ସହାୟତା ଅପେକ୍ଷାରେ ସଂଗ୍ରହାଳୟ

ଢେଙ୍କାନାଳ ଅଫିସ, ୧୩।୧୦- ଐତିହ୍ୟସମ୍ପନ୍ନ ଜିଲା ଢେଙ୍କାନାଳ। ଜିଲାର କୋଣ ଅନୁକୋଣରେ କୀର୍ତ୍ତିରାଜିର ସମ୍ଭାର। ରାଜାରାଜୁଡ଼ା ଅମଳର ସଂଗ୍ରାମ ହେଉ କି ଗଡ଼ଜାତ ଆନ୍ଦୋଳନ ଅବା ସ୍ବାଧୀନତା ସଂଗ୍ରାମ ସବୁ କିଛି ଦେଖିଛି ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲା। ଏସବୁ ଇତିହାସକୁ ଲୋକଲୋଚନକୁ ଆଣିବାକୁ ୪୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ସଂଗ୍ରହାଳୟ। ତେବେ ସଂସ୍କୃତି ବିଭାଗର ଅବହେଳାରୁ ଐତିହ୍ୟ ଅଧ୍ୟୟନ କେନ୍ଦ୍ର କୁହାଯାଉଥିବା ସଂଗ୍ରହାଳୟର ଭାଗ୍ୟ ବଦଳୁନି। ଏ ଜାଗାରୁ ସେ ଜାଗାକୁ ଘୂରି ବୁଲିବା ପରେ ଯଦିଓ ଏହାକୁ ସ୍ଥାୟୀ ଠିକଣା ମିଳିଛି ତଥାପି ସରକାରୀ ଅନୁଦାନ ଆସୁ ନ ଥିବାରୁ ଏହା ଆଗକୁ ବଢ଼ିପାରୁନାହିଁ।
ଜିଲା ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୯୭୯ରେ ଏକ ସରକାରୀ କ୍ୱାର୍ଟର୍ସରେ ଆରମ୍ଭ ହୋଇଥିଲା ଜିଲା ସଂଗ୍ରହାଳୟ। ୧୯୯୯ରେ ଜିଲା କ୍ରୀଡ଼ା ସଂସଦର ଏକ ପ୍ରକୋଷ୍ଠକୁ ଏହାର ଠିକଣା ବଦଳିଲା। ଏହାପରେ ଏମ୍‌ପିଙ୍କ ଆଞ୍ଚଳିକ ବିକାଶ ପାଣ୍ଠି (ଏମ୍‌ପି ଲାଡ୍‌)ରେ ନିର୍ମିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ପରିସରକୁ ଏହା ସ୍ଥାନାନ୍ତର ହୋଇଥିଲା। ସେଠାରେ ଏକ ଛୋଟିଆ ପ୍ରକୋଷ୍ଠରେ ଜିଲା ସଂଗ୍ରହାଳୟ କାର୍ଯ୍ୟ କରୁଛି। ୨୦୧୭ ନଭେମ୍ବର ୧୮ରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ମିଳିଥିବା ୭ ଲକ୍ଷ ଟଙ୍କା ଅନୁଦାନରେ ଏହାର ନବୀକରଣ କାମ ଆରମ୍ଭ ହୋଇଥିଲା। ଏହାପରେ ଉନ୍ନତୀକରଣ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ସଂଗ୍ରହାଳୟ ଛୋଟିଆ ପ୍ରକୋଷ୍ଠରେ କାର୍ଯ୍ୟକ୍ଷମ ରହିଛି, ଯେଉଁଠି ୧୦ରୁ ଅଧିକ ଦର୍ଶକ ଏକାସଙ୍ଗରେ ବୁଲିପାରିବେ ନାହିଁ। ଏବେ ସଂଗ୍ରହାଳୟରେ ରାଜାରାଜୁଡା ଅମଳର ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ତୋପ, ହସ୍ତଶିଳ୍ପ କାରୁକାର୍ଯ୍ୟ, ଜଙ୍ଗଲଜନ୍ତୁଙ୍କ ମୃତଦେହ ପ୍ରତିକୃତି ଆକାରରେ ସଂରକ୍ଷିତ କରି ରଖାଯାଇଛି। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବ ଏବଂ ପ୍ରଚାର ପ୍ରସାର ହେଉ ନ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନାହିଁ। କରୋନା କାଳରେ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବାବେଳେ ଜିଲା ସଂଗ୍ରହାଳୟ ଭିତ୍ତିଭୂମି ବିକାଶ ଲାଗି ପଦକ୍ଷେପ ନିଆଗଲେ ଏହା ପର୍ଯ୍ୟଟକଙ୍କୁ ଟାଣିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ କୁହନ୍ତି, ୨୦୧୭ ପରେ କୌଣସି ଅନୁଦାନ ଆସିନାହିଁ। ଜିଲା ସଂଗ୍ରହାଳୟର ପରିସରକୁ ବ୍ୟାପକ କରିବାକୁ ଯୋଜନା ରହିଛି। କିଛିଦିନ ତଳେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ବିଭାଗର ଅଧିକାରୀମାନେ ଏହାକୁ ପରିଦର୍ଶନ କରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri