ଚିଲ୍‌ଡ୍ରେନ୍‌ କୋର୍ଟକୁ ଗଲା ପରୀ ହତ୍ୟା ମାମଲା

ନୟାଗଡ଼ ଅଫିସ,୨୧।୧: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଚିଲ୍‌ଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ଦ୍ୱାରା ଧାରା ୧୫ ଅନୁସାରେ ବାଳସୁଧାର ଗୃହରେ ଥିବା କଲେଜ ଛାତ୍ରଙ୍କୁ ପଚରାଉଚୁରା କରାଯାଇଥିଲା। ଏହାପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସେହି ମାମଲାକୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଚିଲ୍‌ଡ୍ରେନ କୋର୍ଟରେ କଲେଜ ଛାତ୍ରଙ୍କୁ ହାଜର କରାଯାଇଛି। ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ରେ ହେବ। ଅନ୍ୟପକ୍ଷେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଲୟାର ଭଏସ୍‌ ଆନାଲିସିସ୍‌) ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଓ ରିମାଣ୍ଡ ସମୟରେ କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗର ଶୁଣାଣି ଚିଲଡ୍ରେନ କୋର୍ଟରେ ହେବ ବୋଲି ବୋର୍ଡଙ୍କ ନିର୍ଦ୍ଦେଶ ରହିଥିବା ସରକାରୀ ଓକିଲ ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି। କଲେଜ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କହିଛନ୍ତି, ୧୬ରୁ ୧୮ ବର୍ଷ ମଧ୍ୟରେ ପିଲାଟିର ବୟସ ରହିଛି। ପୁଣି ତାଙ୍କ ନଁାରେ ଗୁରୁତର ଅଭିଯୋଗ ଆସିଛି। ଏଣୁ ଆଇନ ମୁତାବକ ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦକା ଗଲେ ୭ ଚିତ୍ରାହରିଣ: ଶାଗୁଣା ଅଣ୍ଡା, କଟାସ ଆସିଲା ଡାକ୍ତରଖାନା

ବାରଙ୍ଗ,୫।୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିତ୍ରାହରିଣମାନଙ୍କ ସଂଖ୍ୟା ଗତ କିଛିଦିନ ମଧ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଚିତ୍ରାହରିଣଙ୍କୁ ଚନ୍ଦକା ଜଙ୍ଗଲରେ...

ବନ୍ଦ ପାଳନ, କଂଗ୍ରେସ କର୍ମୀଙ୍କ ଧାରଣା

ଯାଜପୁର ଅଫିସ,୧୩।୧୧: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା...

ଆଜି ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା

ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ,...

ଦାରିଙ୍ଗବାଡ଼ିରେ କମିଲା ଶୀତ: ୧୦ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଶୀତ କମିଛି। ତାପମାତ୍ରା ପରିବର୍ତ୍ତନ ହୋଇ ୧୦ଡିଗ୍ରୀରେ ପହଞ୍ଚିଛି। ଛୁଟିଦିନ ଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ପହଞ୍ଚିଥିବା...

ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ: ସମସ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡିଲା ବିଭିନ୍ନ ସଙ୍ଗଠନ

ବ୍ରହ୍ମପୁର ଅଫିସ,୨୬।୫: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏଣୁ ରକ୍ତ ଅଭାବ ଯୋଗୁ ଗୁରୁତର ରୋଗୀଙ୍କୁ...

ବୟାଳିରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ଗୋପାଳପୁର,୧୩।୬- ବିଜୁ କନ୍ୟାରନତ୍ ଯୋଜନାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଗୁରୁବାର ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡ଼ି ପଞ୍ଚାୟତ ବୟାଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ...

ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି...

Advertisement


Archives

Model This Week