ସଂକ୍ରମିତ ରକ୍ତ ଚିହ୍ନଟରେ ନାଟ୍‌-ପିସିଆର ପଦ୍ଧତି ସଫଳ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ସଂଗୃହୀତ ରକ୍ତକୁ ରୋଗୀଙ୍କୁ ଦେବା ପୂର୍ବରୁ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ଉକ୍ତ ରକ୍ତ ମ୍ୟାଲେରିଆ, ସିଫିଲିସ୍‌, ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଓ ସି ଆଦି ଦ୍ୱାରା ସଂକ୍ରମିତ କି ନୁହେଁ, ତାହାର ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସଂକ୍ରମିତ ରକ୍ତ ଥରେ ନେଲେ ଜୀବନ ସାରା ରୋଗ ସହ ଲଢ଼ିବାକୁ ପଡ଼େ। ଅଧିକାଂଶ କ୍ଷେତ୍ରରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥାଏ। ପୂର୍ବରୁ ଏଲାଇଜା ପଦ୍ଧତିରେ ସଂକ୍ରମିତ ରକ୍ତ ଚିହ୍ନଟ ହେଉଥିବାବେଳେ ୨୦୧୬ରୁ ନାଟ୍‌-ପିସିଆର (ନିଉକ୍ଲିକ ଆମ୍ପ୍ଲିଫିକେଶନ ଏସିଡ୍‌ ଟେଷ୍ଟ-ପଲିମର୍ସ ଚେନ୍‌ ରିଆକ୍ସନ) ମାଧ୍ୟମରେ ପରୀକ୍ଷଣ କରାଯାଉଛି। ନାଟ୍‌ ପଦ୍ଧତିରୁ ବେଶ୍‌ ସଫଳତା ମିଳିଥିବାବେଳେ ଅନେକ ଲୋକଙ୍କୁ ମାରାତ୍ମକ ସଂକ୍ରମଣରୁ ରକ୍ଷା କରାଯାଇପାରୁଛି ବୋଲି କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର କହିଛନ୍ତି। ସେ କହିଛନ୍ତି, ନାଟ୍‌-ପିସିଆର ସାରା ବିଶ୍ୱର ଏକ ଅତ୍ୟାଧୁନିକ ବିଶ୍ୱସନୀୟ ପଦ୍ଧତି। ଆମେରିକା, ୟୁରୋପ ଭଳି ଅନେକ ବିକଶିତ ଦେଶ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହାକୁ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଯେ, ସେ ଏଭଳି ବ୍ୟବସ୍ଥା ଆମ ରାଜ୍ୟରେ ଚାଲୁ କରିଛନ୍ତି। ଆମେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେ ଅଧିକ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କରିପାରିବା ରାଜ୍ୟବାସୀଙ୍କ ପାଇଁ ସେତେ ଉପକାର ହେବ ଓ ଅନେକ ଦୁର୍ମୂଲ୍ୟ ଜୀବନ ଆମେ ରକ୍ଷା କରିପାରିବା ବୋଲି ଡା. ମହାନ୍ତି କହିଛନ୍ତି।
ସରକାର ଓ ରେଡକ୍ରସ ଦ୍ୱାରା ୫୭ଟି ରକ୍ତ ଭଣ୍ଡାର ପରିଚାଳିତ ହେଉଥିବାବେଳେ ସଂଗୃହୀତ ରକ୍ତକୁ ୬ଟି ରକ୍ତ ଭଣ୍ଡାରରେ ନାଟ୍‌-ପିସିଆର୍‌ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ରାଜ୍ୟରେ ପ୍ରତି ୨୦୦ ୟୁନିଟ୍‌ ରକ୍ତ ପରୀକ୍ଷାରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ୬ଲକ୍ଷ ୫୦ହଜାରରୁ ଅଧିକ ୟୁନିଟ୍‌ ରକ୍ତରୁ ୩,୫୪୩ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଏଚ୍‌ଆଇଭି ସଂକ୍ରମିତ ୪୫୬ ୟୁନିଟ୍‌ ଥିବାବେଳେ ହେପାଟାଇଟିସ୍‌-ବି ୨୮୪୦ ଓ ହେପାଟାଇଟିସ-ସି ୨୪୭ ୟୁନିଟ୍‌ ରହିଛି। ତେବେ ଗଞ୍ଜାମ ଜିଲାରେ ୯୨ ୟୁନିଟ୍‌ ରକ୍ତରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ଜିଲାରେ ଥିବା ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପ୍ରାୟ ୧୨ହଜାର ୟୁନିଟ୍‌ ରକ୍ତ ପରୀକ୍ଷା ହୋଇଥିବାବେଳେ ୧୨୬୪ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତିବର୍ଷ ସମସ୍ତ ରକ୍ତ ଭଣ୍ଡାର ଦ୍ୱାରା ପ୍ରାୟ ୪ଲକ୍ଷ ୫୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଉଛି। ଏଥିମଧ୍ୟରୁ ମାତ୍ର ୧ଲକ୍ଷ ୫୦ହଜାର ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ହେଉଛି। ବାକି ପ୍ରାୟ ୩ଲକ୍ଷ ୟୁନିଟ୍‌ ଏହି ପଦ୍ଧତିରେ ପରୀକ୍ଷା ହୋଇପାରିନି। ତେଣୁ ଶେଷ ୫ବର୍ଷରେ ୧୫ଲକ୍ଷ ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ନ ହୋଇ ଦିଅଯାଇଥିବାରୁ ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂଜାରି, ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି...

ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ

ଝାରସୁଗୁଡ଼ା ଅଫିସ୍‌,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଏହାକୁ ତଦାରଖ...

ପାଟକୁରା ନିର୍ବାଚନ; ବିଜେଡି-ଭାଜପା ଫ୍ରେଣ୍ଡଲି ଲଢୁଛନ୍ତି : ତାରା

ଭୁବନେଶ୍ୱର,୭।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଅପରପକ୍ଷେ ରାଜ୍ୟ ସଭା ଆସନ ଲାଗି...

ଉଜୁଡ଼ିପାରେ ରବି ଫସଲ

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ବର୍ଷା ନ ହେବାରୁ ରାଜ୍ୟରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପଶ୍ଚିମା ବାୟୁ ପ୍ରବାହ ଧୋକା ଦେବାରୁ ରାଜ୍ୟରେ ବର୍ଷା...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ୪୦ ଡିଗ୍ରୀ ଉପରେ ୧୦ ସହର; ଏଥର ସ୍ବାଭାବିକ ମୌସୁମୀ ବର୍ଷା

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ୧୦ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ...

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ ଲାଗିଛି। ରାଜ୍ୟରେ ରବିବାର କରୋନା ଆଉ ଜଣଙ୍କ ଜୀବନ...

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ...

ଜାରିଆ ଜଙ୍ଗଲରୁ ମିଳିଲା ଖପୁରି, କଙ୍କାଳ

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ଗତବର୍ଷ ଅଗଷ୍ଟରେ ଡମପଡ଼ା ଅଭୟାରଣ୍ୟରେ ନିଖୋଜ ବୃଦ୍ଧ ନନ୍ଦ ବେହେରାଙ୍କୁ ଅଜଗର ଗିଳିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏ ତାହା ସ୍ପଷ୍ଟ...

Advertisement
Archives

Model This Week