ସହାୟତା ଅପେକ୍ଷାରେ ସଂଗ୍ରହାଳୟ

ଢେଙ୍କାନାଳ ଅଫିସ, ୧୩।୧୦- ଐତିହ୍ୟସମ୍ପନ୍ନ ଜିଲା ଢେଙ୍କାନାଳ। ଜିଲାର କୋଣ ଅନୁକୋଣରେ କୀର୍ତ୍ତିରାଜିର ସମ୍ଭାର। ରାଜାରାଜୁଡ଼ା ଅମଳର ସଂଗ୍ରାମ ହେଉ କି ଗଡ଼ଜାତ ଆନ୍ଦୋଳନ ଅବା ସ୍ବାଧୀନତା ସଂଗ୍ରାମ ସବୁ କିଛି ଦେଖିଛି ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲା। ଏସବୁ ଇତିହାସକୁ ଲୋକଲୋଚନକୁ ଆଣିବାକୁ ୪୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ସଂଗ୍ରହାଳୟ। ତେବେ ସଂସ୍କୃତି ବିଭାଗର ଅବହେଳାରୁ ଐତିହ୍ୟ ଅଧ୍ୟୟନ କେନ୍ଦ୍ର କୁହାଯାଉଥିବା ସଂଗ୍ରହାଳୟର ଭାଗ୍ୟ ବଦଳୁନି। ଏ ଜାଗାରୁ ସେ ଜାଗାକୁ ଘୂରି ବୁଲିବା ପରେ ଯଦିଓ ଏହାକୁ ସ୍ଥାୟୀ ଠିକଣା ମିଳିଛି ତଥାପି ସରକାରୀ ଅନୁଦାନ ଆସୁ ନ ଥିବାରୁ ଏହା ଆଗକୁ ବଢ଼ିପାରୁନାହିଁ।
ଜିଲା ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୯୭୯ରେ ଏକ ସରକାରୀ କ୍ୱାର୍ଟର୍ସରେ ଆରମ୍ଭ ହୋଇଥିଲା ଜିଲା ସଂଗ୍ରହାଳୟ। ୧୯୯୯ରେ ଜିଲା କ୍ରୀଡ଼ା ସଂସଦର ଏକ ପ୍ରକୋଷ୍ଠକୁ ଏହାର ଠିକଣା ବଦଳିଲା। ଏହାପରେ ଏମ୍‌ପିଙ୍କ ଆଞ୍ଚଳିକ ବିକାଶ ପାଣ୍ଠି (ଏମ୍‌ପି ଲାଡ୍‌)ରେ ନିର୍ମିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ପରିସରକୁ ଏହା ସ୍ଥାନାନ୍ତର ହୋଇଥିଲା। ସେଠାରେ ଏକ ଛୋଟିଆ ପ୍ରକୋଷ୍ଠରେ ଜିଲା ସଂଗ୍ରହାଳୟ କାର୍ଯ୍ୟ କରୁଛି। ୨୦୧୭ ନଭେମ୍ବର ୧୮ରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ମିଳିଥିବା ୭ ଲକ୍ଷ ଟଙ୍କା ଅନୁଦାନରେ ଏହାର ନବୀକରଣ କାମ ଆରମ୍ଭ ହୋଇଥିଲା। ଏହାପରେ ଉନ୍ନତୀକରଣ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ସଂଗ୍ରହାଳୟ ଛୋଟିଆ ପ୍ରକୋଷ୍ଠରେ କାର୍ଯ୍ୟକ୍ଷମ ରହିଛି, ଯେଉଁଠି ୧୦ରୁ ଅଧିକ ଦର୍ଶକ ଏକାସଙ୍ଗରେ ବୁଲିପାରିବେ ନାହିଁ। ଏବେ ସଂଗ୍ରହାଳୟରେ ରାଜାରାଜୁଡା ଅମଳର ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ତୋପ, ହସ୍ତଶିଳ୍ପ କାରୁକାର୍ଯ୍ୟ, ଜଙ୍ଗଲଜନ୍ତୁଙ୍କ ମୃତଦେହ ପ୍ରତିକୃତି ଆକାରରେ ସଂରକ୍ଷିତ କରି ରଖାଯାଇଛି। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବ ଏବଂ ପ୍ରଚାର ପ୍ରସାର ହେଉ ନ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନାହିଁ। କରୋନା କାଳରେ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବାବେଳେ ଜିଲା ସଂଗ୍ରହାଳୟ ଭିତ୍ତିଭୂମି ବିକାଶ ଲାଗି ପଦକ୍ଷେପ ନିଆଗଲେ ଏହା ପର୍ଯ୍ୟଟକଙ୍କୁ ଟାଣିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ କୁହନ୍ତି, ୨୦୧୭ ପରେ କୌଣସି ଅନୁଦାନ ଆସିନାହିଁ। ଜିଲା ସଂଗ୍ରହାଳୟର ପରିସରକୁ ବ୍ୟାପକ କରିବାକୁ ଯୋଜନା ରହିଛି। କିଛିଦିନ ତଳେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ବିଭାଗର ଅଧିକାରୀମାନେ ଏହାକୁ ପରିଦର୍ଶନ କରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri