ଆମ ବଞ୍ଚତ୍ବାର ବର୍ଣ୍ଣବୋଧ

ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲିଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ କୋଳାକୋଳି ହୋଇଯାଇଛନ୍ତି ଯେ, ଗୋଟାକଠାରୁ ଆରଟିକୁ ଅଲଗା ଦେଖିହେବ ନାହିଁ କି ଅନୁଭବ କରିହେବ ନାହିଁ। ଏ ତିନି ପ୍ରସ୍ତ ସମସ୍ତଙ୍କ ସମକ୍ଷରେ ବେଶ୍‌ ଖୋଲାମେଲା। ପୁଣି ଏଗୁଡ଼ିକୁ ନେଇ ସମସ୍ତେ ନିତିଦିନ ବଞ୍ଚୁଛନ୍ତି। ଏଗୁଡ଼ିକ ସମସ୍ତଙ୍କ ଜୀବନ ଧାରଣର ପୋଷଣ ରୂପେ କ୍ରିୟା ସମ୍ପାଦନ କରୁଛନ୍ତି ନିଃଶବ୍ଦରେ ଓ ନିର୍ବିଶେଷରେ। ଯେଉଁଠି ଘଞ୍ଚ ବନରାଜି ମାଇଲ ମାଇଲଧରି ଲମ୍ବିଯାଉଛି ସେଇଠି କେଉଁ ଜାଗାରେ ହୁଏତ କୁଳୁକୁଳୁ କରି ଝରଣାଟିଏ ବହିଯାଉଛି ତ କେଉଁ ଗହଳ ଗଛ ଉପରେ ଚଢ଼େଇମାନେ ବସି କିଚିରିମିଚିରି କରୁଛନ୍ତି। ଏହା ଏକାଧାରରେ ସୁନ୍ଦର, ତେଣୁ ଆନନ୍ଦଦାୟୀ ା ଆନନ୍ଦାଳୟ ସୌନ୍ଦର୍ଯ୍ୟ ସହ ବିରାଟତାର ଏଇ ନିବିଡ଼ ସମ୍ପର୍କ ଆମ୍ଭମାନଙ୍କୁ ବିସ୍ମିତ, ବିହ୍ବଳିତ ଓ ବିଗଳିତ ତଥା ବିପଶ୍ଚିତ୍‌ କରନ୍ତା। ସେହି ଶକ୍ତି ସେମାନଙ୍କ ପାଖରେ ନିତ୍ୟ ବିଦ୍ୟମାନ ଥିଲେ ସୁଦ୍ଧା ଆମେ ବୁଦ୍ଧିମାନ୍‌ ମତିହୀନମାନେ ସେ ଦିଗରେ କେବେ ଆଗ୍ରହୀ ହୋଇ ନ ଥାଉ। ଜୀବନ ସଂଗ୍ରାମ ନଁାରେ ଆମେ ଚେତାଶୂନ୍ୟ ହୋଇ ଏଡ଼େ ଜୋର୍‌ରେ ଆମର ଖଣ୍ଡାଟିମାନ ବୁଲାଉ ଯେ, ଆଉ କିଛିକୁ ମନ କରୁନାହୁଁ। ହେଲେ ଜୀବନ ସଂଗ୍ରାମ ଭିତରକୁ ତ ଆମେ କେବେ ପଶୁନା। ସତରେ ଜୀବନ ପାଇଁ ସଂଗ୍ରାମ ଓ ବାହାର ସଂଗ୍ରାମ। ଭିତର ସଂଗ୍ରାମ ବାହାର ସଂଗ୍ରାମ ଅପେକ୍ଷା ଅଧିକ ଶକ୍ତିଶାଳୀ, ଅଧିକ ଏକନିଷ୍ଠ, ଅଧିକ ଶ୍ରଦ୍ଧାମୟ ହେବା କଥା। ସେଇ ସଂଗ୍ରାମ କରିବାକୁ ହେଲେ ଆମକୁ ତା’ ସହ ଯଥେଷ୍ଟ ପରିଚିତ ହେବା ଆବଶ୍ୟକ।
ବାହାର ଓ ଭିତର – ଏ ଦୁଇଟି ଅଲଗା ପୁଣି ଅଭିନ୍ନ। ଅଲଗା ଏଇଥିପାଇଁ ଯେ ‘ବାହାର’ ଆଖିକୁ ଦେଖାଯାଏ, ‘ଭିତର’ଟି ନୁହେଁ। ଦେଖା ନ ଯାଉଛି ବୋଲି ତାହାକୁ ଆମେ ଅସ୍ବୀକାର କରିବା ଠିକ୍‌ ନୁହେଁ। ମୋତେ ନିର୍ବାଚନରେ ଅଂଶଗ୍ରହଣ କରି ଜିତିବାକୁ ହେବ। ଏ ବାହାର କଥା- ଏହା ପ୍ରତ୍ୟକ୍ଷ। ସେଥିପାଇଁ ମୁଁ କେତେମନ୍ତେ ସକ୍ରିୟ, ସଜାଗ ଓ ସଶସ୍ତ୍ର। ସେହିପରି ମୋତେ ଏ ସଂସାରରେ ‘ପରୀକ୍ଷିତ ଜୀବନ’ ଧାରଣ କରିବାକୁ ହେବ। ତା’ ନ ହେଲେ ମୋର ଏ ସଂସାର ସହ ଆତ୍ମୀୟତା ଆସିବ ନାହିଁ। କାରଣ ସଂସାରରେ ଥାଇ ମଧ୍ୟ ମୁଁ ସଂସାରର ହୋଇ ନ ଥିବି। ସଂସାରର ହେବାକୁ ମୁଁ ସଂସାରକୁ ଆସିଛି- ଏଇ ବିଶ୍ୱାସର ଚେର ମୋ ଭିତରେ ମାଡ଼ିଯିବ। ତାହା ଯେତେ ଭିତରକୁ ଭେଦୁଥିବ ମୁଁ ସେତେ ସଂସାରର ପାରାୟଣ କରିବାକୁ ଉତ୍ସାହୀ ହୋଇଉଠୁଥିବି। ସେଥିପାଇଁ ମୋତେ ସଂସାର ପରାୟଣ ହେବାକୁ ପଡ଼ିବ। ଏଇ ଅବବୋଧକୁ ଗଣ୍ଠିଧନ କରି ମୁଁ ମୋ ଭିତର ସଂଗ୍ରାମ ଆରମ୍ଭ କରିବି। ଭିତର ସଂଗ୍ରାମ ଅର୍ଥ ମୋ ଭିତରେ ସଦା ପ୍ରସ୍ତୁତ ଏକ ସୀମାବଦ୍ଧ, ଅଶ୍ରଦ୍ଧାଳୁ ଏବଂ ଅବୈଷ୍ଣବ ଅପଶକ୍ତି ସହ ସତ୍ୟାଗ୍ରହ। ଏଠାରେ ସଂଗ୍ରାମ ସତ୍ୟାଗ୍ରହ କରାଯାଏନା, ତା’ ସହ ପୁଣି ତା’ ପାଇଁ ସଂଗ୍ରାମ କରାଯାଏ। ତା’ ଭିତରେ ଉଦ୍ଦେଶ୍ୟ ଥାଏ ଅନ୍ୟାୟର, ଅସତ୍ୟର, ଦୁରାଗ୍ରହର ରୂପାନ୍ତର ଆଉ ଏ ରୂପାନ୍ତର ଅହଂର ଆକ୍ରୋଶରେ ନୁହେଁ ଆତ୍ମଶକ୍ତିରେ ସମ୍ଭବ। ଏହି ତତ୍ତ୍ୱ ଅଭ୍ରାନ୍ତ ଓ ବହୁବାର ପରୀକ୍ଷିତ। ଅଧ୍ୟାତ୍ମ ବିଜ୍ଞାନର ଏହା ପରମ ପ୍ରମାଣ।
ଯେଉଁ ବିକଳ ବାସନାଗୁଡ଼ା ବ୍ୟକ୍ତିକୁ ଭାରି ହନ୍ତସନ୍ତ କରନ୍ତି, ସେଇଗୁଡ଼ିକ ସହ ପ୍ରେମପୂର୍ଣ୍ଣ କଥାବାର୍ତ୍ତା କରି ସେଗୁଡ଼ିକୁ ଅକ୍ତିଆରକୁ ଆଣିବା। ଅଧିକାର କରିବାକୁ ଛଟପଟ ହେଉଥିବା ସେଇ ଅତୃପ୍ତ ବାସନା ଅଶନି ସହ ସ୍ନେହରେ କଥାବାର୍ତ୍ତା କରି, ‘ଅଧିକାର’ ଯେ ଅଳ୍ପ ଓ ଅଳୀକ, ତାହା ବୁଝାଇ ଦେବା କାହାକୁ ବା କିଛି ‘ଅଧିକାର’ କରିବାରେ ଅଧିକ ଅତୃପ୍ତି, ଅଧିକ ଅସନ୍ତୋଷ ଜନ୍ମ ନେଇଥାଏ – ଏ ତତ୍ତ୍ୱଟି ସହ ସେହି ‘ଅଶାନ୍ତ’ କୁ ପରିଚିତ କରାଇଦେବା। କେତେ କେତେ ପ୍ରକାରେ କେତେକେତେ ଲୋକ ରାଜ୍ୟ ଅଧିକାର କରିଛନ୍ତି, ସମ୍ପତ୍ତି ଅଧିକାର କରିଛନ୍ତି ହେଲେ ସେମାନେ ଅଧିକାରୀ ଅବା କ୍ଷମତାଶୀଳ ହୋଇ ଅଧିକ ଅତୃପ୍ତ ହୋଇ ଅଧିକ ବିଭ୍ରାନ୍ତ ଓ ବିଭ୍ରଷ୍ଟ ବି ହୋଇଛନ୍ତି। ସେମାନେ ନା ହୋଇପାରିଛନ୍ତି ସଂଘର, ନା ଧର୍ମର, ନା ହୋଇପାରିଛନ୍ତି ବୁଦ୍ଧର। ବୁଦ୍ଧ, ସଂଘ, ଧର୍ମ – ହେଉଛନ୍ତି ସୀମାହୀନତା ଆଉ ଶ୍ରଦ୍ଧାମୟତା। ଅଧିକାର ଲାଳସୀ ପ୍ରପଞ୍ଚ ସତ୍ତା ଅଧିକାର ଦ୍ୱାରା ଅନେକ ସଂଗ୍ରହ କରିପାରେ, ହେଲେ ତା’ ଫଳରେ ସେ ସୀମାବଦ୍ଧ ହେବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଶୂନ୍ୟ ହୋଇଥାଏ। ଅଧିକାର ଏକ ଅସ୍ବାଭାବିକ ଓ ଅଶିଷ୍ଟ ପ୍ରାପ୍ତି। ଏପରି ପ୍ରାପ୍ତି ସଦା ଉତ୍ତେଜକ, ଉନ୍ମାଦକ ତେଣୁ ଭାରି ଉପତ୍ୀଡ଼କ ଓ ଉଚ୍ଛୃଙ୍ଖଳ। ବସ୍ତୁ ‘ଅଧିକାର’ କରି ବ୍ୟକ୍ତି ଆଗେଇ ପାରେନାହିଁ କି ସତରେ ଆଗକୁ ଦେଖେ ନାହିଁ କି ଆଗକୁ ମନ କରେ ନାହିଁ। ତା’ର ସକଳ ସଂକ୍ରାନ୍ତିର ଦ୍ୱାର ବନ୍ଦ ହୋଇଯାଏ। ଏହି ‘ଅଧିକାର’ ବାସନାକୁ ଆମେ ବିଭିନ୍ନ ରୂପରେ ଦେଖି ପାରିବା।
କିଛି ଅଧିକାର କରିବାକୁ ସଂସାର ବିରାଟ, ସୁନ୍ଦର ଏବଂ ଆନନ୍ଦମୟ ହୋଇନାହିଁ। ତା’ର ଏପରି ଆଧ୍ୟାତ୍ମିକ ଅଭିବ୍ୟକ୍ତି ମଧ୍ୟରେ ଯେଉଁ ସାତ୍ତ୍ୱିକ ସଂଦର୍ଭ ଫୁଟିଉଠେ ତାହା ହେଉଛି ଏକ ପୂର୍ଣ୍ଣପ୍ରାଣତା ଯାହା ସବୁ ସହ ଗୁନ୍ଥି ହୋଇଯିବାକୁ ଚାହେଁ। ପକ୍ଷାନ୍ତରେ ଆମେମାନେ ସଂସାରଯାକର ସବୁକୁ ଅଧିକାର କରିବାକୁ ଅନବରତ ଦୌଡ଼ୁଛୁ। ଏହି ଅବୁଝା ଅଧିକାରପ୍ରବଣତା ପାଖରେ ସଖାଟିଏ ପରି ବସି, ହସିହସି ଯୁକ୍ତିବାଢ଼ି ତା’ର ଆଣ୍ଟ ଭାଙ୍ଗିବା ହେଉଛି ଭିତର ସଂଗ୍ରାମର ଲକ୍ଷଣ। ତାହା ହିଁ ଜୀବନ ସଂଗ୍ରାମର ମୂଳ କଥା, ସାର କଥା ଓ ବଞ୍ଚିବାର ବର୍ଣ୍ଣବୋଧ। ଆମର ସର୍ବବିଧ ପ୍ରଗତି ତାରି ଉପରେ ନିର୍ଭର କରେ। ସଂସାରକୁ ଦିନ ଦିନ ଦେଖୁଥିଲେ ମଧ୍ୟ ତା’ର ଉଦାରତା, ନିର୍ବିକାରତା ଏବଂ ଅପରିଗ୍ରହତା ପ୍ରତି ଆମେ କାହିଁକି ଏତେ ଅମନଯୋଗୀ ? ସଂସାରକୁ ସତରେ ଆମେ ଦେଖୁଛୁ ତ ? ମନେ ହୁଏ, ଆମେ ସଂସାରରେ ଜୀବନ ସଂଗ୍ରାମ ନଁାରେ ନିଜ ପାଇଁ ଯେଉଁ ବନ୍ଧନ ସୃଷ୍ଟି କରୁଛୁ, ତାହା ଫଳରେ ସଂସାରକୁ ସତରେ ଦେଖି ପାରୁନାହୁଁ। ଆମର ଆଖି ସଂସାର ଯାକର ଦ୍ରବ୍ୟ ଉପରେ ନିବଦ୍ଧ ହୋଇ ବନ୍ଦୀ ହୋଇଯିବାରୁ ସଂସାରର ଆହ୍ବାନ ଶୁଣିବାରେ ଏହା ଅସମର୍ଥ ହେଉଛି। ତା’ସତ୍ତ୍ୱେ ଅସାମର୍ଥ୍ୟ ବର୍ଜନ କରିବାର ସାମର୍ଥ୍ୟ ମଧ୍ୟ ଆମ ପାଖରେ ରହିଛି। ତାକୁ ଆଧ୍ୟାତ୍ମିକ ଭାଷାରେ ‘ଆସ୍ପୃହା’ ବୋଲି କୁହାଯାଇଛି। ଖୁବ୍‌ ପ୍ରସନ୍ନ ଭାବରେ, କୌଣସି ନୀଚ କି ନିମ୍ନକୁ ମନ ନ କରି ବିରାଟକୁ ବାଞ୍ଛିବା ଯେଉଁ ବିରାଟ ଏକାଧାରରେ ସୁନ୍ଦର ଓ ଆନନ୍ଦମୟ। ତାହା ହେଉଛି ଆସ୍ପୃହା। ହେଲେ ଭିତର ସଂଗ୍ରାମ ବ୍ୟତିରେକେ ଏହା କେବେ ସମ୍ଭବ ନୁହଁ। ଉପରଟା ତ ଖୁବ୍‌ ଅଳ୍ପରେ ସନ୍ତୁଷ୍ଟ ହୋଇଯାଏ। କିନ୍ତୁ ଭିତର, ‘ଅଳ୍ପ’ର ସ୍ବରୂପ ଜାଣିଥିବାରୁ ଏଥିରେ ଲାଖିଯାଏ ନାହିଁ। ଅଥଚ ତାହା ଅଗ୍ରଗାମୀ ହୋଇ ‘ଅନଳ୍ପର’ ଆବାହନ କରେ। ତେଣୁ ଉପଦ୍ରବ କରେ ନାହିଁ କିମ୍ବା ଉପଦୃତ ହୁଏନାହିଁ।
ଅନେକ ପ୍ରକାରେ ବଞ୍ଚୁଥିବା ଆମ୍ଭେମାନେ ଭିତର ବଞ୍ଚତ୍ବା ଉପରେ ଭାରି ଜୋର୍‌ ଦେବା। ତେଣୁ ଭିତର ଆଡ଼ୁ ବଞ୍ଚତ୍ବା ଅବା ଭିତର ସହ ବଞ୍ଚତ୍ବା। ତା’ହେଲେ ସଂସାର ତତ୍ତ୍ୱ ସହ ଆମ ବଞ୍ଚତ୍ବା ଯୁକ୍ତ ହୋଇ ପାରିବ। ଫଳରେ ଆମ ଜୀବନ ଯାହା ଗଭୀର ଭାବରେ ଆବଶ୍ୟକ କରେ, ତାହା ଆମକୁ ଅବଶ୍ୟ ମିଳିବ। ଆମ ଜୀବନ ଗତିଶୀଳ ଏବଂ ଗରିମାମୟ ହୋଇଯିବ। ସଂସାରକୁ ଚାହିଁ ପୁଣି ନିଜ ଭିତରକୁ ଶୁଣି ଆମେ ଏଇ ବୈଜ୍ଞାନିକ ପରୀକ୍ଷଣ କରିବାକୁ ସମ୍ମତ ହେବା। ସେଇ ସ୍ଥିତିରେ ଆମେ ମଧ୍ୟ ସୁନ୍ଦର, ବିଶାଳ ଓ ଆନନ୍ଦମୟ ହୋଇପାରିବା। ଏହା ଆମର ନିଧାର୍ଯ୍ୟ ମାର୍ଗ ଓ ଲକ୍ଷ୍ୟ ହେଉ।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri