିଏମ୍‌ଓ ଶକ୍ତି ମିଶ୍ର କୁହନ୍ତି, ଏହି ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ସମ୍ପୃକ୍ତା ମହିଳାଙ୍କ ଚିକିତ୍ସା ଆମେ କଟକ କିମ୍ବା ଭୁବନେଶ୍ୱରରେ କରାଇବୁ। ଛୁଞ୍ଚିଟି ଯେପରି ସୁବିଧାରେ ବାହାରିବ, ସେ ନେଇ ପଦକ୍ଷେପ ନିଆଯାଉଛି। ଏଥିରେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ସହାୟତା କେନ୍ଦ୍ର ଚୌକି ଖାଲି

ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଦେବା ପାଇଁ ସହାୟତା କେନ୍ଦ୍ର (ହେଲ୍‌ପ ଡେକ୍ସ) ରହିଛି। ଏଥିପାଇଁ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ସେଠାରେ ଅଧିକାଂଶ ସମୟ ଚୌକି ଖାଲି ପଡୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ହେଲ୍ପ ଡେକ୍ସର ସୁବିଧା ନ ପାଇ ହଇରାଣ ହେଉଛନ୍ତି। ପ୍ରାୟ ୧୦ ଦିନ ହେଲା ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଆମେ ଏନେଇ ହେଲ୍ପ ଡେକ୍ସର କର୍ମଚାରୀଙ୍କୁ ସିଟ୍‌ରେ ବସୁ ନ ଥିବାର କାରଣ ମଙ୍ଗଳବାର ପଚାରିଥିଲୁ। ହେଲେ ସେ ହସି ଦେଇ କିଛି ନ କହି ଚାଲି ଯାଇଥିଲେ। ପୁଣି ଅଧ ଘଣ୍ଟା ପରେ ଆସି ଚୌକିରେ ବସିଥିଲେ। ପରେ ପୁଣି ଚାଲି ଯାଇଥିଲେ। ଏନେଇ ସିଡିଏମ୍‌ଓଙ୍କୁ ପଚାରିବାରୁ ଏହାର ତଦନ୍ତ ହେବ, ତୁରନ୍ତ ଏପରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?