ସଂକ୍ରମିତ ରକ୍ତ ଚିହ୍ନଟରେ ନାଟ୍‌-ପିସିଆର ପଦ୍ଧତି ସଫଳ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ସଂଗୃହୀତ ରକ୍ତକୁ ରୋଗୀଙ୍କୁ ଦେବା ପୂର୍ବରୁ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ଉକ୍ତ ରକ୍ତ ମ୍ୟାଲେରିଆ, ସିଫିଲିସ୍‌, ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଓ ସି ଆଦି ଦ୍ୱାରା ସଂକ୍ରମିତ କି ନୁହେଁ, ତାହାର ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସଂକ୍ରମିତ ରକ୍ତ ଥରେ ନେଲେ ଜୀବନ ସାରା ରୋଗ ସହ ଲଢ଼ିବାକୁ ପଡ଼େ। ଅଧିକାଂଶ କ୍ଷେତ୍ରରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥାଏ। ପୂର୍ବରୁ ଏଲାଇଜା ପଦ୍ଧତିରେ ସଂକ୍ରମିତ ରକ୍ତ ଚିହ୍ନଟ ହେଉଥିବାବେଳେ ୨୦୧୬ରୁ ନାଟ୍‌-ପିସିଆର (ନିଉକ୍ଲିକ ଆମ୍ପ୍ଲିଫିକେଶନ ଏସିଡ୍‌ ଟେଷ୍ଟ-ପଲିମର୍ସ ଚେନ୍‌ ରିଆକ୍ସନ) ମାଧ୍ୟମରେ ପରୀକ୍ଷଣ କରାଯାଉଛି। ନାଟ୍‌ ପଦ୍ଧତିରୁ ବେଶ୍‌ ସଫଳତା ମିଳିଥିବାବେଳେ ଅନେକ ଲୋକଙ୍କୁ ମାରାତ୍ମକ ସଂକ୍ରମଣରୁ ରକ୍ଷା କରାଯାଇପାରୁଛି ବୋଲି କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର କହିଛନ୍ତି। ସେ କହିଛନ୍ତି, ନାଟ୍‌-ପିସିଆର ସାରା ବିଶ୍ୱର ଏକ ଅତ୍ୟାଧୁନିକ ବିଶ୍ୱସନୀୟ ପଦ୍ଧତି। ଆମେରିକା, ୟୁରୋପ ଭଳି ଅନେକ ବିକଶିତ ଦେଶ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହାକୁ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଯେ, ସେ ଏଭଳି ବ୍ୟବସ୍ଥା ଆମ ରାଜ୍ୟରେ ଚାଲୁ କରିଛନ୍ତି। ଆମେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେ ଅଧିକ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କରିପାରିବା ରାଜ୍ୟବାସୀଙ୍କ ପାଇଁ ସେତେ ଉପକାର ହେବ ଓ ଅନେକ ଦୁର୍ମୂଲ୍ୟ ଜୀବନ ଆମେ ରକ୍ଷା କରିପାରିବା ବୋଲି ଡା. ମହାନ୍ତି କହିଛନ୍ତି।
ସରକାର ଓ ରେଡକ୍ରସ ଦ୍ୱାରା ୫୭ଟି ରକ୍ତ ଭଣ୍ଡାର ପରିଚାଳିତ ହେଉଥିବାବେଳେ ସଂଗୃହୀତ ରକ୍ତକୁ ୬ଟି ରକ୍ତ ଭଣ୍ଡାରରେ ନାଟ୍‌-ପିସିଆର୍‌ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ରାଜ୍ୟରେ ପ୍ରତି ୨୦୦ ୟୁନିଟ୍‌ ରକ୍ତ ପରୀକ୍ଷାରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ୬ଲକ୍ଷ ୫୦ହଜାରରୁ ଅଧିକ ୟୁନିଟ୍‌ ରକ୍ତରୁ ୩,୫୪୩ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଏଚ୍‌ଆଇଭି ସଂକ୍ରମିତ ୪୫୬ ୟୁନିଟ୍‌ ଥିବାବେଳେ ହେପାଟାଇଟିସ୍‌-ବି ୨୮୪୦ ଓ ହେପାଟାଇଟିସ-ସି ୨୪୭ ୟୁନିଟ୍‌ ରହିଛି। ତେବେ ଗଞ୍ଜାମ ଜିଲାରେ ୯୨ ୟୁନିଟ୍‌ ରକ୍ତରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ଜିଲାରେ ଥିବା ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପ୍ରାୟ ୧୨ହଜାର ୟୁନିଟ୍‌ ରକ୍ତ ପରୀକ୍ଷା ହୋଇଥିବାବେଳେ ୧୨୬୪ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତିବର୍ଷ ସମସ୍ତ ରକ୍ତ ଭଣ୍ଡାର ଦ୍ୱାରା ପ୍ରାୟ ୪ଲକ୍ଷ ୫୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଉଛି। ଏଥିମଧ୍ୟରୁ ମାତ୍ର ୧ଲକ୍ଷ ୫୦ହଜାର ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ହେଉଛି। ବାକି ପ୍ରାୟ ୩ଲକ୍ଷ ୟୁନିଟ୍‌ ଏହି ପଦ୍ଧତିରେ ପରୀକ୍ଷା ହୋଇପାରିନି। ତେଣୁ ଶେଷ ୫ବର୍ଷରେ ୧୫ଲକ୍ଷ ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ନ ହୋଇ ଦିଅଯାଇଥିବାରୁ ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?