Posted inଖେଳ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪।୭: ପୂର୍ବତନ କ୍ରିକେଟର ୟଶ୍‌ପାଲ ଶର୍ମାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରିକେଟ ଜଗତ ଓ ସମାଜର ବିଭିନ୍ନ ବର୍ଗରୁ ଜଣାଶୁଣା ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ଓ ଜ୍ଞାତି ପରିଜନଙ୍କୁ ସମବେଦନା ଜଣାଇଛନ୍ତି। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି। ସେହିପରି ୟଶ୍‌ପାଲଙ୍କ ଦେହାନ୍ତରେ ବହୁତ ଦୁଃଖିତ ଓ ମର୍ମାହତ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି। ୧୯୮୩ ବିଶ୍ୱକପ୍‌ ସମେତ ଭାରତୀୟ ଦଳର ସେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଟିମ୍‌ ମେଟ୍‌, ପ୍ରଶଂସକ ଓ ଉଦୀୟମାନ କ୍ରିକେଟରମାନଙ୍କ ପାଇଁ ସେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଥିଲେ। ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ରିକେଟ ଜଗତରେ ଶୋକର ଛାୟା
କ୍ରିକେଟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଦିଲୀପ ଭେଙ୍କସରକାର, ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, କ୍ରିସ୍‌ ଶ୍ରୀକାନ୍ତ, ରବି ଶାସ୍ତ୍ରୀ, ମହମ୍ମଦ ଆଝାରୁଦ୍ଦିିନ, ଓ୍ବାସିମ ଜାଫର, ମୁରଲୀ କାର୍ତ୍ତିକ, ପ୍ରଜ୍ଞାନ ଓଝା, ଶିଖର ଧାଓ୍ବନ, ବଲବିନ୍ଦର ସିଂ ସାନ୍ଧୁ, କୀର୍ତ୍ତି ଆଜାଦ, ଭିଭିଏସ୍‌ ଲକ୍ଷ୍ମଣ, ଇର୍ଫାନ ପଠାନ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରମୁଖ ସୋସିଆଲ ମିଡିଆ ମାଧ୍ୟମରେ ଶୋକପ୍ରକାଶ କରିଛନ୍ତି। ପୂର୍ବତନ ଅଧିନାୟକ କପିଳ ଦେବ ଏହି ଖବର ଶୁଣିବା ପରେ କାନ୍ଦି ପକାଇଥିଲେ ଓ କିଛି କହିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହି ଖବର ଅବିଶ୍ୱସନୀୟ ବୋଲି ଭେଙ୍କସରକାର କହିଛନ୍ତି। ଆମ ଦଳରେ ସେ ସବୁଠାରୁ ଫିଟ୍‌ ସଦସ୍ୟ ଥିଲେ। ସେ ମଦ କିମ୍ବା ଆମିଷ ଖାଉ ନ ଥିଲେ ବୋଲି ଭେଙ୍କସରକାର କହିଛନ୍ତି।
ୟଶ୍‌ପାଲଙ୍କ ଦେହାନ୍ତରେ ମୁଁ ସ୍ତବ୍ଧ ଓ ଦୁଃଖିତ ବୋଲି ସଚିନ କହିଛନ୍ତି। ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ୧୯୮୩ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ଅଭୁଲା ହୋଇ ରହିବ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ସଚିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି।
ପୂର୍ବତନ ଟିମ୍‌ ମେଟ୍‌ ତଥା ୧୯୮୩ ବିଶ୍ୱକପ୍‌ ଦଳ ସଦସ୍ୟ କ୍ରିସ୍‌ ଶ୍ରୀକାନ୍ତ ମଧ୍ୟ ଶୋକ କରିଛନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କ ଭୂମିକା ଅଭୁଲା ହୋଇ ରହିବ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ପୂର୍ବତନ ଦଳୀୟ ସାଥି ରବି ଶାସ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ବିଶ୍ୱକପ୍‌ର ଜଣେ ସାଥିଙ୍କୁ ହରାଇଲି ବୋଲି ସେ ଉଲ୍ଲେଖ କରିଛନ୍ତି। ୟଶ୍‌ପାଲ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ଓ ଫିଲ୍ଡର ଥିଲେ ବୋଲି ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ କହିଛନ୍ତି। ତାଙ୍କ ଦେହାନ୍ତରେ ମର୍ମାହତ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ଏକ ଦୁଃଖଦ ଖବର ଓ ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ଯୁବରାଜ ସିଂ ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କ ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ବୀରେନ୍ଦ୍ର ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri