ବ୍ୟାପକ ହେଉଛି ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୮: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁଦିନ ବ୍ୟାପକ ହେବାରେ ଲାଗିଛି। ଜିଲା ଓ ଜିଲା ବାହାରେ ଏହାର ସମର୍ଥକଙ୍କ ସଂଖ୍ୟା ବଢି ଚାଲିଛି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିକୁ ଅଞ୍ଚଳବାସୀଙ୍କ ସହ ବିରୋଧୀ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ପରିବେଶବିତ୍‌ ସମର୍ଥନ ଜଣାଇଛନ୍ତି। ଗତ ୧୦ ତାରିଖରେ ଭଦ୍ରକ ଜିଲା ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ୮୦୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ନାମରେ ପୋଲିସ ଦୁଇଟି ମାମଲା କରିଛି। ଏହି ଦୁଇ ମାମଲାରେ ୨୪ ଜଣ ଗିରଫ ହୋଇଥିବାରୁ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ସଂଗ୍ରାମ ସମିତି ପକ୍ଷରୁ ଗତ ୧୫ ତାରିଖରୁ ଅଚ୍ୟୁତପୁରର ମା’ ଅନ୍ଧାରଘରଣୀ ଠାକୁରାଣୀ ପୀଠରେ ଗଣଧାରଣା ଜାରି ରହିଛି। ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରକଳ୍ପର ପାଣି ଉଠା ସ୍ଥାନ ନିକଟ ପତ୍ରପୁର ପୋଲ ନିକଟରେ ସ୍ଥାନୀୟ ଆଳି ବିଧାୟକ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ ସହ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ସେହିପରି ଭିତରକନିକାର ସୁରକ୍ଷା ପାଇଁ ଇକୋ ସେନ୍ସିଟିଭ ଜୋନ କମିଟି ସଭ୍ୟ ଶ୍ରୀକାନ୍ତ ନାୟକଙ୍କ ଅନଶନକୁ ଇତିମଧ୍ୟରେ ୧୧ ଦିନରେ ପହଞ୍ଚତ୍ଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ସ୍ଥିତିରେ ଅଛି।
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଥ ପ୍ରଦର୍ଶକ ତଥା ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ଛନ୍ତି। ଏଥିସହ ପ୍ରକଳ୍ପ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ମତ ରଖିବା ସହ ଶ୍ରୀକାନ୍ତଙ୍କୁ ଅନଶନରୁ ଓହରି ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ଏହି ଜନଅସନ୍ତୋଷକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ପ୍ରକଳ୍ପର ପାଣି ଉଠାସ୍ଥାନ ବରୁଣାଡିହାରେ ପ୍ରଥମ ଥର ପାଇଁ ପ୍ରକଳ୍ପ ସମ୍ପର୍କରେ ସୂଚନା ଫଳକ ଲଗା ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଜନ ଅସନ୍ତୋଷର ସମାଧାନ ପାଇଁ ଆସନ୍ତା ୨୪ତାରିଖରେ ଏକ ଜନସଭା ଆୟୋଜନ ପାଇଁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଜିଲା ପ୍ରଶାସନ ଆଲୋଚନା ଚଳାଇଛି।
ସୂଚନାଯୋଗ୍ୟ, ଭଦ୍ରକ ଜିଲାର ବାସୁଦେବପୁର, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ସମେତ ୩ ଏନ୍‌ଏସିର ୬,୧୮,୨୫୩ ଜଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। ବସୁଧା ଯୋଜନାରେ ଏହି ପ୍ରକଳ୍ପ ପାଇଁ ମୋଟ ୮୯୨.୧୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ଅବସ୍ଥାରେ ଭଦ୍ରକ ଜିଲାର ଆଖୁଆପଦାଠାରେ ପାଣି ଉଠାଇବାକୁ ସ୍ଥିର ହୋଇଥିଲା। ତେବେ କୌଣସି କାରଣରୁ ପାଣି ଉଠା ସ୍ଥାନ ପରିବର୍ତ୍ତନ କରାଯାଇ ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଇବାକୁ ୨୦୧୯ରେ ପାଇପ ପଡିଥିଲା। ପାଇପ ପଡିବା ଦିନଠାରୁ ଆଳି ଓ ରାଜକନିକା ବ୍ଲକବାସୀ ସ୍ଥାନୀୟ ଅଞ୍ଚଳର କୃଷି ଓ ପାନୀୟ ଜଳ ପ୍ରଭାବିତ ହେବ ଦର୍ଶାଇ ବିରୋଧ କରି ଆସୁଛନ୍ତି। ଜନସଭା, ଜଳ ସତ୍ୟାଗ୍ରହ, ମାନବ ଶୃଙ୍ଖଳ, ଗଣଧାରଣା ଆଦି ସ୍ଥାନୀୟ ଅଞ୍ଚଳବାସୀ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ମାଧ୍ୟମରେ କରି ଆସୁଛନ୍ତି। ତେବେ ଗତ ୭ ତାରିଖଠାରୁ ବରୁଣାଡିହାରେ ପୋଲିସ ବଳୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ଜନ ଅସନ୍ତୋଷ ବରୁଣାଡିହାସ୍ଥିତ ନିର୍ମାଣାଧୀନ ପ୍ରକଳ୍ପ ଅଞ୍ଚଳରେ ଜନ ଆକ୍ରୋଶରେ ପରିଣତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ପ୍ରଶାସନର କଟକଣାକୁ ଖାତିର ନ କରି ଆନ୍ଦୋଳନକାରୀ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚତ୍ ଭଙ୍ଗାରୁଜା କରିଥିଲେ। ତେବେ ପରଦିନଠାରୁ ପୋଲିସ ସୁରକ୍ଷାକୁ ଅଧିକ ବଢ଼ାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri