ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ ବିକଳ୍ପ ଭାବେ ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି, ତଥାପି ଏହା ଶ୍ରେଣୀଗୃହ ଶିକ୍ଷାର ସ୍ଥାନ ନେଇପାରୁନାହିଁ। କୋଭିଡ୍‌-୧୯ ମାଡ଼ ସମ୍ପୂର୍ଣ୍ଣ ଶିକ୍ଷାବର୍ଷର ରୂପରେଖ ବଦଳାଇ ଦେଇଥିବାବେଳେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି ଛାତ୍ରୀଛାତ୍ର। କେବେ ଜାରି ହେବ ସରକାରୀ ନିର୍ଦ୍ଦେଶନାମା ଏବଂ ପୁଣି ଥରେ ବହିବସ୍ତାନି ଧରି ପିଲାଏ ପାଠପଢ଼ି ଯିବେ ତାହାକୁ ଚାହିଁଛନ୍ତି ଉଭୟେ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକ।
ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଦେଇଛି କରୋନା। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାବ୍ୟବସ୍ଥା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ୭୬ ପ୍ରାଥମିକ, ୪୫ ଉଚ୍ଚ ପ୍ରାଥମିକ, ୩୧ ଉଚ୍ଚ ବିଦ୍ୟାଳୟ ଏବଂ ୪ ଆଶ୍ରମ ବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ପଢୁଥିବା ସହସ୍ରାଧିକ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ସୀମିତ ଟେକ୍ନୋଲୋଜି ଜ୍ଞାନ ଥିବା ଆଦିବାସୀ ଅଧ୍ୟୁଷିତ ଏବଂ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କ ଶିକ୍ଷା ଠପ୍‌ ହୋଇଯାଇଛି। ହାତଗଣତି ପିଲା ବେସରକାରୀ ଭାବେ ପାଠପଢ଼ା ଜାରି ରଖିଥିବାବେଳେ ଗରିବ ପରିବାର ପକ୍ଷେ ସେତକ ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ସେମାନଙ୍କ ଲାଗି ବିଦ୍ୟାଳୟ ଖୋଲିବା ଜରୁରୀ ହୋଇପଡ଼ିଛି। ଅପରପକ୍ଷେ ଦୀର୍ଘଦିନ ଧରି ସ୍କୁଲ ବାରଣ୍ଡା ମାଡ଼ି ନ ଥିବାରୁ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇଛି। ନିୟମିତ ପରିଚାଳନା ଅଭାବରୁ ସ୍କୁଲ ପରିସର ଲଟାବୁଦା ମାଡ଼ିଯାଇଛି। କୋଭିଡ୍‌ କେୟାର ସେଣ୍ଟରରେ ପରିଣତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଅଧିକ ଯତ୍ନ ଆବଶ୍ୟକ କରୁଛି। ସ୍କୁଲ ଖୋଲିବା ପରେ ବି ସବୁକିଛି ସ୍ବାଭାବିକ ହେବାକୁ କିଛି ମାସ ଲାଗିଯାଇପାରେ। ଏପରି ଆଶାଆଶଙ୍କା ଭିତରେ ସମସ୍ତଙ୍କ ନଜର ଅଟକିଛି ସରକାରୀ ନିର୍ଦ୍ଦେଶନାମା ଉପରେ।
ସମସ୍ତେ ଅପେକ୍ଷା କରିଛନ୍ତି
ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ସ୍କୁଲ ଖୋଲିବା ନେଇ ସରକାରୀ ଆଦେଶକୁ ଅପେକ୍ଷା କରିଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ସତର୍କ ରହିଛି। କୋଭିଡ୍‌ ସେଣ୍ଟର କରାଯାଇଥିବା ବିଦ୍ୟାଳୟଗୁଡ଼ିକୁ ଅଗ୍ନିଶମ ବିଭାଗ ସହାୟତାରେ ୨ ଥର ସାନିଟାଇଜ୍‌ କରାଯାଇଛି। ସ୍କୁଲ ଖୋଲିଲେ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯିବ।
– ଅଜୟ କୁମାର ପାତ୍ର,
ବିଇଓ, କାମାକ୍ଷାନଗର
ଶତପ୍ରତିଶତ ସନ୍ତୋଷ ମିଳୁନି
ସରକାରୀ ନିର୍ଦ୍ଦେଶନାମା କୌଣସି ମୁହୂର୍ତ୍ତରେ ଆସିପାରେ। ଏଥିପୂର୍ବରୁ ବିଦ୍ୟାଳୟରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲକୁ ଶିକ୍ଷକ ଆସି ଅନ୍‌ଲାଇନରେ ପାଠ ପଢ଼ାଉଛନ୍ତି। ଆବଶ୍ୟକସ୍ଥଳେ ଗଁାକୁ ଯାଇ କୋଭିଡ୍‌ ନିୟମ ମାନି ପାଠ ପଢ଼ାଯାଉଛି। ତଥାପି ଶତପ୍ରତିଶତ ସନ୍ତୋଷ ମିଳୁନି।
– ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ, ପଞ୍ଚାୟତିରାଜ ହାଇସ୍କୁଲ
ପିଲାଙ୍କ ସୁରକ୍ଷା ଆମ ଦାୟିତ୍ୱ
ଛାତ୍ରୀଛାତ୍ର ସନ୍ତାନ ଭଳି। ସେମାନଙ୍କ ସୁରକ୍ଷା ଆମ ଦାୟିତ୍ୱ। ସ୍କୁଲରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିଥିଲେ ମଧ୍ୟ ଶିକ୍ଷୟିତ୍ରୀଶିକ୍ଷକମାନେ ସ୍କୁଲକୁ ଆସୁଛନ୍ତି। ବିଦ୍ୟାଳୟ ପରିବେଶ ବେଶ୍‌ ସଫାସୁତରା ରହିଛି। ସରକାରୀ ନିର୍ଦ୍ଦେଶନାମା ଜାରି କଲେ ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ଭଳି ସମସ୍ତ ପଦକ୍ଷେପ ହାତକୁ ନିଆଯାଇଛି।
– ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ, ଶିକ୍ଷୟିତ୍ରୀ ଗାଲୁକାଟେଣୀ ସ୍କୁଲ
ଦିନକୁ ଦିନ ଚାପ ବଢୁଛି
ବିଦ୍ୟାଳୟ ଖୋଲୁ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଉପରେ ଦିନକୁ ଦିନ ଚାପ ବଢୁଛି। ଅନଲାଇନ୍‌ ପାଠପଢା ଶ୍ରେଣୀଗୃହର ସ୍ଥାନ ନେଇପାରିବ ନାହିଁ। ସରକାର ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିବା ସହ ୧୦ଶ୍ରେଣୀ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମ ଆଣିଲେ ପିଲାମାନେ ଉପକୃତ ହୋଇପାରନ୍ତେ।
– ତପସ୍ବିନୀ ମହାନ୍ତି, ୧୦ମ ଶ୍ରେଣୀ ଛାତ୍ରୀ
ନେଟ୍‌ଓ୍ବର୍କ ସମସ୍ୟା ଅନ୍‌ଲାଇନ ଶିକ୍ଷାରେ ବାଧକ
ଆଦର୍ଶ ବିଦ୍ୟାଳୟର ଶିକ୍ଷା ଢାଞ୍ଚା ଅନ୍ୟମାନଙ୍କଠାରୁ ଭିନ୍ନ। ସ୍କୁଲ ବନ୍ଦ ହୋଇଯିବା ପରେ ଅନ୍‌ଲାଇନରେ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଅଧିକାଂଶ ସମୟରେ ନେଟଓ୍ବର୍କ ସମସ୍ୟା ଏଥିରେ ବାଧକ ସାଜୁଛି। ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ ହୋଇପାରୁନାହିଁ। ତୁରନ୍ତ ବିଦ୍ୟାଳୟ ଖୋଲାଗଲେ ଛାତ୍ରୀଛାତ୍ର ଲାଭବାନ ହେବେ।
– ସାଇଶଙ୍କର, ନବମ ଶ୍ରେଣୀ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?