ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି

ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍‌ ପଏଜନ୍‌ରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ରାକେଶ ପୋଲିସକୁ କହୁଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପୂରା ଘଟଣା ଅଡୁଆ ସୂତାରେ ଗୁଡ଼ାଇହେବା ଭଳି ଲାଗୁଛିି। ଏହା ତଦନ୍ତକୁ ଆହୁରି ଜଟିଳ କରିଦେଉଥିବାବେଳେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆରମ୍ଭରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ରାକେଶଙ୍କ କଥା କେତେ ସତ କେତେ ମିଛ ଜାଣିବା ପାଇଁ ୫ଦିନ ହେବ ପୋଲିସ ନୟାନ୍ତ ହୋଇଛି। ଝରାଫୁଲ ବାଣୀବିହାର ନିକଟରେ ବସ୍‌ରୁ ଓହ୍ଲାଇ ରାକେଶଙ୍କ ସହ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ବିରିଆନି ଦୋକାନକୁ ଯିବା ଓ ଖଣ୍ଡଗିରି ଧର୍ମବିହାରସ୍ଥିତ ଗେଷ୍ଟ୍‌ ହାଉସ୍‌ରେ ରାତି ବିତାଇବା ପର୍ଯ୍ୟନ୍ତ ସବୁକିଛି ଛାନ୍‌ଭିନ୍‌ କରିଛି ଯାଜପୁର ଜିଲା ପୋଲିସର ୨ ଟିମ୍‌ ଏବଂ ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ତେବେ ରାତିରେ ଏପରି କ’ଣ ଘଟିଲା ଯେ ଝରାଫୁଲର ଜୀବନ ଚାଲିଗଲା, ତାହାର ପ୍ରକୃତ କାରଣ ଏଯାଏ ଖୋଜିପାଉନି। ଏପଟେ ଭୁବନେଶ୍ୱରରୁ ସ୍କୁଟିରେ ମୃତଦେହକୁ ନେଇ ଯାଜପୁରରେ ଫିଙ୍ଗିବା ପର୍ଯ୍ୟନ୍ତ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଉକ୍ତ ସ୍କୁଟିର ବି ପତ୍ତା ମିଳୁନି। ଏପରିସ୍ଥଳେ ପୋଲିସ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ଚାହିଁ ବସିଛି। ତେବେ ଭିସେରା ରିପୋର୍ଟରୁ ତାଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା କି ନାହିଁ ଅଧିକ ସ୍ପଷ୍ଟ ହେବ ବୋଲି ଫରେନ୍‌ସିକ୍‌ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଝରାଫୁଲଙ୍କ ମୃତ୍ୟୁ ଘଟିବା କଥା ରାକେଶ ଜାଣିବା ପରେ ଡାକ୍ତରଖାନା, ସ୍ଥାନୀୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ମୟୂରଭଞ୍ଜ କାହିଁକି ନେଇ ଯାଉଥିଲେ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୁବନେଶ୍ୱରରେ ରହସ୍ୟ ଲୁଚି ରହିଥିଲେ ମଧ୍ୟ କମିଶନରେଟ ପୋଲିସ ମାମଲାକୁ କାହିଁକି ନିଜ ଅଧୀନକୁ ଆଣୁନାହିଁ ତାହାକୁ ନେଇ ଆଉଏକ ପ୍ରଶ୍ନ ଉଠୁଛି।
ଖସିବାକୁ ଯୋଜନା କରିଥିଲେ ରାକେଶ
ଗତ ୨୬ ତାରିଖରେ ଝରାଫୁଲ ଗାଁକୁ ଯିବା ପାଇଁ ବସ୍‌ରେ ବସିବା ପରେ ପରିବାର ଲୋକଙ୍କ ସହ ଆଉ ସମ୍ପର୍କ କରି ନ ଥିଲେ। ପରିବାର ଲୋକେ ତାଙ୍କ ପହଞ୍ଚତ୍ବା ବାଟକୁ ଚାହିଁ ବସିଥିବାବେଳେ ସେ ବସ୍‌ରୁ ଓହ୍ଲାଇ ପ୍ରେମିକ ରାକେଶଙ୍କ ସହ ବୁଲାବୁଲି କରି ରାତିରେ ଗେଷ୍ଟ ହାଉସ୍‌ରେ ରହିଥିଲେ। ବିଳମ୍ବିତ ରାତିରେ ରାକେଶ ଝରାଫୁଲଙ୍କ ଫୋନରୁ ତାଙ୍କ ଭାଇଙ୍କୁ ମେସେଜ୍‌ କରିଥିଲେ ଏବଂ ସେତେବେଳକୁ ଝରାଫୁଲଙ୍କ ମୃତ୍ୟୁ ଘଟିସାରିଥିବା ଅନୁମାନ କରାଯାଉଛି। ୨୭ ତାରିଖ ସକାଳେ ନିଜ ସହଯୋଗୀଙ୍କ ସହ ମିଶି ଝରାଫୁଲଙ୍କ ମୃତ ଶରୀରକୁ ମୟୂରଭଞ୍ଜ ନେଉଥିଲେ। ତେବେ ମୃତଦେହ ମୟୂରଭଞ୍ଜରେ ମିଳିଥିଲେ ଏହା ଭିନ୍ନ ମୋଡ଼ ନେଇଥାନ୍ତା। ପୋଲିସର ଦୃଷ୍ଟି ରାକେଶଙ୍କ ଉପରୁ ହଟି ଅନ୍ୟଆଡେ ପଳାଇଥାନ୍ତା। ତେଣୁ ଏହା ରାକେଶର ସୁପରିକଳ୍ପିତ ଯୋଜନା ଥିଲା ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ରାତିରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ରାକେଶ ଜାଣି ସାରିବା ପରେ ଏ ସମସ୍ତ ଯୋଜନା କରିଥିଲେ ବୋଲି କୁହାଯାଉଛି।
ଝରାଫୁଲଙ୍କ ସିମ୍‌ ଭାଙ୍ଗି ତାଗିଦ କରିଥିଲେ ବାପା
ଝରାଫୁଲଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାକେଶଙ୍କ ସହ ଝରାଫୁଲ ସବୁବେଳେ ଫୋନ୍‌ରେ କଥା ହେଉଥିଲେ। ଏହା ଜାଣିବା ପରେ ଝରାଫୁଲଙ୍କଠାରୁ ବାପା ମୋବାଇଲ ଫୋନ୍‌ ଛଡ଼ାଇ ନେଇ ସେଥିରୁ ସବୁକିଛି ଡିଲିଟ୍‌ କରିଦେଇଥିଲେ। ଏମିତିକି ମୋବାଇଲ୍‌ ଫୋନ ସିମ୍‌କୁ ଭାଙ୍ଗି ଦେଇଥିଲେ। ଏଥିସହିତ ରାକେଶ ସହ ଦେଖା ନ କରିବାକୁ ତାଙ୍କୁ ବାରମ୍ବାର ତାଗିଦ୍‌ ମଧ୍ୟ କରିଥିଲେ। ହେଲେ ଝରାଫୁଲ ରାକେଶଙ୍କ ଫୋନ୍‌ ନମ୍ବର ମନେରଖିଥିଲେ। ଏହାର କିଛିଦିନ ପରେ ସେ ରାକେଶଙ୍କୁ ଯୋଗାଯୋଗ କରିବା ସହ ମିଳାମିଶା କରିଥିଲେ ବୋଲି ରବିବାର ଝରାଫୁଲଙ୍କ ବାପା ରମାକାନ୍ତ କହିଛନ୍ତି।

ଯାଜପୁର ପୋଲିସର ସମ୍ମାନହାନି ଭୟ

ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ତଦନ୍ତକାରୀ ଅଧିକାରୀ ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗଠନ କରାଯାଇଛି। ୨ ଟିମ୍‌ ମୃତଦେହ ପଡ଼ିଥିବା ସ୍ଥାନ, ଝରାଫୁଲ ଓ ରାକେଶ ରାତ୍ରିଯାପନ କରିଥିବା ଗେଷ୍ଟହାଉସ୍‌, ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ରାକେଶଙ୍କ ଘର, ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଆଦି ସ୍ଥାନରେ ଚଢାଉ କରି ତଥ୍ୟ ସଂଗ୍ରହ କରିଛି। ଉକ୍ତ ସ୍ଥାନଗୁଡିକରୁ ରାକେଶ ଏବଂ ଝରାଫୁଲଙ୍କ ବ୍ୟବହୃତ ସାମଗ୍ରୀକୁ ସାଇଣ୍ଟିଫିକ୍‌ ଟିମ୍‌ ଓ ତଦନ୍ତ ଅଧିକାରୀ ଜବତ କରିଛନ୍ତି। ସେ ସବୁକୁ ସୋମବାର ଫରେନ୍‌ସିକ୍‌ ଲାବରେଟୋରିକୁ ପୋଲିସ ପଠାଇବ ବୋଲି ଜଣାପଡିଛି। ଏହାସହ ରାକେଶଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ପୋଲିସ କହୁଛି। ସମ୍ମାନହାନି ଭୟ ଥିବାରୁ ଯାଜପୁର ଜିଲା ପୋଲିସ ପକ୍ଷରୁ ଘଟଣାର ତଦନ୍ତକୁ ବିଶେଷଭାବେ ଗୁରୁତ୍ୱ ଦିଆଯାଉଛି। କାରଣ ୨୦୧୯ରେ ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯାଜପୁର ଜିଲା ପୋଲିସ ଅପଦସ୍ଥ ହେବା ସହ ତତ୍କାଳୀନ ଏସ୍‌ପି ଚରଣସିଂ ମୀନା ବିବାଦୀୟ ହୋଇପଡ଼ିଥିଲେ। ତେଣୁ ଝରାଫୁଲ ମୃତ୍ୟୁ ଘଟଣାରେ ବଦନାମ ନ ହେବା ପାଇଁ ଯାଜପୁର ପୋଲିସ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପ୍ରକ୍ରିୟାକୁ ଯଥାସମ୍ଭବ ଗୋପନ ରଖାଯିବାକୁ ପୋଲିସ ଚେଷ୍ଟା କରୁଛି। ଏସ୍‌ପିଙ୍କଠାରୁ ଆରମ୍ଭ କରି ତଦନ୍ତକାରୀ ଟିମ୍‌ ଅଧିକାରୀମାନେ ଗଣମାଧ୍ୟମକୁ ମାପିଚୁପି ତଥ୍ୟ ଓ ପ୍ରତିକ୍ରିୟା ଦେଉଛନ୍ତି। ଇତିମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିବା ଆଲୋଚନା ହେଉଛି। ସେହିପରି ଅଭିଯୁକ୍ତ ରାକେଶଙ୍କ ସହଯୋଗୀ ଗିରଫ ହୋଇସାରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ପୋଲିସ ଖଣ୍ଡନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri